Clinical data | |
---|---|
Trade names | Cibinqo |
Synonyms | PF-04965842 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Elimination half-life | 2.8–5.2 h |
Excretion | 1.0–4.4% unchanged in urine |
Identifiers | |
ECHA InfoCard | 100.251.498 |
Chemical and physical data | |
Formula | C14H21N5O2S |
Molar mass | ୩୨୩.୪୨ g·mol−1 |
3D model (JSmol) | |
| |
|
ଆବ୍ରୋସିଟିନିବ, ସିବିନକୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଟୋପିକ ଡର୍ମାଟାଇଟିସ (ଏକଜିମା)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅନ୍ୟାନ୍ୟ ଚିକିତ୍ସା କରିବା ସତ୍ତ୍ୱେ ଉନ୍ନତି ନ ହେଲେ ଏହା ବ୍ୟବହାର କରାଯାଏ ।[୩] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ହର୍ପିସ୍ ସିମ୍ପ୍ଲେକ୍ସ୍, ମୂତ୍ରାଙ୍ଗ ସଂକ୍ରମଣ, ବ୍ରଣ, ଚର୍ମସ୍ଫୋଟ ଏବଂ କମ୍ ରକ୍ତ ପ୍ଲାଲେଟ୍ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆକସ୍ମିକ ହୃଦ୍ରୋଧ, ଫୁସଫୁସ ଏମ୍ବୋଲିଜ୍ମ ଏବଂ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ।[୩] ଏହା ଏକ ଜାନୁସ୍ କାଇନେଜ ଇନହିବିଟର ।[୩]
୨୦୨୧ ମସିହାରେ ୟୁରୋପରେ ଏବଂ ୨୦୨୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆବ୍ରୋସିଟିନିବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୯୦୦ ପାଉଣ୍ଡ ହେଉଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୪୬୦୦ ଡଲାର ଥିଲା ।[୫]