ଫାଇଲ:Aarogya Setu mobile tracking.jpg ଆରୋଗ୍ୟ ସେତୁର ଲୋଗୋ | |
ଡେଭେଲପର | ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର, ଭାରତ ସରକାର |
---|---|
ପ୍ରଥମ ରିଲିଜ୍ | ଅପ୍ରେଲ 2020 |
Operating system | |
ପ୍ଲାଟଫର୍ମ |
|
Size | ୩.୭ Mb |
ଉପଲବ୍ଧ ଭାଷା | ୧୨ languages |
ପ୍ରକାର | ସ୍ୱାସ୍ଥ୍ୟ ସେବା |
ୱେବସାଇଟ | www |
ଆରୋଗ୍ୟ ସେତୁ ହେଉଛି କୋଭିଡ-୧୯ ଭୂତାଣୁ ଟ୍ରାକିଂ ସମ୍ପର୍କିତ ଏକ ମୋବାଇଲ ଆପ୍ଲିକେସନ । ଏହା ଭାରତୀୟ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟରଦ୍ୱାରା ତିଆରି କରାଯାଇଥିଲା । ଏହି ସେଣ୍ଟରଟି ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଅନ୍ତର୍ଗତ ।
ଏହି ଆପର ଉଲ୍ଲିଖିତ ଉଦ୍ଦେଶ୍ୟ ହେଉଛି, କୋଭିଡ-୧୯ ଭୂତାଣୁ ସମ୍ପର୍କିତ ସଚେତନତା ପ୍ରସାର କରିବା ଏବଂ ଭାରତର ଲୋକମାନଙ୍କ ସହିତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାକୁ ସଂଯୋଗ କରିବା ।[୧][୨] ଏହି ଆପ୍ କୋଭିଡ-୧୯ର ବିପଦକୁ ଧାରଣ କରିବା, ସର୍ବୋତ୍ତମ ଅଭ୍ୟାସ ଏବଂ ଉପଦେଷ୍ଟା ବାଣ୍ଟିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା । ଏହା ଏକ ଟ୍ରାକିଂ ଆପ୍ ଯାହା କରୋନାଭାଇରସ୍ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ସ୍ମାର୍ଟଫୋନର ଜିପିଏସ୍ ଏବଂ ବ୍ଲୁଟୁଥ୍ ବୈଶିଷ୍ଟ୍ୟ ବ୍ୟବହାର କରେ । ଆରୋଗ୍ୟ ସେତୁ ଆପଟି ଆଣ୍ଡ୍ରୋଏଡ ଏବଂ ଆଇଓଏସ ମୋବାଇଲ ଅପରେଟିଙ୍ଗ ସିଷ୍ଟମରେ ଉପଲବ୍ଧ ।[୩][୪] ବ୍ଲୁଟୁଥ୍ ଏବଂ ଜିପିଏସ ଟେକ୍ନୋଲୋଜି ବ୍ୟବହାର କରି, ଆରୋଗ୍ୟ ସେତୁ ଆପ୍ ବିପଦ ସଂକେତ ନିର୍ଣ୍ଣୟ କରିବାକୁ ଚେଷ୍ଟା କରେ, ଯଦି ଜଣେ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି (ଛଅ ଫୁଟ ଦୂରତା ମଧ୍ୟରେ) ପାଖାପାଖି ଆସନ୍ତି ଏହା ବିପଦ ସଙ୍କେତ ଦର୍ଶାଇଥାଏ । ସମଗ୍ର ଭାରତରେ ଜଣାଶୁଣା ମାମଲାଗୁଡ଼ିକର ଡାଟାବେସ୍ ସ୍କାନ ଏବଂ ଅବସ୍ଥାନ ସୂଚନା ବ୍ୟବହାର ସମ୍ପର୍କିତ ଉପଲବ୍ଧ ତଥ୍ୟ ଉପରେ ଆଧାର କରି, ଗୋଟିଏ ସଂକ୍ରମିତ ଅଞ୍ଚଳର ଏହା ଅବସ୍ଥାନ ନିର୍ଣ୍ଣୟ କରେ |[୨]
