ଅସ୍ତ୍ର (କ୍ଷେପଣାସ୍ତ୍ର)


ଅସ୍ତ୍ର (Astra)
Type ଦୃଶ୍ୟ-ସୀମା ପାର କ୍ଷେପଣାସ୍ତ୍ର (Beyond-visual-range missile)
Place of origin ଭାରତ
Service history
In service ୨୦୧୯ (୨୦୧୯)–ବର୍ତ୍ତମାନ
Used by *ଭାରତୀୟ ବାୟୁସେନା
Production history
Designer ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥା (DRDO)
Manufacturer Bharat Dynamics Limited, Electronics Corporation of India
Unit cost Indian Rupee ₹୭−୮ crore (US$−୧୭,୭୫,୯୯୩)
Produced 2017–present
Variants ଅସ୍ତ୍ର ମାର୍କ 1, ମାର୍କ 2, ମାର୍କ 3, ଅବଲୋହିତ (Infrared), VL-SRSAM
Specifications
Weight 154 kg (340 lb)
Length 3.57 m (11.7 ft)
Diameter 178 mm (7.0 in)

Warhead High-explosive pre-fragmented HMX/PU[]
Warhead weight 15 kg (33 lb)
Detonation
mechanism
ରଡିଓ ନିକଟତର ଫ୍ୟୁଜ (Radio proximity fuse)

Engine *ଅସ୍ତ୍ର ମାର୍କ 1: ଧୂଆଁ-ହୀନ କଠିନ ଇନ୍ଧନଯୁକ୍ତ ମୋଟର ମୋଟର
  • ଅସ୍ତ୍ର ମାର୍କ 2: ଦ୍ୱି-କକ୍ଷୀୟ କଠିନ ଇନ୍ଧନଯୁକ୍ତ ମୋଟର (ବିକାଶାଧିନ)
  • ଅସ୍ତ୍ର ମାର୍କ 3: Solid Fuel Ducted Ramjet (ବିକାଶାଧିନ)
Propellant କଠିନ ଇନ୍ଧନଯୁକ୍ତ
Operational
range
*ଅସ୍ତ୍ର ମାର୍କ 1: 110 km (68 mi)
  • ଅସ୍ତ୍ର ଅବଲୋହିତ (Infrared): 80 km (50 mi) (ବିକାଶାଧିନ)
  • ଅସ୍ତ୍ର ମାର୍କ 2: 160 km (99 mi)[] (ବିକାଶାଧିନ)
  • ଅସ୍ତ୍ର ମାର୍କ 3: 350 km (220 mi)[] (ବିକାଶାଧିନ)
Flight ceiling 20 km (66,000 ft)
Speed Mach 4.5[]
Guidance
system
Mid-course: Fibre-optic gyro based inertial navigation system with mid-course update via datalink.
Terminal: Active radar homing
Launch
platform
* MiG-29UPG / MiG-29K

ଅସ୍ତ୍ର ( ସଂସ୍କୃତ : "ପ୍ରକ୍ଷେପ୍ୟ ଭାବରେ ଫୋପାଡି ଦିଆଯାଇଥିବା ଅସ୍ତ୍ର" [] ) ହେଉଛି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ବିକଶିତ ଦୃଶ୍ୟ-ସୀମା ପାର ବାୟୁରୁ-ବାୟୁ କ୍ଷେପଣାସ୍ତ୍ର । ଏହା ଭାରତଦ୍ୱାରା ବିକଶିତ ହୋଇଥିବା ପ୍ରଥମ ବାୟୁରୁ-ବାୟୁ କ୍ଷେପଣାସ୍ତ୍ର। ବିଭିନ୍ନ ପରିସର ଏବଂ ଉଚ୍ଚତାରେ ଲକ୍ଷ୍ୟଗୁଡିକୁ ଭେଦ କରିବାରେ ସକ୍ଷମ ହେବା ପାଇଁ ଅସ୍ତ୍ର ଡିଜାଇନ୍ କରାଯାଇଛି ଯାହା 10 km (6.2 mi) 110 km (68 mi) ଦୂରତା ପର୍ଯ୍ୟନ୍ତ ଦୂରଗାମୀ ଲକ୍ଷ୍ୟ | [] [] ଅସ୍ତ୍ର ଭାରତୀୟ ବାୟୁସେନାର ସୁଖୋଇ ସୁ-30 ମ.କ.ଇ. ସହିତ ଏକୀଭୂତ ହୋଇଛି ଏବଂ ଭବିଷ୍ୟତରେ ଡାସଲ୍ଟ ମିରାଜ୍ 2000, ହାଲ୍ ତେଜସ୍ ଏବଂ ମିକୋୟାନ୍ ମିଗ୍ -29 ସହିତ ଏକୀଭୂତ ହେବ | ଅସ୍ତ୍ର କ୍ଷେପଣାସ୍ତ୍ରର ସୀମିତ ସିରିଜ୍ ଉତ୍ପାଦନ ୨୦୧୭ରେ ଆରମ୍ଭ ହୋଇଥିଲା | []

ବର୍ଣ୍ଣନା

[ସମ୍ପାଦନା]

