![]() ଅମିୟ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ରେ ଭୁବନେଶ୍ୱରଠାରେ | |
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | ଓଳାଂଶ, କଟକ, ଓଡ଼ିଶା | ୧୪ ନଭେମ୍ବର ୧୯୯୨
Sport | |
କ୍ରୀଡ଼ା | ଦୌଡ଼କୁଦ |
Event(s) | ୧୦୦ ମି |
Achievements and titles | |
Personal best(s) | ୧୦୦ମି: ୧୦.୨୬ ସେକେଣ୍ଡ (ନୂଆ ଦିଲ୍ଲୀ) ୨୦୦ମି: ୨୧.୦୩ ସେକେଣ୍ଡ (ଭୁବନେଶ୍ୱର ୨୦୧୭) |
ଅମିୟ କୁମାର ମଲ୍ଲିକ (ଜନ୍ମ : ୧୪ ନଭେମ୍ବର ୧୯୯୨) ଓଡ଼ିଶାରେ ଜନ୍ମିତ ଜଣେ ଦୃତ ଧାବକ । ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କ ନାମରେ ଜାତୀୟ ରେକର୍ଡ଼ ରହିଛି । ୨୦୧୬ ମସିହାରେ ଦିଲ୍ଲୀଠାରେ ୧୦୦ ମିଟର ଦୌଡ଼ ମାତ୍ର ୧୦.୨୬ ସେକେଣ୍ଡରେ ଅତିକ୍ରମ କରି ସେ ଏହି ଜାତୀୟ ରେକର୍ଡ଼ ସ୍ଥାପନା କରିଥିଲେ ।
ଅମିୟ ୧୯୯୨ ମସିହା ନଭେମ୍ବର ୧୪ ତାରିଖରେ କଟକ ଜିଲ୍ଲାର ଓଳାଂଶଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଓଡ଼ିଶା ସରକାରଙ୍କର ଶିକ୍ଷାବିଭାଗରେ ଚାକିରୀ କରନ୍ତି । ମଲ୍ଲିକ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଓ କିଟ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଛନ୍ତି ।[୧]
ଅମିୟ ୨୦୦୬ ମସିହାରେ ଜୁନିୟର ଏସୀୟ ମିଟରେ କଲୋମ୍ବୋଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାରେ ୧୦୦ମି ଦୌଡ଼ରେ ରୌପ୍ୟ ଓ ୨୦୦ମି ଦୌଡ଼ରେ କାଂସ୍ୟ ପଦକ (୨୧.୩୩ ସେକେଣ୍ଡ) ହାସଲ କରିଥିଲେ । ୨୦୧୧ ମସିହାରେ ସେ ଆଘାତପ୍ରାପ୍ତ ହୋଇ ୬ମାସ ପାଇଁ ଖେଳରୁ ଦୂରେଇ ଯାଇଥିଲେ । ସେ ସମୟରେ ତାଙ୍କୁ ଆଶାବାଡ଼ି ଧରି ଚାଲିବାକୁ ପଡ଼ିଥିଲା ।[୨] ଡାକ୍ତରମାନେ ସେ ଖେଳିବା ଓ ପୁରୁଣା ଗତିକୁ ଫେରି ପାଇବାନେଇ ଆଶା ହରେଇଥିବା ସମୟରେ ଅମିୟ ୨୦୧୨ ମସିହାରେ ପୁଣି ଖେଳକୁ ଫେରିଥିଲେ ।[୧][୩]
୨୦୧୩ ମସିହାରେ ଅମିୟ ରାଞ୍ଚିଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଆଥଲେଟିକ ଚମ୍ପିୟାନସିପରେ ସ୍ୱର୍ଣ୍ଣପଦକ (21.22) ହାସଲ କରିଥିଲେ । ୨୦୧୪ ମସିହାରେ ସେ, ଉସେନ ବୋଲ୍ଟ ଓ ୟୋହାନ ବ୍ଲେକଙ୍କ ପ୍ରଶିକ୍ଷକ ଗ୍ଲେନ ମିଲ୍ସଙ୍କ ଅଧିନରେ କିଙ୍ଗଷ୍ଟନଠାରେ ୪ ମାସ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପ୍ରଶିକ୍ଷଣରେ ହୋଇଥିବା ୧୬ଲକ୍ଷ ଟଙ୍କାର ବ୍ୟୟଭାର ତାଙ୍କ ପିତା, ରାଜ୍ୟ ଆଥଲେଟିକ ଆସୋସିଏସନ ଓ କିଛି ପ୍ରାୟୋଜକ କମ୍ପାନୀ ଗ୍ରହଣ କରିଥିଲେ ।[୪][୫]
୨୦୧୬ ମସିହା ଅପ୍ରେଲ ୨୮ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଫେଡେରେସନ କପରେ, ଅମିୟ ୧୦୦ମି ଦୌଡ଼ ୧୦.୨୬ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ । ଏହି ରେକର୍ଡ଼ ତାଙ୍କ ପୂର୍ବରୁ ଅନୀଲ କୁମାର ପ୍ରକାଶ (୨୦୦୫) ଓ ଅବଦୁଲ ନଜୀବ କ୍ୟୁରେସୀଙ୍କ (୨୦୧୦) ନାମରେ ଥିଲା । ଉଭୟ ୧୦.୩୦ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରିଥିଲେ । ସେହି ପ୍ରତିଯୋଗୀତାର ଅନ୍ୟ ଏକ ଦୌଡ଼ରେ ସେ ଜଂଘରେ ଆଘାତପ୍ରାପ୍ତ ହୋଇଥିଲେ । ଜଂଘରେ ପଟିବାନ୍ଧି ସେ ଫାଇନାଲରେ ଦୌଡ଼ିଥିଲେ ।[୨]
୨୦୧୭ରେ ଅନୁଷ୍ଠିତ ହୋଇଥିବା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପରେ ୧୦୦ମି ଦୌଡ଼ରେ ସେ ଭୁଲ ଆରମ୍ଭ ଯୋଗୁଁ ତାଙ୍କୁ ଦୌଡ଼ିବାରୁ ବାରଣ କରାଯାଇଥିଲା । ସେହି ଚ୍ୟାମ୍ପିୟନସିପର ୪ X ୧୦୦ ମିଟର ବାଧା ଦୌଡ଼ ପ୍ରତିଯୋଗିତାରୁ ମଧ୍ୟ ତାଙ୍କୁ ବାରଣ କରାଯାଇଥିଲା ।[୬] ୨୦୦ ମିଟର ପ୍ରତିଯୋଗିତା ସେ ୨୧.୦୩ ସେକେଣ୍ଡରେ ସମାପ୍ତ କରିଥିଲେ ।[୪]
୨୦୧୮ ମସିହାରେ ଅମିୟ ପଦକଶୂନ୍ୟ ରହିଥିଲେ । ୨୦୧୯ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ମି ଦୌଡ଼ରେ ସେ ପୁଣି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭]
{{cite news}}
: CS1 maint: bot: original URL status unknown (link)