ଏହି ଆପ୍ ହେଉଛି କରୋନା କବଚ (ବର୍ତ୍ତମାନ ନିଷ୍କ୍ରିୟ) ନାମକ ଏକ ଆପର ଏକ ଅଦ୍ୟତନ ସଂସ୍କରଣ, ଯାହା ଭାରତ ସରକାରଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ।[୫]
ଆରୋଗ୍ୟ ସେତୁ ୧୧ଟି ଭାଷାରେ ୧୮ ଅପ୍ରେଲ ସୁଦ୍ଧା ଉପଲବ୍ଧ ଥିଲା ।[୬] ଇଂରାଜୀ, ହିନ୍ଦୀ, ତେଲୁଗୁ, କନ୍ନଡ, ମାଲାୟାଲମ୍, ତାମିଲ, ପଞ୍ଜାବୀ, ବଙ୍ଗାଳୀ, ଓଡ଼ିଆ, ଗୁଜରାଟୀ, ମରାଠୀ ଏବଂ ଶୀଘ୍ର ଅଧିକ ଭାରତୀୟ ଭାଷାରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା । ଜଣେ ଆପରେ ସାଇନ୍ ଇନ୍ କରିବା ପରେ ନିଜର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ପ୍ରୋଫାଇଲ୍ ସୂଚନା ପ୍ରଦାନ କରିବାକୁ କୁହାଯାଏ |
ଏହି ଆପ୍ ଏକ ପ୍ଲାଟଫର୍ମରେ ମଧ୍ୟ ନିର୍ମିତ ହୋଇଛି ଯାହା ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ପ୍ରଦାନ କରିପାରିବ ଯାହାଦ୍ୱାରା ଅନ୍ୟ କମ୍ପ୍ୟୁଟର ପ୍ରୋଗ୍ରାମ, ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବ୍ ସର୍ଭିସ୍ ଏହି ଆପରେ ଥିବା ବୈଶିଷ୍ଟ୍ୟ ଏବଂ ତଥ୍ୟର ବ୍ୟବହାର କରିପାରିବେ ।
ଆରୋଗ୍ୟ ସେତୁର ନୂତନ ଆପରେ ଚାରୋଟି ବିଭାଗ ଅଛି:
"ଆପଣଙ୍କର ସ୍ଥିତି" ଉପଭୋକ୍ତାଙ୍କ ପାଇଁ କୋଭିଡ-୧୯ ଭୂତାଣୁ ସଂକ୍ରମଣ ବିପଦକୁ କହିଥାଏ | "ଆତ୍ମ ସମୀକ୍ଷଣ" ଉପଭୋକ୍ତାଙ୍କୁ ତାଙ୍କର ସଂକ୍ରମିତ ହେବାର ଆଶଙ୍କା ଜାଣିବାକୁ ଦିଏ | "କୋଭିଡ-୧୯ ଅଦ୍ୟତନ" ସ୍ଥାନୀୟ ଏବଂ ଜାତୀୟ କୋଭିଡ-୧୯ ଭୂତାଣୁ ସଂକ୍ରମଣ ସଂଖ୍ୟା ଉପରେ ଦର୍ଶାଇଥାଏ ।[୭]
ବ୍ୟବହାରକାରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ତାଙ୍କର ସ୍ଥାନ ସମ୍ପର୍କିତ ତଥ୍ୟ ଛଡ଼ା ଅନ୍ୟ ସମସ୍ତ ବ୍ୟକ୍ତିଗତ ତଥ୍ୟ କେହି ଦେଖିପାରିବେ ନାହିଁ ବୋଲି ଆରୋଗ୍ୟ ସେତୁର ଏକ ଦଳ ଦର୍ଶାଇଥିଲେ ।[୮]
କୌଣସି ବ୍ୟବହାରକାରୀଙ୍କର ଆରୋଗ୍ୟ ସେତୁ ଆପର ତଥ୍ୟକୁ ନିମ୍ନଲିଖିତ ସଂସ୍ଥାଗଣ ଦେଖିପାରିବେ:[୯]
କୌଣସି ତୃତୀୟ ପକ୍ଷ ତଥ୍ୟ ଦେଖିବାର ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ କରାଯାଇଥିଲା ।[୧୦]
ଆରୋଗ୍ୟ ସେତୁ ଏହାର ଶୁଭାରମ୍ଭ ହେବାର ତିନି ଦିନ ମଧ୍ୟରେ ପାଞ୍ଚ ନିୟୁତ ଡାଉନଲୋଡ୍ ଅତିକ୍ରମ କରି ଏହାକୁ ଭାରତର ସବୁଠାରୁ ଲୋକପ୍ରିୟ ସରକାରୀ ଆପ୍ ଭାବରେ ପରିଣତ କଲା ।[୧୧][୧୨] ଅପ୍ରେଲ ୨, ୨୦୨୦ରେ ଭାରତରେ ମୁକ୍ତିଲାଭ ହେବାର ୧୩ ଦିନ ପରେ ପ୍ଲାଟଫର୍ମରେ ୫ କୋଟିରୁ ଅଧିକ ଇନଷ୍ଟଲ୍ ସହିତ ଏହା ଦୁନିଆର ଦ୍ରୁତତମ ବୃଦ୍ଧି ପାଉଥିବା ଏକ ମୋବାଇଲ୍ ଆପ୍ ଥିଲା ।[୧୩]