ଅସ୍ତ୍ରର ପୁରୁଣା ଡିଜାଇନ୍ କିଛି କ୍ଷେତ୍ରରେ Matra Super Super 530D ଏବଂ Vympel R-77 ସହିତ ସମାନ ଥିଲା | [] ଅସ୍ତ୍ର ହେଉଛି 3.6 m (12 ft) ଲମ୍ବା, ଏହାର ବ୍ୟାସ ହେଉଛି 178 mm (7.0 in) ଏବଂ ଏହାର ଓଜନ 154 kg (340 lb) ଏହା ସକ୍ରିୟ ରାଡାର ଆଗମନ (Active radar homing) ମାଧ୍ୟମରେ ଚୂଡ଼ାନ୍ତ ମାର୍ଗଦର୍ଶନ (Terminal guidance) ସହିତ ଫାଇବର ଅପ୍ଟିକ୍ ଘୁର୍ଣ୍ଣଦର୍ଶୀ (Fiber optic gyroscope)ଦ୍ୱାରା ଚାଳିତ ମଧ୍ୟ-ରାସ୍ତା ନିଷ୍କ୍ରିୟ ମାର୍ଗଦର୍ଶନ (inertial guidance) ବ୍ୟବହାର କରେ | [] ଏହା ଏକ ସୁରକ୍ଷିତ ଡାଟା ଲିଙ୍କ୍ ମାଧ୍ୟମରେ ନିଜ ରାସ୍ତା-ସଂଶୋଧନ (mid-course updates) ଗ୍ରହଣ କରିବାକୁ ସକ୍ଷମ ଅଟେ | 25 km (16 mi)ର ଆଗମନ ପରିସର (homing range) ସହିତ ଏହି କ୍ଷେପଣାସ୍ତ୍ରର ସକ୍ରିୟ ରାଡାର ସନ୍ଧାନକାରୀ (active radar seeker) Agatଦ୍ୱାରା ଯୋଗାଇ ଦିଆଯାଏ ଏବଂ ଏହା ସ୍ଥାନୀୟ ଭାବରେ ଉତ୍ପାଦିତ ହେବ | [୧୦] ସନ୍ଧାନକାରୀ 15କି.ମି. ଦୂରରୁ 5 ବର୍ଗ-ମିଟରର ରାଡାର ତୁଲ୍ୟ ପରିଚ୍ଛେଦ ସହିତ ଏକ ଲକ୍ଷ୍ୟରେ ଚକ୍ଷୁସ୍ଥିର (Lock-on) କରିପାରିବ [୧୧] Research Centre Imaratଦ୍ୱାରା ବିକଶିତ ଏକ ସ୍ୱଦେଶୀ ସନ୍ଧାନକାରୀ ବ୍ୟବହାର କରି ୨୦୧୭ ଏବଂ ୨୦୧୮ରେ କିଛି ପରୀକ୍ଷା କରାଯାଇଛି | [୧୨] [୧୩]

