ଆଧାରଶିଲା | |
---|---|
ନିର୍ଦ୍ଦେଶକ | Ashok Ahuja |
ପ୍ରଯୋଜକ | Ashok Ahuja |
ସଂଳାପ | Ashok Ahuja |
କଳାକାର | Naseeruddin Shah Anita Kanwar Devki Nandan Pandey Neena Gupta Raja Bundela K. K. Raina Anu Kapoor |
ସଙ୍ଗୀତ | Uttam Singh |
ଚିତ୍ରଗ୍ରହଣ | Sharad Navle |
ସମ୍ପାଦକ | Renu Saluja |
ମୁକ୍ତିଲାଭ ତାରିଖ | [[Category:ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । films]]1982 |
କଥାଚିତ୍ରର ସମୟ | 154 minutes |
ଭାଷା | Hindi |
ଆଧାରଶିଲା(English: The Foundation Stone) ଏକ 1982ରେ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅଶୋକ ଆହୁଯାଙ୍କଦ୍ୱାରା ଲିଖିତ , ନିର୍ଦ୍ଦେଶିତ ଓ ନିର୍ମିତ ହେଇଥିଲା । ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ ଓ ଅନିତା କନୱର ଅଭିନୟ କରିଥିଲେ ।
ଫିଲ୍ମଟି ଫିଲ୍ମଫେୟାରଦ୍ୱାରା ଶ୍ରେଷ୍ଠ ଫିଲ୍ମ ହିସାବରେ ସମାଲୋଚକ ପୁରସ୍କାର ଲାଭ କରିଥିଲା । ଏହା ନିର୍ଦ୍ଦେଶକଙ୍କ ପ୍ରଥମ ଫିଲ୍ମ ହିସାବରେ ଶ୍ରେଷ୍ଠ ଫିଲ୍ମ ପାଇଁ ଥିବା ଇନ୍ଦିରା ଗାନ୍ଧୀ ପୁରସ୍କାର ମଧ୍ୟ ପ୍ରାପ୍ତ ହେଇଥିଲା ।[୧]
ଫିଲ୍ମର ମୁଖ୍ୟ ପାତ୍ର ଅଜୟ ( ନାସିରୁଦ୍ଦିନ ଶାହ ) ଜଣେ ଯୁବ ଫିଲ୍ମ ନିର୍ମାତା । ସେ ତାଙ୍କର ପ୍ରଥମ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ଆଶା ରଖିଥାନ୍ତି । ସେ ବିବାହ ବନ୍ଦନରେ ଅବଦ୍ଧହ ହେଇ ତାଙ୍କ ପତ୍ନୀ ଆଶା ( ଅନିତା କନବର )ଙ୍କ ସହ ତାଙ୍କର ଆଶା ବଣ୍ଟନ କରନ୍ତି । ଆଶା ପରିବାର ପୋଷଣ ପାଇଁ ସ୍କୁଲ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ।ତେବେ ସର୍ବଦା ଆଶା ରଖିଥାନ୍ତି ଯେ ତାଙ୍କ ସ୍ୱାମୀ ଫିଲ୍ମ ନିର୍ମାଣ କରିପାରିବେ । ସେମାନଙ୍କର ଏହି ଭାବନା ଓ ଅଭିଳାଷକୁ ନେଇ ଅହରହ ସଂଗ୍ରାମକୁ ବିଷୟବସ୍ତୁ କରି ଆଧାରଶିଲା ଫିଲ୍ମ ନିର୍ମିତ । ଫିଲ୍ମ ଶିଲ୍ପାରେ ଅନେକ ଉଚ୍ଛଭିଳାଷୀ ଯୁବକ ଯୁବତୀ , ବିଶେଷ କରି ଯେଉଁମାନେ ଫିଲ୍ମ ପ୍ରତିଷ୍ଠାନରୁ ଉତ୍ତିରଣା ହେଇଥାନ୍ତି , ସେହିପରି ଫିଲ୍ମ ଜଗତରେ ପାଦପତନ ପାଇଁ ଏହିପରି ସଂଗ୍ରାମ କରିଥାନ୍ତି । ଫିଲ୍ମଟି ଅଜୟ ଫିଲ୍ମ ନିର୍ମାଣ କରିବାରେ ସଫଳ ହେବା ପରେ ସମାପ୍ତ ହୁଏ ।
ଏହି ଫିଲ୍ମରେ ନାସିରୁଦ୍ଦିନ ଶାହଙ୍କ ବ୍ଯତୀତ ଅନ୍ୟ ପ୍ରାୟ ସମସ୍ତ କଳାକାର ନବାଗତ । ଏଥିରେ ନାସିରୁଦ୍ଦିନ ଶାହ , ଅନିତା କନବର , ଦେବକୀ ନନ୍ଦନ ପାଣ୍ଡେ, ନିନା ଗୁପ୍ତା , ପଙ୍କଜ କପୁର , ରଘୁବୀର ଯାଦବ , ଅନୁ କପୁର ଆଦି ଅଭିନୟ କରିଥିଲେ ।
{{cite web}}
: Cite has empty unknown parameter: |3=
(help)
![]() |
This article about a Hindi film of the 1980s is a stub. You can help Wikipedia by expanding it. |