![]() Antigen-binding fragment of atezolizumab (pale blue) in complex with PD-L1 (pink).ଛାଞ୍ଚ:PDB. | |
Monoclonal antibody | |
---|---|
Type | Whole antibody |
Source | Humanized |
Target | PD-L1 |
Clinical data | |
Trade names | Tecentriq |
Synonyms | MPDL3280A, RG7446 |
AHFS/Drugs.com | monograph |
MedlinePlus | a616035 |
data |
|
Pregnancy category |
|
Routes of administration | Intravenous infusion |
Legal status | |
Legal status | |
Chemical and physical data | |
Formula | C6446H9902N1706O1998S42 |
Molar mass | ୧,୪୪,୬୧୨.୫୯ g·mol−1 |
ଆଟେଜୋଲିଜୁମାବ, ଏକ ବେପାର ନାମ ଟେସେଣ୍ଟ୍ରିକ, ହେଉଛି ଏକ ଔଷଧ ଯାହା ୟୁରୋଥେଲିଆଲ କର୍କଟ, ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC), ଛୋଟ କୋଷ ଫୁସଫୁସ କର୍କଟ (SCLC), ହେପାଟୋସେଲୁଲାର କର୍କଟ (HCC), ଟ୍ରିପଲ-ନେଗେଟିଭ ସ୍ତନ କର୍କଟ ଏବଂ ମେଲାନୋମା ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୧] ନିର୍ଦ୍ଦିଷ୍ଟ ମ୍ୟୁଟେସନ ବା ପରିବର୍ତ୍ତନଗୁଡ଼ିକ ଉପସ୍ଥିତ ହେଲେ ଏହା ବ୍ୟବହାର ହୋଇଥାଏ । [୩] [୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଭୋକ କମିବା, ଅଇ, କାଶ, ନିଶ୍ୱାସ ନେବାରେ ଅସୁବିଧା, ତରଳ ଝାଡ଼ା, ରାସ, ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା, ଗଲୁ ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍, କୋଲାଇଟିସ୍ ଏବଂ ହେପାଟାଇଟିସ୍ ଭଳି ଇମ୍ୟୁନିଟି ରୋଗ ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା କୋଷ ମୃତ୍ୟୁ-ଲିଗ୧ଣ୍ଡ 1 (PD-L1)କୁ ଅବରୋଧ । [୧] ଏହା ପ୍ରତିରକ୍ଷା ପ୍ରଣାଳୀକୁ କର୍କଟ କୋଷ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଇଥାଏ। [୧]
୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆଟେଜୋଲିଜୁମାବ ଅନୁମୋଦିତ ହୋଇଥିଲା । [୧][୩] ଯୁକ୍ତରାଜ୍ୟରେ ୨୦୨୧ ମସିହାରେଏହାର ୧.୨ ଗ୍ରାମର ମୂଲ୍ୟ ୩,୮୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାଯ ୧୦,୩୦୦ଡଲାର ।[୫]