ଅସ୍ତ୍ର ସହିତ କକ୍ଷକୁ ଅଟେ ବିଦ୍ୟୁତିକ ପ୍ରତି-ପ୍ରତ୍ୟୁପାୟ (Electronic counter-countermeasure) ବ୍ୟବହାର କରେ ଯାହା ଏହାକୁ ଶତ୍ରୁର ବୈଦ୍ୟୁତିକ ପ୍ରତ୍ୟୁପାୟ (Electronic countermeasure) କ୍ଷେପଣାସ୍ତ୍ରର ସନ୍ଧାନକାରୀକୁ (seeker) ସଠିକ ଭାବେ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଏହା 15 kg (33 lb) ଉଚ୍ଚ ବିସ୍ଫୋରକ ପୂର୍ବ-ଖଣ୍ଡବିଖଣ୍ଡିତ ବିସ୍ଫୋଟକପଦାର୍ଥ (Warhead) ବହନ କରେ ଏକ ନିକଟବର୍ତ୍ତୀ ଫ୍ୟୁଜ୍ (proximity fuze)ଦ୍ୱାରା ସକ୍ରିୟ ହୁଏ | [୧୦] ଅସ୍ତ୍ର ଏକ ଧୂଆଁ-ହୀନ କଠିନ ଇନ୍ଧନଯୁକ୍ତ ମୋଟର ବ୍ୟବହାର କରେ ଯାହା କ୍ଷେପଣାସ୍ତ୍ରକୁ ଶବ୍ଦ-ବେଗର ୪.୫ ଗୁଣା ଅଧିକ ବେଗରେ ଗତି କରାଇନିଏ ଏବଂ ସର୍ବାଧିକ 20 km (66,000 ft)ର ଉଚ୍ଚତାରୁ ନିକ୍ଷେପ କରାଯାଇ ପାରିବାର ସୁବିଧା ଦିଏ | ଅସ୍ତ୍ରର ସର୍ବାଧିକ ପରିସର (max. range) ହେଉଛି 110 km (68 mi) (ଶତ୍ରୁର ମୁଣ୍ଡ-ପଟୁ-ଗୋଡ଼ାଇବା-ସ୍ଥିତିରେ) ଏବଂ 20 km (12 mi) (ଶତ୍ରୁର ଲାଞ୍ଜ-ପଟୁ-ଗୋଡ଼ାଇବା-ସ୍ଥିତିରେ) | [] ଏହା ସର୍ବାଧିକ ଉଚ୍ଚତା ହାସଲ କରେ ଯେତେବେଳେ କ୍ଷେପଣାସ୍ତ୍ରଟି 3 km (9,800 ft) ଉଚ୍ଚତାରୁ ନିକ୍ଷେପ ହୁଏ, 2 km (6,600 ft) ଉଚ୍ଚତାରୁ ନିକ୍ଷେପ ହେଲେ, ପରିସର 44 km (27 mi) ହେଇଯାଏ ଏବଂ ଯେତେବେଳେ ଏହା ସମୁଦ୍ର ପତ୍ତନରୁ ନିକ୍ଷେପ ହୁଏ, ପରିସର 21 km (13 mi) ହେଇଯାଏ [୧୪] ଅସ୍ତ୍ରର ନିମ୍ନ ଦିଗ ଅନୁପାତ (Aspect ratio) ଏହାକୁ ଶତ୍ରୁର ଲାଞ୍ଜ-ପଟୁ-ଗୋଡ଼ାଇବା-ସ୍ଥିତିରେ 90 km (56 mi) ମୋଡ୍ ଏବଂ ଶତ୍ରୁର ଲାଞ୍ଜ-ପଟୁ-ଗୋଡ଼ାଇବା-ସ୍ଥିତିରେ 60 km (37 mi) ପର୍ଯ୍ୟନ୍ତ ପରିସର ମଧ୍ୟରେ ପଇଁତରା ମରୁଥିବାଲକ୍ଷ୍ୟଙ୍କୁ ଗୋଡ଼ାଇବାରେ ସାହାଯ୍ୟ କରେ | ଏହା ଉଭୟ ସ୍ବୟଂଶାସିତ ଏବଂ ସାଥୀ ମୋଡ୍ ଅପରେସନ୍ରେ ନିକ୍ଷେପ ହୋଇପାରିବ ଏବଂ ଏହା ନିକ୍ଷେପ ହେବା ପୂର୍ବରୁ କିମ୍ବା ପରେ ଏହାର ଲକ୍ଷ୍ୟକୁ ଲକ୍ କରିପାରେ |ଛାଞ୍ଚ:Weapon

ବିକାଶ

[ସମ୍ପାଦନା]

ଅସ୍ତ୍ର ଉପରେ ପ୍ରାଥମିକ କାର୍ଯ୍ୟ ୧୯୯୦ ପୂର୍ବରୁ ଏକ ପୂର୍ବ-ସମ୍ଭାବ୍ୟ ଅଧ୍ୟୟନ (pre-feasibility test) ଶେଷ ହେବା ସହିତ ଆରମ୍ଭ ହୋଇଥିଲା | [୧୫] ଅସ୍ତ୍ର ପ୍ରଥମ ଥର ପାଇଁ ଏରୋ ଇଣ୍ଡିଆ ୧୯୯୮ରେ ଜନସାଧାରଣଙ୍କ ନିକଟରେ ପ୍ରକାଶ ପାଇଲା। [୧୬] ଏହାକୁ ଡେଣା ସାମ୍ନାରେ ଏକ ଛୋଟ ବ୍ୟାସ ବିଶିଷ୍ଟ ଏକ ବିସ୍ତୃତ Matra Super 530D ଭାବରେ ବର୍ଣ୍ଣନା କରାଯାଇଥିଲା | [୧୭] ୨୦୦୪ରେ ଅସ୍ତ୍ର କ୍ଷେପଣାସ୍ତ୍ରର ବିକାଶ ପାଇଁ ଆନୁଷ୍ଠାନିକ ଭାବରେ ₹୯୫୫ କୋଟି [୧୮] ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ସହାୟତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାବୋରେଟୋରୀଦ୍ୱାରା ଏହି ପ୍ରକଳ୍ପ ଅନୁମୋଦିତ ହେଲା। [୧୯] ଅସ୍ତ୍ରର ପ୍ରାରମ୍ଭିକ ସଂସ୍କରଣର ଓଜନ 300 kg (660 lb) ଥିଲା ଏବଂ ଏହାର ପରିସର 25–40 km (16–25 mi) ଥିଲା ଏବଂ ଏହାକୁ HAL Tejas ସହିତ ଏକୀଭୂତ ହେବାକୁ ଯୋଜନା କରାଯାଇଥିଲା | ଏହାକୁ ୨୦୦୩ ମେ ମାସରେ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା [୨୦]

