ଆରିସା ପିଠା

ଆରିସା ପିଠା
ଆରିସା ପିଠା
ଆରମ୍ଭ
ଅଲଗା ନାଆଁଆରିସା
ମୂଳ ଜାଗା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ, ଥଣ୍ଡା
ମୂଳ ଉପାଦାନଚାଉଳ, ଗୁଡ଼, ଘିଅ

ଆରିସା ପିଠା ଏକ ଓଡ଼ିଆ ପିଠା ଯାହା ଚାଉଳ ଚୁନା ଓ ଗୁଡ଼/ଚିନିରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।

ଉପାଦାନ

[ସମ୍ପାଦନା]
ଆରିସା ପିଠା

ତିଆରି ପ୍ରଣାଳୀ

[ସମ୍ପାଦନା]

ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ ପିଠା ଆକାରର ଛୋଟ ଛୋଟ ଗୁଳା ତିଆରି କରାଯାଇ ଗରମ ଘିଅ ବା ତେଲରେ ବାଦାମୀ ରଙ୍ଗ ହେବାଯାଏଁ ଛଣା ଯାଇଥାଏ ।[] [][] [][] []

ଆରିସା

ଇତିହାସ

[ସମ୍ପାଦନା]

ଆରିସା ପିଠା ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଲୋକପ୍ରିୟ ହୋଇସାରିଥିବା ବିଶ୍ୱାସ କରାଯାଏ । ଯେତେବେଳେ ସିଦ୍ଧାର୍ଥ ଗୌତମ ବୁଦ୍ଧତ୍ୱ ଲଭିଲେ, ସେତେବେଳେ ସେ କଳିଙ୍ଗରୁ ଆସିଥିବା ଦୁଇ ବଣିକ ତପସୁ ଓ ବହ୍ଲିକଙ୍କଠାରୁ ଏହି ଆରିସା ପିଠା ଖାଇ ସାଷ୍ଟାମ ହୋଇଥିବା ବୌଦ୍ଧ ଗ୍ରନ୍ଥ ମାନଙ୍କରେ ଲେଖାଯାଇଅଛି । ଆରିସା ଏକ ପାଳି ଶବ୍ଦ । ପାଳି ଭାସାରେ ସେତେବେଳେ ଚାଉଳକୁ ଆରିସା ବୋଲି କୁହାଯାଉଥିଲା । ତେଣୁ ଆରିସା ପିଠା କହିଲେ ଚାଉଳ ପିଠାକୁ ହିଁ ବୁଝାଏ । ତେବେ ଆଜି ମଧ୍ୟ ତାମିଳ ଭାଷାରେ ଆରିସା ଶବ୍ଦ (ଆରିସେ) ଚାଉଳ ଅର୍ଥରେ ବ୍ୟବହାର ହେଉଥିବାରୁ କେହି କେହି ଆରିସା ଶବ୍ଦକୁ ତାମିଳ ଶବ୍ଦ ବୋଲି ଯୁକ୍ତି କରନ୍ତି, ଯାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ।

ଆରିସା ପିଠା

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "Arisa Pitha". Archived from the original on 2012-03-19. Retrieved 2011-07-06.
  2. "Arisa Pitha". Archived from the original on 2011-10-04. Retrieved 2011-07-06.
  3. Arisa Pitha, eOdissa handisala
  4. "Arisa Pitha recipe". Archived from the original on 2012-03-23. Retrieved 2011-07-06.
  5. "Arisa Pitha". Archived from the original on 2011-09-27. Retrieved 2011-07-06.
  6. "Recipe of Arisa Pitha". Archived from the original on 2011-10-09. Retrieved 2011-07-06.