ଅଶ୍ୱିନୀ ଚିଦାନନ୍ଦ ସେତ୍ତି ଆକୁଞ୍ଜି , (ଜନ୍ମ ୭ ଅକ୍ଟୋବର ୧୯୮୭ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ୪୦୦ ମିଟର ଦୌଡ ରେଭାରତ ଓ ବିଦେଶରେ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ପଦକ ପ୍ରାପ୍ତ ହେଇଛନ୍ତି । ତାଙ୍କର ଜନ୍ମ ଉଡୁପୀଠାରେ ହେଇଥିଲା ।
କ୍ରୀଡ଼ା ଅବଦାନ
୨୦୧୦ ମସିହା କମନୱେଲ୍ଥ ଗେମରେ ସେ ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ ।[୧] ୨୦୧୦ ମସିହାର ଏସୀୟ କ୍ରୀଡ଼ାରେ ମଧ୍ୟ ସେ ମନଜିତ କୌର , ମନଦୀପ କୌର ଓ ସୈନି ଜୋସ [୨]ଙ୍କ ସହ ଦୌଡି ୪x୪୦୦ ମିଟର ରେଲେ ରେସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ଚୀନ ଦେଶରେ ଅନୁଷ୍ଠିତ ସେହି କ୍ରୀଡ଼ାରେ ସେ ବ୍ୟକ୍ତିଗତ ଭାବରେ ୪୦୦ ମିଟର ମହିଳା ହର୍ଦଳସ ବିଭାଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ ।
କର୍ଣାଟକ ରାଜ୍ୟର ଉଡୁପୀ ଜିଲ୍ଲାର ସିଦ୍ଦାପୁରା ଗ୍ରାମରେ ଅଶ୍ୱିନୀଙ୍କ ଜନ୍ମ ହେଇଥିଲା । ତାଙ୍କର ପିତା ଚିଦାନନ୍ଦ ସେତ୍ତି ଓ ମାଁ ଯଶୋଦା ସେତ୍ତି [୩]ଟୁଲୁ ଭାଷାର ପରିବାରରୁ ଆସିଥିଲେ । ତାଙ୍କ [ଆରିବାରରେ ଅନେକ ଆଥଲେଟ [୪]ରାଜ୍ୟ ଓ ଦେଶ ପାଇଁ ପ୍ରତିନିଧିତ୍ୱ କରିଆସିଛନ୍ତି । କୃଶକ ପରବାର[୫]ର ଅଶ୍ୱନୀ ଏପରିକି ତାଙ୍କ ବଡ଼ ଭାଇ ଓ ଭଉଣୀଙ୍କ ସହ ମିଶି ସେଠାରେ ୫ ଏକର ବିଶିଷ୍ଟ ଏକ ଆରେକା ବାଦାମର ଫାର୍ମ କରିଛନ୍ତି । ପୂର୍ବରୁ ଭାରତୀୟ ରେଳ ବିଭାଗରେ କରମରତ ଥିବା ଅଶ୍ୱିନୀ ବର୍ତ୍ତମାନ ପଞ୍ଜାବ ରାଜ୍ୟର ପାଟିଆଲାଠାରେ କର୍ପୋରେସନ ବାଙ୍କରେ କାର୍ଯ୍ୟ ମଧ୍ୟ କରୁଛନ୍ତି । .[୬]
ଜୁଲାଇ ୨୦୧୧ରେ ଜାପାନଠାରେ ହେବାକୁ ଥିବା ଏସିଯା ଆଥଲେଟିକ ଚମପିଅନଶିପର ଅବ୍ୟବହିତ ଅଉର୍ବାରୁ ତାଙ୍କ ରକ୍ତ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ [୭]ମିଳିଥିବାର ଜଣାପଡିୟହିଲା । ତେଣୁ ତାଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । ପରେ ଆନ୍ତର୍ଜାତିକ ଡୋପିଂ କର୍ତୁପକ୍ଷୀ ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଥିଲେ ଓ ତାହା ତାଙ୍କର କ୍ରୀଡ଼ା ଜୀବନରେ ଅକାଳ ଜବନିକା ପକାଇଥିଲା । .[୮]
କର୍ଣାଟକ ସରକାର ତାଙ୍କୁ ୧ ଲକ୍ଷ୍ ମୁଦ୍ରା ସହ ଏକ ସ୍ୱର୍ଣ୍ଣ ପଦକ ଓ ବାଙ୍ଗାଲୋର[୯]ଠାରେ ଏକ ବାସ ଗୃହ ପ୍ରଦାନ କରିଥିଲେ । ଭାରତୀୟ ରେଳବାଇ ମଧ୍ୟ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ ଅନେକ ଥର ପୁରସ୍କୃତ କରିଥିଲେ । ଏହା ବ୍ୟତୀତ ସେ ଅନେକ ପୁରସ୍କାର ବିଜୟିନୀ ହେଇଥିଲେ । .[୧୦][୧୧][୧୨][୧୩]
{{cite news}}
: More than one of |work=
and |newspaper=
specified (help)
{{cite news}}
: More than one of |work=
and |newspaper=
specified (help)
{{cite news}}
: More than one of |work=
and |newspaper=
specified (help)
{{cite news}}
: More than one of |work=
and |newspaper=
specified (help)