ଅଧିକ ଉଚ୍ଚତାରେ ନିୟନ୍ତ୍ରଣ ସମସ୍ୟା ଏବଂ କାର୍ଯ୍ୟକ୍ଷମତା ଅଭାବ ଯୋଗୁଁ ଏହି କ୍ଷେପଣାସ୍ତ୍ରକୁ 2006 ମସିହାରେ ପୁନଃନିର୍ମାଣ କରାଯାଇଥିଲା | ଚାରିଟି ଯୁକ୍ତଚିହ୍ନ-ଆକାର ଛୋଟ-ପ୍ରସାର ଲମ୍ବା-କର୍ଡ ଡେଣାର ପ୍ରାରମ୍ଭିକ ଡିଜାଇନ୍ କ୍ଷେପଣାସ୍ତ୍ରର ନାକ ନିକଟରେ ରଖାଯାଇଥିବା କଟା-ତ୍ରିଭୁଜାକାର(Cut delta) ଡେଣାଦ୍ୱାରା ବଦଳାଗଲା | ପୁନଃଡ଼ିଜାଇନ କରାଯାଇଥିବା କ୍ଷେପଣାସ୍ତ୍ରରେ ଉନ୍ନତ ପ୍ରଣୋଦନ (propulsion system) ବ୍ୟବସ୍ଥା ଥିଲା ଏବଂ ଏହାକୁ ୨୦୦୮ରେ ପ୍ରଥମ ଥର ପାଇଁ ପରୀକ୍ଷଣ କରାଯାଇଥିଲା [୨୧] ୨୦୧୩ ସୁଦ୍ଧା, ଉଡ଼ାଣ ନିୟନ୍ତ୍ରଣ ପୃଷ୍ଠଗୁଡ଼ିକ (flight control surfaces) ମଧ୍ୟରେ ପ୍ରତିକୂଳ ପାରସ୍ପରିକ କାର୍ଯ୍ୟକଳାପ ହେତୁ ଏକାଧିକ ବିଫଳତାର ପ୍ରତିକ୍ରିୟାରେ ଏହି କ୍ଷେପଣାସ୍ତ୍ରକୁ ପୁନଃଡିଜାଇନ୍ କରାଯାଇଥିଲା | [୨୨] ନିୟନ୍ତ୍ରଣ, ମାର୍ଗଦର୍ଶନ, ଏବଂ ପ୍ରଣୋଦନ ପ୍ରଣାଳୀଗୁଡ଼ିକ ମଧ୍ୟ ପୁନର୍ବିନ୍ୟାସ (reconfigure) କରାଯାଇଥିଲା | [୨୩] ଦ୍ୱିତୀୟ କ୍ଷେପଣାସ୍ତ୍ର ଡିଜାଇନ୍ ନିର୍ମାଣ ପରେ, କ୍ଷେପଣାସ୍ତ୍ର ପ୍ରାରମ୍ଭିକ ସଂସ୍କରଣ ତୁଳନାରେ ପ୍ରାୟ ୧୩୦ କେଜି (୨ 0 ୦) lb) ଅଧିକ ହାଲୁକା ଥିଲା | ଡିସେମ୍ବର ୨୦୧୨ରେ ଏହା ତିନିଥର ଭୂମିରୁ ପରୀକ୍ଷା କରାଯାଇଥିଲା ଏବଂ ଏପ୍ରିଲ୍ ୨୦୧୩ରେ ଏକ ସୁଖୋଇ-୩୦ମ.କ.ଇ.ରୁ ପରୀକ୍ଷଣ କରାଯାଇଥିଲା | [୨୪]

ଅସ୍ତ୍ର ସେପ୍ଟେମ୍ବର ୨୦୧୭ରେ ଅନ୍ତିମ ବିକାଶ ପରୀକ୍ଷଣ ସମାପ୍ତ କରିଥିଲା ଏବଂ ୫୦ଟି କ୍ଷେପଣାସ୍ତ୍ରର ପ୍ରାରମ୍ଭିକ କ୍ରମାଙ୍କ ପାଇଁ ତେଲେଙ୍ଗାନାର ଭାନୁରରେ ଥିବା ଭାରତ ଡାଇନାମିକ୍ସ ଲିମିଟେଡର ଉତ୍ପାଦନ କେନ୍ଦ୍ରରେ ଉତ୍ପାଦନ ପାଇଁ ଅନୁମୋଦିତ କରାଯାଇଥିଲା। ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ପାଇଁ [୧]ସୁଖୋଇ-୩୦ମ.କ.ଇ., ହାଲ ତେଜସ, ମିଗ-୨୯ /ମିଗ-୨୯(ସାମୁଦ୍ରିକ ସଂସ୍କରଣ) ଭଳି ବିଭିନ୍ନ ପ୍ଲାଟଫର୍ମରେ ବ୍ୟବହାର ପାଇଁ ୨୪୮ଟି କ୍ଷେପଣାସ୍ତ୍ରର ଅତିରିକ୍ତ ଅର୍ଡର ଦିଆଯାଇଥିଲା ଯାହା ମୋଟ ଅର୍ଡର ସଂଖ୍ୟାକୁ ୨୯୮ କ୍ଷେପଣାସ୍ତ୍ରକୁ ନେଇଯାଇଥିଲା | []

ପ୍ରକାରଗୁଡିକ

[ସମ୍ପାଦନା]

