ଜୋସେଫ ଅଶୋକ ନିହାଲ ଡି ସିଲ୍ଲଭା ବା ଅଶୋକ ଡି ସିଲ୍ଭା (ଜନ୍ମ ୧୭ ମଇ ୧୯୪୬) ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟର ୪୨ତମ ପ୍ରଧାନ ବିଚାରପତି ଥିଲେ ।[୧]
କାଣ୍ଡିସ୍ଥିତ ସେଣ୍ଟ ଆନ୍ଥୋନି କଲେଜରୁ ସିଲଭା ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ୧୯୭୧ ମସିହାରେ ପେରେଡେନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିସେମ୍ବର ୧୯୭୨ରେ ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟରେ ଆଡଭୋକେଟ ଭାବରେ ଯୋଗଦାନ କରିଥିଲେ । ଏପ୍ରିଲ ୨, ୧୯୭୪ରେ ସେ ଆଟର୍ଣ୍ଣି ଜେନେରାଲ ଭାବେ ଯୋଗ ଦେଇଥିଲେ । ୧୯୮୭ରେ ସେ ଜଣେ ସିନିୟର ଡେପୁଟି ସଲିସିଟର ଜେନେରାଲ ହୋଇଥିଲେ ଏବଂ ଆଟର୍ଣ୍ଣି ଜେନେରାଲ ଭାବେ ୨୨ ବର୍ଷ କାର୍ଯ୍ୟ କରିବା ପରେ ବିଭାଗଦ୍ୱାରା ତାଙ୍କୁ ୧୨ ଅକ୍ଟୋବର ୧୯୯୫ରେ ଅପିଲ୍ କୋର୍ଟର ବିଚାରପତି ଭାବରେ ନିଯୁକ୍ତ ଦିଆଯାଇଥିଲା । ପ୍ରଧାନ ବିଚାରପତି ଅଶୋକ ଡି ସିଲ୍ଭା ଫେବୃଆରୀ ୨୦୦୧ରେ ଅପିଲ୍ କୋର୍ଟର ପୀଠାଧୀଶ ହୋଇଥିଲେ ଏବଂ ପରେ ୧ ଅଗଷ୍ଟ ୨୦୦୧ରେ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିଲେ ।
୩୧ ଜୁଲାଇ ୨୦୧୩ରେ କେନିଆର ନୂତନ ସମ୍ବିଧାନ ଅନୁଯାୟୀ ସେ କେନିଆର ନ୍ୟାୟପାଳିକାରୁ ଅନୁପଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ବିଦା ପାଇଁ ପ୍ରତିଷ୍ଠିତ "ଜଜ୍ ଏବଂ ମାଜିଷ୍ଟ୍ରେଟ୍ ପୁନରୀକ୍ଷଣ (ଭେଟିଂ) ବୋର୍ଡ"ର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।[୨]
ଅଶୋକ ଡି ସିଲ୍ଭା ୧୯୮୩/୮୪ରେ କଲମ୍ବୋ ବିଶ୍ୱବିଦ୍ୟାଳୟରୁ ପ୍ରଶାସନିକ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଯୁକ୍ତରାଷ୍ଟ୍ରର ଇଲିନୋଇସ୍ ବିଶ୍ୱବିଦ୍ୟାଳୟରେ କ୍ରିମିନୋଲୋଜିରେ ସ୍ନାତକୋତ୍ତର ଡିପ୍ଲୋମା କରିଛନ୍ତି ।
{{cite web}}
: CS1 maint: bot: original URL status unknown (link)
{{cite web}}
: CS1 maint: bot: original URL status unknown (link)