ଅର୍ଗାନୋଫସଫେଟ ବିଷକ୍ରିୟା | |
---|---|
ଇଂରାଜୀ ଭାଷାରେ ପ୍ରତିଶବ୍ଦ - organophosphate toxicity, organophosphate overdose, organophosphate intoxication | |
![]() ଫସଫୋରିକ ଏସିଡ (Phosphoric acid) | |
ବିଭାଗ | ଆଶୁ ଚିକିତ୍ସା[*] |
ଲକ୍ଷଣ | ଲାଳ ବୁହେ, ତରଳ ଝାଡ଼ା, ଆଖି ପିତୁଳା ଛୋଟ ହୁଏ, ଅଧିକ ଝାଳ ନିଷ୍କାସନ ହୁଏ, ମାଂସପେଶୀ କମ୍ପନ ହୁଏ ଓ ମାନସିକ ଦ୍ୱନ୍ଦ ଆଦି ଲକ୍ଷଣ ଦେଖାଯାଏ । |
ଆକ୍ରାନ୍ତ ସମୟ | ୧୨ ଘଣ୍ଟା ମଧ୍ୟରେ [୧] |
କାରଣ | ଅର୍ଗାନୋଫସଫେଟ (organophosphates)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ ହୁଏ ଓ ବ୍ୟୁଟିରିଲକୋଲିନଇସ୍ଟରେଜ (butyrylcholinesterase) ପରୀକ୍ଷା କରି ନିଶ୍ଚିତ କରାଯାଏ । [୨] |
ସଠିକ ରୋଗ ନିର୍ଣ୍ଣୟ | କାର୍ବାମେଟ ବିଷକ୍ରିୟା (carbamate poisoning)[୨] |
ପ୍ରତିକାର | ପହଞ୍ଚ ବାହାରେ ରଖିବା [୨] |
ଔଷଧ | ଆଟ୍ରୋପିନ, ପ୍ରାଲିଡକ୍ସିମ (pralidoxime) ଓ ଡାଏଜେପାମ [୨] |
ପୁନଃପୌନିକ | ବର୍ଷକୁ ପ୍ରାୟ ୩ ନିୟୁତ [୩] |
ମୃତ୍ୟୁ ସାନ୍ଦ୍ରତା | >ବର୍ଷକୁ ପ୍ରାୟ ୨ଲକ୍ଷ । [୨] |
ଅର୍ଗାନୋଫସଫେଟ ବିଷକ୍ରିୟା, (ଇଂରାଜୀ ଭାଷାରେ Organophosphate poisoning) ହୁଏ ଅର୍ଗାନୋଫସଫେଟ (organophosphates) ବିଷଦ୍ୱାରା ସମ୍ପାଦିତ ହୁଏ । ବିଭିନ୍ନ ପୋକମାରୀ (insecticides), ଔଷଧ ଓ ସ୍ନାୟୁ ଏଜେଣ୍ଟରେ (nerve agent) ଅର୍ଗାନୋଫସଫେଟ ଥାଏ । [୪] ଏହି ବିଷକ୍ରିୟାରେ ଅଥିକ ଲାଳ ବୁହେ, ତରଳ ଝାଡ଼ା, ଆଖି ପିତୁଳା ଛୋଟ ହୁଏ, ଅଧିକ ଝାଳ ନିଷ୍କାସନ ହୁଏ, ମାଂସପେଶୀ କମ୍ପନ ହୁଏ ଓ ମାନସିକ ଦ୍ୱନ୍ଦ ଆଦି ଲକ୍ଷଣ ବାହାରେ ।[୨] ଏହି ବିଷକ୍ରିୟା ଶୀଘ୍ର ଆରମ୍ଭ ହେଲେ ମଧ୍ୟ ୧୨ ଘଣ୍ଟ ସମୟ ନେଇପାରେ । [୧] ଏହି ଲକ୍ଷଣ ସମୂହ କିଛି ଦିନରୁ କିଛି ସପ୍ତାହ ପର୍ଯ୍ୟନ୍ତ ରହେ ।[୨]