ଭୂମି-ରୁ-ବାୟୁ କ୍ଷେପଣାସ୍ତ୍ର ସଂସ୍କରଣ

[ସମ୍ପାଦନା]
ଫେବୃଆରୀ ୦୮,୨୦୧୯ରେ ଓଡ଼ିଶାର ଚଣ୍ଡିପୁରରୁ ଡି.ଆର.ଡି.ଓଦ୍ୱାରା କଠିନ ଇନ୍ଧନ ଡକ୍ଟେଡ୍ ରାମଜେଟ୍ (SFDR) ପ୍ରଣୋଦନ ଟେକ୍ନୋଲୋଜି ପରୀକ୍ଷା କରାଯାଉଛି |

ଅସ୍ତ୍ର ମାର୍କ-୧ ନିୟୋଜିତ ହେବ ପରେ, ଏହି କ୍ଷେପଣାସ୍ତ୍ରର ଅନେକ ପ୍ରକାରର ଶାଖା ସଂସ୍କରଣ ଯୋଜନାବଦ୍ଧ ହୋଇଛନ୍ତି ଯେମିତି କି, ଦୃଶ୍ୟ-ସୀମା ଭିତର ସଂସ୍କରଣ (within visual range), ଅବଲୋହିତ ଚିତ୍ର ଆଗମନ(Imaging infra-red homing) ସଂସ୍କରଣ , ଏକ ଆହୁରି ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଅସ୍ତ୍ର ମାର୍କ-ର ପରୀକ୍ଷଣ ଏବଂ ଅସ୍ତ୍ର ମାର୍କ-୩ର ବିକାଶ ଏବେ ଯୋଜନା-ପର୍ଯ୍ୟାୟରେ ଅଛନ୍ତି | [୨୫]

ଅସ୍ତ୍ର ମାର୍କ-୨ ଏକ ଦ୍ୱିକକ୍ଷୀୟ କଠିନ ଇନ୍ଧନଯୁକ୍ତ ମୋଟର (dual pulse solid rocket motor) ବ୍ୟବହାର କରିବ ଏକ ବିସ୍ତାରିତ ପରିସର (extended range) ଏବଂ ଲକ୍ଷ୍ୟଭେଦ ସମୟରେ ଭଲ ଶୁଦ୍ଧଗତିକୀ (kinematics) ପାଇଁ. ଏହି କ୍ଷେପଣାସ୍ତ୍ର ଏହା ଏକ ଧୂଆଁ-ହୀନ ପ୍ରଣୋଦନ ପ୍ରଣାଳୀ ବ୍ୟବହାର କରିବ, ଠିକ ଏହାର ପୂର୍ବଜ ମାର୍କ-୧ ପରିକା, ଠିକ ସେଇ ସମୟରେ ଏହି କ୍ଷେପଣାସ୍ତ୍ର DRDOଦ୍ୱାରା ଅନ୍ୟ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ (ଯେପରିକି ବାରାକ-8 ଏବଂ ରୁଦ୍ରମ-1)ରେ ବ୍ୟବହୃତ ନୂତନ ଟେକ୍ନୋଲୋଜିକୁ ନିଜ ମଧ୍ୟରେ ନିହିତ କରି |[][୨୧] ଯୋଜନାନୁସାରେ ମାର୍କ-2ର ପରିସରକୁ 160 kilometres (99 mi) ପର୍ଯ୍ୟନ୍ତ ବଢ଼େଇବାର ଅଛି, ତାହା ସହିତ ଏହା ଆମେରିକୀୟ କ୍ଷେପଣାସ୍ତ୍ର AMRAAM AIM 120-Dକୁ ଟକ୍କର ଦେବ | ଅସ୍ତ୍ର ମାର୍କ-୨ ସଂସ୍କରଣ Bharat Electronics Limitedଦ୍ୱାରା ବିକଶିତ ସ୍ବଦେଶୀ ସନ୍ଧାନକାରୀ(seeker)ର ବ୍ୟବହାର କରିବ

ମାର୍କ-୨ ପାଇଁ ପରୀକ୍ଷା ଦ୍ୱିକକ୍ଷୀୟ ମୋଟର ବ୍ୟବହାର କରି ପରିସରକୁ ଉନ୍ନତ କରିବା ଏବଂ ଆତ୍ମନିର୍ଭର-ଭାରତ ମିଶନ ସହିତ ସ୍ୱଦେଶୀ ବିଷୟବସ୍ତୁକୁ ୧୦୦%କୁ ବୃଦ୍ଧି କରିବା ଉପରେ ଧ୍ୟାନ ଦେଇ ୨୦୨୧ର ଦ୍ୱିତୀୟାର୍ଦ୍ଧରେ ହେବା ପାଇଁ ଯୋଜନା ଅଛି |