ପ୍ରଥମ ୫ କୋଟି ବ୍ୟବହାରକାରୀରେ ପହଞ୍ଚିବା ପାଇଁ ପୂର୍ବ ଟେକ୍ନୋଲୋଜିଗୁଡ଼ିକ ନେଇଥିବା ସମୟ:
ଟେଲିଫୋନ ୭୫ ବର୍ଷରେ ୫ କୋଟି ବ୍ୟବହାରକାରୀରେ ପହଞ୍ଚିଥିଲା, ରେଡିଓ ୩୮ ବର୍ଷ, ଟେଲିଭିଜନ ୧୩ ବର୍ଷ, ଇଣ୍ଟରନେଟ ୪ ବର୍ଷ, ଫେସବୁକ ୧ ବର୍ଷ ୭ ମାସ ଏବଂ ପୋକେମନ ଗୋ ୧୯ ଦିନ ସମୟ ନେଇଥିଲେ ।[୧୪]
୨୯ ଅପ୍ରେଲ ୨୦୨୦ରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆପ୍ ଡାଉନଲୋଡ୍ କରି ଏହାକୁ ବ୍ୟବହାର କରିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି - "କାର୍ଯ୍ୟାଳୟ ଆରମ୍ଭ କରିବା ପୂର୍ବରୁ, ସେମାନେ ଆରୋଗ୍ୟ ସେତୁରେ ସେମାନଙ୍କର ସ୍ଥିତି ସମୀକ୍ଷା କରିବା ଆବଶ୍ୟକ ଏବଂ ଯେତେବେଳେ ଆପ୍ ସୁରକ୍ଷିତ କିମ୍ବା କମ୍ ବିପଦ ଦେଖାଏ ସେତେବେଳେ ଯାତାୟତ କରିବେ ।"[୧୫][୧୬] କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛନ୍ତି ଯେ କୋଭିଡ-୧୯ କଣ୍ଟେନମେଣ୍ଟ ଜୋନରେ ରହୁଥିବା ସମସ୍ତଙ୍କ ପାଇଁ ଏହି ଆପ ବାଧ୍ୟତାମୂଳକ ଅଟେ। ନିର୍ଦ୍ଦିଷ୍ଟ ଆରାମ ସହିତ ୪ ମଇଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ୍ ସମ୍ପ୍ରସାରଣ ସହିତ ସରକାର ଏହି ଘୋଷଣା କରିଥିଲେ ।
ସରକାର ଉଭୟ ସରକାରୀ ତଥା ବେସରକାରୀ କର୍ମଚାରୀଙ୍କ ପାଇଁ ଏହି ଆପ୍ ଡାଉନଲୋଡ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିବା ପରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପ୍ ଏକ ଅତ୍ୟାଧୁନିକ ନିରୀକ୍ଷଣ (ସର୍ଭେଲାନ୍ସ) ବ୍ୟବସ୍ଥା ବୋଲି କହିଥିଲେ ।[୧୦] ଏହା ପରେ ଅନ୍ୟମାନେ ମଧ୍ୟ ଏହି ଆପ୍ ବିଷୟରେ ସମାନ ଧରଣର ଚିନ୍ତାଧାରା ବ୍ୟକ୍ତି କରିଥିଲେ ।[୧୭][୧୮] ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଗାନ୍ଧୀଙ୍କ ଦାବିକୁ ମିଥ୍ୟା ଏବଂ ଏହି ଆପକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଉଥିବା ଦର୍ଶାଇ ଏହି ସମସ୍ୟାର ଜବାବ ଦେଇଥିଲେ ।[୧୦]
