Abhimaan | |
---|---|
ନିର୍ଦ୍ଦେଶକ | ହୃଷିକେଶ ମୁଖାର୍ଜୀ |
ପ୍ରଯୋଜକ | ସୁଶୀଳା କାମତ ପବନ କୁମାର ଜୈନ |
ସଂଳାପ | ରାଜୀନ୍ଦର ସିଂହ ବେଦୀ ବୀରେଶ ଚାଟାର୍ଜୀ ନବେନ୍ଦୁ ଘୋଷ ହୃଷିକେଶ ମୁଖାର୍ଜୀ ମୋହନ ଏନ ସିପ୍ପି ବୀରେନ ତ୍ରିପାଠୀ |
କଳାକାର | ଅମିତାଭ ବଚ୍ଚନ ଜୟା ବଚ୍ଚନ ବିନ୍ଦୁ (ଅଭିନେତ୍ରୀ) ଅସରାନୀ |
ସଙ୍ଗୀତ | ସଚିନ ଦେବ ବର୍ମନ |
ଚିତ୍ରଗ୍ରହଣ | ଜୟନ୍ତ ପଥାରେ |
ସମ୍ପାଦକ | ଦାସ ଧାଇମାଡ଼େ |
ମୁକ୍ତିଲାଭ ତାରିଖ | 27 ଜୁଲାଇ 1973 |
କଥାଚିତ୍ରର ସମୟ | ୧୨୨ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ମୋଟ ଆୟ | ଛାଞ୍ଚ:Estimation ![]() (ଛାଞ୍ଚ:Estimation ![]() |
ଅଭିମାନ ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ସଙ୍ଗୀତକୁ ପୃଷ୍ଠଭୂମୀରେ ରଖି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ହୃଷିକେଶ ମୁଖାର୍ଜୀ ଏହାର ନିର୍ଦ୍ଦେଶକ ଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ବିନ୍ଦୁ ଓ ଅସରାନୀ ଆଦି ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
କିଛି ମତ ଅନୁଯାୟୀ ଏହ୍ ଚଳଚ୍ଚିତ୍ରଟି ରବି ଶଙ୍କର ଓ ତାଙ୍କର ପ୍ରଥମ ପତ୍ନୀ ସୁରବାହାର ବାଦିକା ଅନ୍ନପୂର୍ଣ୍ଣା ଦେବୀଙ୍କ ଜୀବନ ଉପରେ ଆଧାରିତ ଥିଲା ।[୨] ଅନ୍ୟ ମତ ଅନୁଯାୟୀ ଏହା କିଶୋର କୁମାର ଓ ତାଙ୍କ ପ୍ରଥମ ପତ୍ନୀ ରୁମା ଗୁହା ଠାକୁର୍ତାଙ୍କ ଜୀବନ ଉପରେ ଆଧାରିତ ଥିଲା ।[୩] ଏହା ୧୯୫୪ରେ ମୁକ୍ତିଲାଭ କରିଥିବା ଇଂରାଜୀ ଚଳଚ୍ଚିତ୍ର ଏ ଷ୍ଟାର ଇଜ ବର୍ଣ୍ଣଦ୍ୱାରା କିଛିମାତ୍ରାରେ ଅନୁପ୍ରାଣିତ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।[୪]
ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ମଜରୁହ ସୁଲତାନପୁରୀ ଏହି ଗୀତଗୁଡ଼ିକୁ ଲେଖିଥିଲେ, ସଚିନ ଦେବ ବର୍ମନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କିଶୋର କୁମାର, ମହମ୍ମଦ ରଫି, ମନହର ଉଧାସ ଓ ଲତା ମଙ୍ଗେସକର କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରଟି ବହୁତ ବ୍ୟବସାୟିକ ସଫଳତା ହାସଲ କରିଥିଲା । [୫] ଜୟା ବଚ୍ଚନଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । [୬]
ସୁବୀର ମୁମ୍ବାଇରେ ରହୁଥିବା ଜଣେ ସଫଳ କଣ୍ଠଶିଳ୍ପୀ । ସେ ଉମା ନାମକ ଜଣେ ପ୍ରତିଭାସମ୍ପର୍ଣ୍ଣ ଗ୍ରାମୀଣ ଝିଅକୁ ଭଲପାଇ ବାହାହୁଅନ୍ତି । ବିବାହ ପରେ ସେ ପତ୍ନୀଙ୍କୁ ନେଇ ମୁମ୍ବାଇ ଆସନ୍ତି । ମୁମ୍ବାଇ ଆସି ସୁବୀର ଉମାଙ୍କ ସଙ୍ଗୀତ କ୍ୟାରିୟର ନିର୍ମାଣ ଦିଗରେ କାର୍ଯ୍ୟ କରନ୍ତି । କ୍ରମେ ଉମାଙ୍କ କ୍ୟାରିୟରରେ ଉନ୍ନତି ସହିତ, ସୁବୀରଙ୍କ କ୍ୟାରିୟରର ଅବନତି ଦେଖାଦିଏ । ଉମା ନିଜ ପତି ସୁବୀରଙ୍କଠାରୁ ବେଶୀ ସଫଳ ହୁଅନ୍ତି । ସୁବୀର ପତ୍ନୀଙ୍କ ଉତ୍ଥାନରେ ଇର୍ଷାନ୍ୱୀତ ହୋଇପଡ଼ନ୍ତି । ଏହାଦ୍ୱାରା ସେମନଙ୍କ ବୈବାହିକ ଜୀବନରେ ଫାଟ ପଡ଼େ ଓ ସେମାନେ ପରସ୍ପରଠାରୁ ଅଲଗା ରୁହନ୍ତି । ଏ ମଧ୍ୟରେ ଗର୍ଭବତୀ ଉମାଙ୍କର ଗର୍ଭପାତ ହୁଏ । ଏଥିପାଇଁ ଉମାଙ୍କୁ ସୁବୀରଙ୍କ ମାଉସୀଙ୍କଠାରୁ ଅନେକ ନିନ୍ଦା ଓ ଭର୍ସନା ସହିବାକୁ ପଡ଼େ । ଏ ଘଟଣା ପରେ ସୁବୀର ଓ ଉମା ଧିରେ ଧିରେ ନିଜର ଭୁଲ ବୁଝିପାରି ପୁଣି ଏକାଠି ହୁଅନ୍ତି ଓ ଏକାସାଙ୍ଗରେ ଗୀତ ଗାଇବା ଆରମ୍ଭ କରନ୍ତି ।
She won her first Filmfare Award for Best Actress in 1973 for her performance in the marital drama Abhimaan.