ସଲିଡ୍ ଇନ୍ଧନ ଡକ୍ଟେଡ୍ ରାମଜେଟ୍ (SFDR) ଇଞ୍ଜିନ ଉପରେ ଆଧାରିତ ଭବିଷ୍ୟତର ପ୍ରକାର ଅସ୍ତ୍ର ମାର୍କ-୩ ଭାରତ ଏବଂ ରୁଷିଆଦ୍ୱାରା ମିଳିତ ଭାବରେ ବିକଶିତ ହେଉଛି | [୨୬] ଏହି କ୍ଷେପଣାସ୍ତ୍ର ପ୍ରଥମେ ୩୦ ମଇ ୨୦୧୮ରେ ପରୀକ୍ଷଣ କରାଯାଇଥିଲା ଏବଂ ପରବର୍ତ୍ତୀ ପରୀକ୍ଷା ୮ ଫେବୃଆରୀ ୨୦୧୯ରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଚୀନ୍‌ର PL-15, AIM-260 JATM ଏବଂ MBDA Meteor କ୍ଷେପଣାସ୍ତ୍ରର ସହିତ ଟକ୍କର ଦେବା ଯାହାର ପରିସର ହେବ ପ୍ରାୟ ୩୫୦ କିମି (୨୨୦ mi) [୨୫]

ଫେବୃଆରୀ ୨୨, ୨୦୨୧ରେ ଓଡ଼ିଶାର ଚାନ୍ଦିପୁରରୁ DRDOଦ୍ୱାରା VL-SRSAMର ପ୍ରଥମ ପ୍ରକ୍ଷେପଣ

ଭାରତୀୟ ନୌସେନାର ବାରାକ -1 ସ୍ୱଳ୍ପ-ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀର ଆବଶ୍ୟକତାକୁ ପୂରଣ କରିବା ପାଇଁ DRDO ସଫଳତାର ସହ ପରୀକ୍ଷା କରି ୨୨ ଫେବୃଆରୀ ୨୦୧୧ରେ ଓଡ଼ିଶା ଉପକୂଳରେ ଦୁଇଟି ଭୂଲମ୍ବ-ପ୍ରକ୍ଷେପିତ ସ୍ୱଳ୍ପ-ଦୂରଗାମୀ ଭୂପୃଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର (Vertically launched short range surfce to air missile)(VL-SRSAM) ପ୍ରକ୍ଷେପିତ କରିଥିଲା। ପ୍ରଥମ ଉତକ୍ଷେପଣ ଭୂଲମ୍ବ ଉତକ୍ଷେପଣ ପ୍ରଣାଳୀ ଏବଂ କ୍ଷେପଣାସ୍ତ୍ରର ସର୍ବାଧିକ ଏବଂ ସର୍ବନିମ୍ନ ପରିସରର କାର୍ଯ୍ୟକାରିତା ପରୀକ୍ଷା କଲା | ଉଭୟ କ୍ଷେପଣାସ୍ତ୍ର ସଫଳତାର ସହିତ ଉଚ୍ଚ-ସଠିକତା ସହିତ ସେମାନଙ୍କ ଲକ୍ଷ୍ୟକୁ ଅବରୋଧ କରିଥିଲା |

VIC-SRSAM MICA ଏବଂ ତ୍ରିଶୂଳ ଉପରେ କରାଯାଇଥିବା କାର୍ଯ୍ୟ ଉପରେ ଆଧାର MBDA ଏବଂ DRDOଦ୍ୱାରା ମିଳିତ ଭାବରେ ବାତିଲ ହୋଇଥିବା ମୈତ୍ରୀ କ୍ଷେପଣାସ୍ତ୍ର ପ୍ରକଳ୍ପକୁ ସ୍ଥାନିତ କରେ | ଏହି କ୍ଷେପଣାସ୍ତ୍ର ସ୍ୱଳ୍ପ-ଦୂରଗାମୀ ବାୟୁ-ପ୍ରତିରକ୍ଷା-ପ୍ରଣାଳୀ ସହିତ କାମୋରତା-ଶ୍ରେଣୀ କର୍ଭେଟ୍ ପରି ଭାରତୀୟ ନୌସେନା ଜାହାଜକୁ ଅସ୍ତ୍ରସଜ୍ଜିତ କରିବ। ଏହି କ୍ଷେପଣାସ୍ତ୍ରକୁ ଉଚ୍ଚ ପଇଁତରାବାଜି କ୍ଷମତା ଦେବା ପାଇଁ କ୍ଷେପଣାସ୍ତ୍ର ଜେଟ୍ ଭେନ ଆଧାରିତ ପ୍ରଣୋଦନ ସଦିଗୀକରଣ (Thrust vectoring) ନିୟନ୍ତ୍ରଣ ବ୍ୟବହାର କରିଥାଏ |ଏହି କ୍ଷେପଣାସ୍ତ୍ର ହୁଏତ ରେବତୀ ରାଡାର (Revathi radar)ଦ୍ୱାରା ପରିଚାଳିତ ଯାହା କାମୋରତା-ଶ୍ରେଣୀ କର୍ଭେଟ୍ ପରି ଭାରତୀୟ ନୌସେନାର ଜାହାଜରେ ବହୁଳ ଭାବରେ ବ୍ୟବହୃତ ହେଉଛି |

