Clinical data | |
---|---|
Trade names | WinRho, RhoGAM, others |
Synonyms | Rh0(D) immune globulin, anti-D (Rh0) immunoglobulin |
AHFS/Drugs.com | monograph |
Pregnancy category |
|
Routes of administration | intramuscular injection |
ATC code | |
Identifiers | |
ChemSpider |
|
(what is this?) (verify) |
ଆରଏଚଓ(ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Rho(D) immune globulin) ଏକ ଔଷଧ ଯାହା ଆରଏଚ ନେଗେଟିଭ (Rh negative) ମାତାର ଆରଏଚ ଆଇସୋଇମ୍ମ୍ୟୁନାଇଜେସନର (Rh isoimmunization) ପ୍ରତିଷେଧ ଓ ଆରଏଚ ପଜିଟିଭ ଥିବା ଲୋକଙ୍କର ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପୁରା (idiopathic thrombocytopenic purpura ବା ITP)) ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଗର୍ଭାବସ୍ଥା ଓ ତା'ପରେ ଦିଆଯାଏ । ଆରଏଚ ନେଗେଟିଭ ଲୋକଙ୍କୁ ଆରଏଚ ପଜିଟିଭ ରକ୍ତ ଦେବାବେଳେ ମଧ୍ୟ ଏହା ଦିଆଯାଏ । ଏହା ମାଂସପେଶୀରେ ବା (injection into muscle) ବା ଶିରାଭ୍ୟନ୍ତର ଇଞ୍ଜେକସନ (vein) ଆକାରରେ ଦିଆଯାଏ । ଗୋଟିଏ ଇଞ୍ଜେକସନ ମାତ୍ରାର ପ୍ରଭାବ ପ୍ରାୟ ୨ରୁ ୪ ସପ୍ତାହ ରହେ ।[୧]
ସାଧାରଣତଃ ଏହାର ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବଥା, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଓ ହେମୋଲାଇସିସ (red blood cell breakdown) ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା, ବୃକ୍କ ସମସ୍ୟା (kidney problems) ଓ ଅଳ୍ପ ଭୁତାଣୁ ସଂକ୍ରମଣ ସଙ୍କଟ ରହିପାରେ । ଆଟିପି ରୋଗୀଙ୍କ କ୍ଷେତ୍ରରେ ଲୋହିତ ରକ୍ତ କଣିକା ଭାଙ୍ଗିଯିବା ସମ୍ଭାବନା ରହେ । ସ୍ତନ୍ୟପାନ ସମୟରେ ଏହା ନିରାପଦ ରହେ । କେତେକ ଲୋହିତ ରକ୍ତ କଣିକାରେ ଥିବା ଆରଏଚଓ(ଡି) ଆଣ୍ଟିଜେନ (antigen) ବିରୁଦ୍ଧର ଆଣ୍ଟିବଡିରେ (antibodies) ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହି ଔଷଧଦ୍ୱାରା ଇମ୍ମ୍ୟୁନ ସିସ୍ଟମର ଆଣ୍ଟିଜେନ ଚିହ୍ନଟ କରିବା ଶକ୍ତି ଅବରୋଧ ହୋଇଯାଏ ।[୧]
ସନ ୧୯୬୦ରୁ ଆରଏଚଓ (ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ ଔଷଧ ଡାକ୍ତରୀ ବ୍ୟବହାରରେ ସଂଯୁକ୍ତ ହେଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୧୫୦୦ୟୁନିଟ (୩୦୦ଏମସିଜି) ଥିବା ଭାଏଲର ମୂଲ୍ୟ ପ୍ରାୟ ୫୮ ପାଉଣ୍ଡ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୦୦ ଆମେରିକୀୟ ଡଲାର ।[୫] ଏହା ମାନବ ରକ୍ତ ପ୍ଲାଜମାରୁ (human blood plasma) ପ୍ରସ୍ତୁତ କରାଯାଏ ।[୪]