Osmotic demyelination syndrome | |
---|---|
Central pontine demyelination, central pontine myelinolysis, extrapontine myelinolysis | |
ବିଭାଗ | Neurology |
ଲକ୍ଷଣ | Difficulty swallowing, difficulty speaking, movement disorders, decreased level of consciousness, paralysis[୧] |
ଆକ୍ରାନ୍ତ ସମୟ | One day to two weeks of a trigger[୧] |
କାରଣ | Complication of rapid correction of low sodium[୧] |
ବିପଦ କାରକ | Alcoholism, malnutrition, liver transplantation, kidney failure[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Suspected based on symptoms, confirmed by MRI[୧] |
ସଠିକ ରୋଗ ନିର୍ଣ୍ଣୟ | Hypertensive encephalopathy, multiple sclerosis, brainstem stroke, pontine neoplasms, CNS lymphoma, progressive multifocal leukoencephalopathy[୨] |
ପ୍ରତିକାର | Correct sodium at a rate of less than 0.5 mmol/L per hour[୧] |
ଚିକିତ୍ସା | Supportive care |
ପୁନଃପୌନିକ | Rare[୧] |
ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ, ଯାହା ପୂର୍ବରୁ କେନ୍ଦ୍ରୀୟ ପଣ୍ଟାଇନ୍ ମାଇଲିନୋଲାଇସିସ ଭାବରେ ଜଣାଶୁଣା, ଏକ ରୋଗ ଯେଉଁଥିରେ ଇଲେକ୍ଟ୍ରୋଲାଇଟ ଅବ୍ୟବସ୍ଥାର ଶୀଘ୍ର ସଂଶୋଧନ କରିବା ପରେ ମସ୍ତିଷ୍କର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୁଏ ।[୨] ଏହାର ଲକ୍ଷଣ: ଗିଳିବାରେ ଅସୁବିଧା, କହିବାରେ ଅସୁବିଧା, ଚଳପ୍ରଚଳ ଅସୁବିଧା, ଚେତନା ସ୍ତର ହ୍ରାସ ଓ ପକ୍ଷାଘାତ ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ବାତ ଏବଂ ଲକ୍ଡ ସିଣ୍ଡ୍ରୋମ ହୋଇପାରେ ।[୧] ଉତ୍ସର ଟ୍ରିଗର ପରେ ପ୍ରାୟ ଗୋଟିଏ ଦିନରୁ ଦୁଇ ସପ୍ତାହ ମଧ୍ୟରେ ଏହି ସିଣ୍ଡ୍ରୋମ ଆରମ୍ଭ ହୋଇଥାଏ ।[୧]
ଏହା ସାଧାରଣତଃ ରକ୍ତରେ ଅଳ୍ଫ ସୋଡ଼ିଅମର ଜଟିଳତା ଭାବରେ ଦେଖାଯାଏ, ବିଶେଷତଃ କମ ସୋଡିୟମ ସାଥିରେ ଏହାର ସଂଶୋଧନ ନିମନ୍ତେ ଦିନକୁ ୧୨ ମିମୋଲ/ଲିରୁ ଅଧିକ ଥିଲେ ହୁଏ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣଗୁଡ଼ିକରେ କମ ରକ୍ତ ପୋଟାସିୟମ୍, ଅଧିକ ରକ୍ତ ସୋଡିୟମ୍, କମ ଫସଫେଟ୍, ଯକୃତ ପ୍ରତିରୋପଣ, ଉଚ୍ଚ ରକ୍ତ ଶର୍କରା ଏବଂ ବୃକ୍କ ବିଫଳତା ଯୋଗୁ ହୋଇପାରେ । [୧] ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ମଦ୍ୟପାନ ଏବଂ ପୁଷ୍ଟିହୀନତା ଉଲ୍ଲେଖନୀୟ । [୧] ଅନ୍ତର୍ନିହିତ କାର୍ଯ୍ୟଶୈଳୀ ମଧ୍ୟରେ ସେରମ ଟୋନିସିଟିର ଦ୍ରୁତ ଅଭିବୃଦ୍ଧି ହେବାଦ୍ୱାରା ଶ୍ୱେତ ମ୍ୟାଟରର ଡିମାୟେଲିନେସନ ହୋଇଯାଏ ।[୨] ପ୍ରାରମ୍ଭିକ ମାମଲାରେ ପନ୍ସ ପ୍ରଭାବିତ ହୋଇଥିବା ବର୍ଣ୍ଣନା କରାଯାଇଥିବାବେଳେ ମସ୍ତିଷ୍କର ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି ।[୧] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଏମଆରଆଇ ଦ୍ୱରା ନିଶ୍ଚିତ କରାଯାଏ ।[୧]
ପ୍ରତି ଘଣ୍ଟା ୦.୫ ମିମୋଲ/ଲିରୁ କମ୍ ହାରରେ କମ ସୋଡିଅମ ସଂଶୋଧନ କରି ଏହି ରୋଗର ପ୍ରତିରୋଧ ସମ୍ଭବ ହେଉଛି ।[୧] ଥରେ ଅବସ୍ଥା ବିକଶିତ ହେବା ପରେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଇମ୍ୟୁନୋଥେରାପି ଏବଂ ଭାପଟାନ୍ସ ଦେଇ ଚେଷ୍ଟା କରାଯାଇପାରେ ।[୧] ଏକ ତୃତୀୟାଂଶରୁ ଅର୍ଦ୍ଧେକ କ୍ଷେତ୍ରରେ ଫଳାଫଳ ଖରାପ ହୁଏ ।[୧] ମୃତ୍ୟୁ ହେବାର ଆଶଙ୍କା ୧୦ରୁ ୬୦% ଅଟେ। [୧]
ଓସୋମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ ସାଧାରଣଃ ଏକ ବିରଳ ଅବସ୍ଥା, ଯଦିଓ ୩୦% ବିପଦ ଗୋଷ୍ଠୀ ଉପରେ ପ୍ରଭାବ ପକାଇପାରେ । [୧] ଏହା ସାଧାରଣତ ୩୦ରୁ ୫୦ବର୍ଷ ବୟସ ମଧ୍ୟରେ ହୋଇଥାଏ ।[୧] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହାକୁ ପ୍ରଥମେ ଆଡାମସ୍ ୧୯୫୯ ମସିହାରେ ବର୍ଣ୍ଣନା କରିଥିଲେ ।[୧] [୩]
{{cite journal}}
: Cite journal requires |journal=
(help)