ଭାରତୀୟ ବାୟୁସେନା ମଧ୍ୟ ନରୱେ/ଆମେରିକୀୟ NASAM 2 ପରି ଶୀଘ୍ର-ପ୍ରତିକ୍ରିୟା-ପ୍ରଣାଳୀ ଭାବରେ ଏହାର ଆକାଶ ଭୂପୃଷ୍ଠରୁ-ବାୟୁ କ୍ଷେପଣାସ୍ତ୍ରକୁର ପୂରକ ହେବା ପାଇଁ ଟ୍ରକ୍-ଭିତ୍ତିକ ପ୍ରକ୍ଷେପକରେ VL-SRSAM ନିୟୋଜିତ କରିପାରେ |

ପରୀକ୍ଷଣ

[ସମ୍ପାଦନା]

ଅସ୍ତ୍ର ୨୦୦୩ରୁ ୨୦୧୨ ପର୍ଯ୍ୟନ୍ତ ତିନିଟି ଭିନ୍ନ ସଂରଚନାରେ ବୈମାନିକୀ-ଢାଞ୍ଚା(Airframe), ପ୍ରଣୋଦନ ପ୍ରଣାଳୀ (propulsion system), ନିୟନ୍ତ୍ରଣ ପ୍ରଣାଳୀ, ଦ୍ୱି-ମୋଡ୍ ମାର୍ଗଦର୍ଶନ (Dual mode guidance) ଏବଂ ରାତ୍ରିକାଳୀନ ନିକ୍ଷେପ କ୍ଷମତାକୁ ବୈଧ କରିବା ପାଇଁ ଏକ ଭୂମି-ଭିତ୍ତିକ ପରୀକ୍ଷଣ ଦେଇ ଗତି କରିଥିଲା | ୨୦୦୯ ଏବଂ ୨୦୧୩ରେ ସୁଖୋଇ ସୁଖୋଇ-୩୦ମ.କ.ଇ.Iରେ ବହନ-ପରୀକ୍ଷା(Carriage trials) କରାଯାଇଥିଲା | [୨୭] [୨୮] ମେ ୨୦୧୪ ରେ, ଏହା ପ୍ରଥମ ଥର ପାଇଁ ବାୟୁରେ ନିକ୍ଷେପ କରାଯାଇଥିଲା | [୨୯] ୧୮ ମାର୍ଚ୍ଚ ୨୦୧୬ ରେ, ଆଇରନ୍ ଫିଷ୍ଟ ଯୁଧ୍ୟାଭାସ ୨୦୧୬ ସମୟରେ ଏହାକୁ ସୁଖୋଇ ସୁଖୋଇ-୩୦ମ.କ.ଇ.ରୁ ନିକ୍ଷେପ କରାଯାଇଥିଲା | [୩୦] ସେପ୍ଟେମ୍ବର ୨୦୧୭ରେ ସାତୋଟି ପରୀକ୍ଷା ହୋଇଥିଲା, ଅସ୍ତ୍ର ଦୁଇଥର ଜଣେ ସ୍ୱଦେଶୀ ସନ୍ଧାନକାରୀଙ୍କ ସହିତ ପରୀକ୍ଷା କରାଯାଇଥିଲା | ୨୦୧୯ରେ ଉପଭୋକ୍ତା ପରୀକ୍ଷଣ ସମୟରେ, ଅସ୍ତ୍ର 90 କିମି (56 mi) ଦୂରରେ ଥିବା ଗୋଟେ ଲକ୍ଷ୍ୟକୁ ଭେଦ କରିଥିଲା | [୩୧]

ବ୍ୟବହାରକାରୀ

[ସମ୍ପାଦନା]
 India

ଗ୍ୟାଲେରି

[ସମ୍ପାଦନା]

ଏହାକୁ ବି ଦେଖ

[ସମ୍ପାଦନା]