ଅଧିକାଂଶ କ୍ଷେତ୍ରରେ ଆତ୍ମହତ୍ୟା ଚେଷ୍ଟାରୁ ଏହି ବିଷକ୍ରିୟା ସାଧନ ହେବା ବିକାଶଶୀଳ ଦେଶମାନଙ୍କରେ (developing world) ଦେଖାଯାଏ ।[୨] ଅର୍ଗାନୋଫସଫେଟ ଥିବା ପଦାର୍ଥ ପାନ କଲେ, ତାହାର ବାଷ୍ପ ପ୍ରଶ୍ୱାସରେ ନେଲେ ବା ତାହା ଚର୍ମ ସଂସ୍ପର୍ଶରେ ଆସିଲେ ଏହି ଅବସ୍ଥା ଉପୁଜେ ।[୪] ଏହାର ଅନ୍ତର୍ନିହିତ କାର୍ଯ୍ୟବିଧି: ଏହା ଆସେଟିକୋଲିନଇସ୍ଟରେଜକୁ (acetylcholinesterase ବା AChE) ବାଧା ଦେବା ଫଳରେ ଆସେଟିଲକୋଲିନ ଦେହରେ ଜମାହୋଇଯାଏ । ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ରକ୍ତରେ ବ୍ୟୁଟିରିଲକୋଲିନଇସ୍ଟରେଜ (butyrylcholinesterase) କ୍ରିୟା ମାପ କରାଯାଏ । [୨]
ବିଷାକ୍ତ ଟାଇପର ଅର୍ଗାନୋଫସଫେଟ ଗୁଡ଼ିକ ନିଷେଧ କରିବାଦ୍ୱାରା ଏହାର ପ୍ରତିଷେଧ ସମ୍ଭବ ହୋଇପାରେ ।[୨] ଏହି ବିଷକ୍ରିୟାଯୁକ୍ତ ରୋଗୀଙ୍କୁ ପ୍ରଥମେ ଆଟ୍ରୋପିନ, ପ୍ରାଲିଡକ୍ସିମ (pralidoxime) ଓ ଡାଏଜେପାମ ଇତ୍ୟାଦି ଦିଆଯାଏ । [୨][୪] ସାଧାରଣ ଚିକିତ୍ସା ମଧ୍ୟରେ ଅମ୍ଳଜାନ (oxygen) ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ । ବିଷ ନିଷ୍କାସନ ନିମନ୍ତେ ଦିଆଯାଉଥିବା ଆକ୍ଟିଭେଟେଡ ଚାରକୋଲ (activated charcoal) ଉପକାରୀ ହେବା ଜଣାଯାଏନାହିଁ । ଏହି ରୋଗୀଙ୍କର ସେବା କରୁଥିବା ସେବାକାରୀମାନର ନିଜେ ଏହି ବିଷ ସଙ୍କଟରେ ରହିବା ପରିମାଣ ଅତି ଅଳ୍ପ ଥିବା ଜଣାଯାଏ । [୨]
ସାରା ପୃଥିବୀରେ ସମୁଦାୟ ବିଷକ୍ରିୟା ମଧ୍ୟରୁ ଏହି ବିଷକ୍ରିୟା ଅତି ସାଧାରଣ ଭାବରେ ଦେଖାଯାଏ । [୨] ବର୍ଷକୁ ପ୍ରାୟ ୩ ନିୟୁତ ଲୋକ ଏହି ବିଷକ୍ରିୟାରେ ଆକ୍ରନ୍ତ ହେବା ଜଣାଯାଇଛି ଓ ତନ୍ମଧ୍ୟରୁ ପ୍ରାୟ ୨,୦୦,୦୦୦ ଲୋକ ମୃତ୍ୟୁ ବରଣ କରୁଛନ୍ତି ।[୨][୩] ଅନ୍ୟ ଏକ ଅନୁଶୀଳନରେ ଏହି ବିଷକ୍ରିୟା ଫଳରେ ପ୍ରାୟ ୧୫% ରୋଗୀଙ୍କର ମୃତ୍ୟୁ ହୁଏ । [୨] ସନ ୧୯୬୨ ମସିହାଠାରୁ ଏହି ବିଷୟରେ ରିପୋର୍ଟ ହେବା ଜଣାଯାଏ । [୫]
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |