ଅଲ୍ଲାଃ ଜିଲାଇ ବାଇ | |
---|---|
![]() ୨୦୦୩ ମସିହାରେ ଭାରତୀୟ ଷ୍ଟାମ୍ପ୍ରେ ଅଲ୍ଲାଃ ଜିଲାଇ ବାଇ | |
Background information | |
ଜନ୍ମ | ଜୟସିଂଙ୍ଗ ଦେଶର ମାଗ୍ର, ବିକାନେର, ବିକାନେର ରାଜ୍ୟ, ବ୍ରିଟିଶ ଭାରତ | ୧ ଫେବୃଆରୀ ୧୯୦୨
ମୃତ୍ୟୁ | ୩ ନଭେମ୍ବର ୧୯୯୨ | (ବୟସ ୯୦)
ଶୈଳୀ | ଲୋକଗୀତ, ଲୋକ ସଙ୍ଗୀତ |
ଆଲ୍ଲାଃ ଜିଲାଇ ବାଇ (୧ ଫେବୃଆରୀ ୧୯୦୨ - ୩ ନଭେମ୍ବର ୧୯୯୨) ରାଜସ୍ଥାନର ଜଣେ ଲୋକଗୀତ ଗାୟିକା ଥିଲେ ।[୧]
୧୯୦୨ ମସିହାର ଫେବୃଆରୀ ୧ ତାରିଖରେ ରାଜସ୍ଥାନର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିକାନେରରେ ଏକ ଗାୟକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜିଲାଇ ବାଇ ।[୧] ୧୦ ବର୍ଷ ବୟସରେ ସେ ମହାରାଜା ଗଙ୍ଗା ସିଂହଙ୍କର ଦରବାରରେ ଗୀତ ଗାଉଥିଲେ ।[୨] ସେ ଉସ୍ତାଦ୍ ହୁସେନ୍ ବକ୍ସ୍ ଖାନ୍ ଏବଂ ପରେ ଅଛନ୍ ମହାରାଜଙ୍କଠାରୁ ଗୀତ ଶିକ୍ଷା ଗ୍ରହଣ କରିଥିଲେ ।[୧]
ସେ ମାଣ୍ଡ, ଠୁମ୍ରି, ଖୟାଲ୍ ଏବଂ ଦାଦ୍ରା ଆଦି ତାଳରେ ନିପୂଣା ଥିଲେ । ତାଙ୍କ ଗାଇଥିବା ଗୀତଗୁଡ଼ିକ ମଧ୍ୟରୁ କେସରିଆ ବାଲାମ ହେଉଛି ଏକ ଜଣାଶୁଣା ଗୀତ ।[୧] ୧୯୮୨ ମସିହାରେ ଭାରତ ସରକାର ତାଙ୍କୁ କଳା କ୍ଷେତ୍ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ, ଯାହାକି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ।[୩] ତାଙ୍କୁ ଲୋକ ସଂଗୀତ ପାଇଁ ୧୯୮୮ ମସିହାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ଦିଆଯାଇଥିଲା ଏବଂ ୨୦୧୨ ମସିହାରେ ତାଙ୍କୁ ରାଜସ୍ଥାନ ରତ୍ନ ପ୍ରଦାନ କରାଯାଇଥିଲା ।[୨]