ସନ୍ଦର୍ଭ

[ସମ୍ପାଦନା]
  1. Aroor, Shiv. "How India's ଅସ୍ତ୍ର Air-To-Air କ୍ଷେପଣାସ୍ତ୍ର Is Quietly Killing It". Livefist Defence. Retrieved 30 August 2020.
  2. Pandit, Rajat (23 October 2020). "ଅସ୍ତ୍ର air combat କ୍ଷେପଣାସ୍ତ୍ର to be soon tested from Tejas fighter". Times of India. TNN. Retrieved 23 October 2020
  3. Pandit, Rajat (23 October 2020). "ଅସ୍ତ୍ର air combat କ୍ଷେପଣାସ୍ତ୍ର to be soon tested from Tejas fighter". Times of India. TNN. Retrieved 23 October 2020.
  4. Bhardwaj, Tarun (17 September 2019). "Deadly weapon! IAF successfully test-fires air-to-air କ୍ଷେପଣାସ୍ତ୍ର ଅସ୍ତ୍ର from Sukhoi-30 combat aircrafts [sic]". Financial Express. Retrieved 30 August2020.
  5. Bedi, Rahul (6 September 2017). "BDL begins initial build of ଅସ୍ତ୍ର ମାର୍କ-୨1 BVRAAM". IHS Jane's କ୍ଷେପଣାସ୍ତ୍ରs & Rockets. Jane's Information Group. Archived from the original on 6 September 2017.
  1. Bhardwaj, Tarun (17 September 2019). "Deadly weapon! IAF successfully test-fires air-to-air missile Astra from Sukhoi-30 combat aircrafts [sic]". Financial Express. Retrieved 30 August 2020.
  2. Pandit, Rajat (23 October 2020). "Astra air combat missile to be soon tested from Tejas fighter". Times of India. TNN. Retrieved 23 October 2020.
  3. Pandit, Rajat (23 October 2020). "Astra air combat missile to be soon tested from Tejas fighter". Times of India. TNN. Retrieved 23 October 2020.
  4. Aroor, Shiv. "How India's ASTRA Air-To-Air Missile Is Quietly Killing It". Livefist Defence. Retrieved 30 August 2020.
  5. "India tests air-to-air Astra missile again". Deutsche Presse-Agentur. 26 March 2007 – via NewsBank.
  6. ୬.୦ ୬.୧ ୬.୨ Udoshi, Rahul (6 May 2014). "India successfully tests home-grown Astra AAM". IHS Jane's Defence Weekly. Jane's Information Group. Archived from the original on 17 May 2014.
  7. ୭.୦ ୭.୧ ୭.୨ M. Somasekhar (18 September 2017). "After successful development trials, Astra missile ready for production". The Hindu Business Line (in ଇଂରାଜୀ). The Hindu Group.
  8. Rout, Hemant Kumar (31 August 2017). "Indian Air Force likely to start trials of Astra missile from today". The New Indian Express. Express Publications (Madurai).
  9. Pandit, Rajat (5 May 2014). "First successful Astra test gives boost to air missile technology". The Times of India. The Times Group.
  10. ୧୦.୦ ୧୦.୧ Majumdar, Sayan (September–October 2015). "Astra – The Spear for Air Dominance" (PDF). Vayu Aerospace and Defence Review. No. 5. Society for Aerospace Studies. pp. 56–57.
  11. Richardson, Doug (1 April 2017). "India's Astra uses an AGAT seeker". IHS Jane's Missiles and Rockets. Coulsdon: Jane's Information Group. 17 (4).
  12. Reddy, U. Sudhakar (16 September 2017). "Final trials of air-to-air missile Astra successful". Deccan Chronicle (in ଇଂରାଜୀ).
  13. "Indigenously developed air-to-air missile Astra successfully test fired". Hindustan Times (in ଇଂରାଜୀ). HT Media. Press Trust of India. 26 September 2018.
  14. Y. Mallikarjun; T. S. Subramanian (22 December 2012). "Astra missile test-fired successfully". The Hindu (in Indian English). The Hindu Group.
  15. Beech, Eric (2–8 May 1990). "India researches air-to-air missile" (PDF). Flight International. Vol. 137, no. 4214. Reed Business Information. p. 15. ISSN 0015-3710.
  16. Gethin, Howard (16–22 December 1998). "India unveils Astra but keeps wraps on LCA" (PDF). Flight International. Reed Business Information.
  17. "Astra test may be delayed". The Times of India. The Times Group. 6 April 2002.
  18. Pandit, Rajat (6 November 2015). "10 years in making, Astra advanced air combat missile may be ready in 2016". The Times of India. The Times Group.
  19. M. Somasekhar (17 June 2004). "DRDL to develop Astra missile". The Hindu Business Line. The Hindu Group.
  20. T. S. Subramanian (24 May – 6 June 2003). "An Astra in the armoury". Frontline. Vol. 20, no. 11. The Hindu Group. ISSN 0970-1710.
  21. ୨୧.୦ ୨୧.୧ Hewson, Robert (April 2011). "Astra redesign paves way for ramjet AAM". Jane's Missiles and Rockets. Coulsdon: Jane's Information Group. 15 (4): 3.
  22. Pandit, Rajat (1 July 2013). "Long-delayed Astra missile will finally be test-fired". The Times of India. The Times Group.
  23. Richardson, Doug (1 February 2017). "Redesigned Astra completes three ground launches". IHS Jane's Missiles and Rockets. Coulsdon: Jane's Information Group. 17 (2).
  24. "Third Astra launch too a success". The Hindu (in Indian English). The Hindu Group. 25 December 2012.
  25. ୨୫.୦ ୨୫.୧ Pandit, Rajat (23 October 2020). "Astra air combat missile to be soon tested from Tejas fighter". Times of India. TNN. Retrieved 23 October 2020.
  26. Pubby, Manu (2018-06-02). "India tastes only partial success in Ramjet test". The Economic Times. Retrieved 2019-10-11.
  27. Tur, Jatinder Kaur (6 December 2013). "'Astra' carriage trials with Su-30 begins". The Times of India. The Times Group.
  28. Sharma, Ravi (1 November 2009). "Captive flight trials of Astra missile carried out". The Hindu. Chennai, India: The Hindu Group.
  29. Y. Mallikarjun (4 May 2014). "Astra successfully test-fired from Sukhoi-30 MKI". The Hindu (in Indian English). The Hindu Group. ISSN 0971-751X.
  30. Chopra, Anil (19 March 2016). "Iron Fist 2016: Indian Air Force's greatest show of air power". Daily News and Analysis.
  31. "IAF, DRDO carry out test firing of Astra air-to-air missile". Business Standard. 18 September 2019.