ମଇ ୧ ତାରିଖରେ ଟ୍ୱିଟରରେ ଏଲିଅଟ ଆଲଡରସନ ଛଦ୍ମନାମ ବ୍ୟବହାର କରୁଥିବା ଫରାସୀ ନୈତିକ ହ୍ୟାକର ରବର୍ଟ ବାପ୍ଟିଷ୍ଟ ଏହି ଆପରେ ସୁରକ୍ଷା ସମସ୍ୟା ରହିଛି ବୋଲି ଦାବି କରିଥିଲେ ।[୧୯] ଭାରତ ସରକାର ଓ ଆପ୍ ଡେଭଲପରମାନେ ଏହି ଦାବିର ଉତ୍ତରରେ ବାପ୍ଟିଷ୍ଟ ଏଥି ପ୍ରତି ଧ୍ୟାନ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ମଧ୍ୟ ତାଙ୍କ ଆଶଙ୍କାକୁ ଗ୍ରହଣ କରିନଥିଲେ ।[୨୦] ଏହି ଆପ୍ ଭୂତାଣୁ-ସଂକ୍ରମିତ ଜନସଂଖ୍ୟା ବଣ୍ଟନକୁ ଗଣନା କରିବା ପାଇଁ ଡିଜାଇନ ହୋଇଥିବାରୁ ଲୋକଙ୍କ ଅବସ୍ଥିତି ଡାଟା ସାଇତି ରଖିବା ଏକ ତ୍ରୁଟି ନୁହେଁ ବରଂ ଆପର ଏକ ଉଲ୍ଲିଖିତ ବୈଶିଷ୍ଟ୍ୟ ବୋଲି ଆପର ଡେଭଲପରମାନେ ଦର୍ଶାଇଥିଲେ । ଯେକୌଣସି ବ୍ୟବହାରକାରୀଙ୍କ କୌଣସି ବ୍ୟକ୍ତିଗତ ସୂଚନା ବିପଦରେ ଥିବା କଥା ପ୍ରମାଣିତ ହୋଇନାହିଁ ବୋଲି ମଧ୍ୟ ସେମାନେ କହିଥିଲେ ।[୨୧]
ମଇ ୬ ତାରିଖରେ ଆରୋଗ୍ୟ ସେତୁର ସୁରକ୍ଷା ଦୁର୍ବଳତା ହେତୁ "କିଏ ସଂକ୍ରମିତ, ଅସୁସ୍ଥ ବା ନିଜ ପସନ୍ଦର କ୍ଷେତ୍ରରେ ଆତ୍ମ ମୂଲ୍ୟାଙ୍କନ କରିଛି" ତାହା ହ୍ୟାକରମାନେ ଜାଣିପାରିବେ ବୋଲି ରବର୍ଟ ବାପ୍ଟିଷ୍ଟ ଟ୍ୱିଟ କରି କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭାରତୀୟ ସଂସଦ ଏବଂ ଗୃହ ମନ୍ତ୍ରଣାଳୟରେ କେତେ ଲୋକ ଅସୁସ୍ଥ ଏବଂ ସଂକ୍ରମିତ ହୋଇଥିଲେ ସେ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ ।[୧୯] ଆପର ସର୍ତ୍ତାବଳୀ ଏବଂ ଚୁକ୍ତିନାମାଗୁଡ଼ିକର ଏକ ଧାରା ଅନୁସାରେ ବ୍ୟବହାରକାରୀ “ନିଜର ସୂଚନା କିମ୍ବା ଏହାର ପରିବର୍ତ୍ତନରେ କୌଣସି ଅନଧିକୃତ ପ୍ରବେଶ ପାଇଁ ଭାରତ ସରକାର ଦାୟୀ ରହିବେ ନାହିଁ ବୋଲି ସେ ରାଜି ଏବଂ ସ୍ୱୀକାର କରିବେ” ବୋଲି ଇକୋନୋମିକ ଟାଇମ୍ସ ଦର୍ଶାଇଥିଲା ।[୨୨] ଏହାର ଉତ୍ତରରେ ସୋର୍ସ କୋଡ଼ ସାଧାରଣରେ ମୁକ୍ତ ଭାବେ ବିତରଣ କରିବା ପାଇଁ ନାମକ ଅନେକ ସଫ୍ଟଓୟାର ଡେଭଲପରମାନେ ଡାକରା ଦେଇଥିଲେ ।[୨୩]
ମଇ ୧୨ ତାରିଖରେ ଉଚ୍ଚତମ ନ୍ୟାୟାଳୟ ପୂର୍ବତନ ବିଚାରପତି ଜଷ୍ଟିସ ବି. ଶ୍ରୀକୃଷ୍ଣ ସରକାରଙ୍କଦ୍ୱାରା ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ବାଧ୍ୟତାମୂଳକ କରାଇବା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ବୋଲି କହିଥିଲେ । ଏପର୍ଯ୍ୟନ୍ତ ଏହା କୌଣସି ଆଇନଦ୍ୱାରା ସମର୍ଥିତ ନୁହେଁ ବୋଲି ସେ କହିଥିଲେ । କେଉଁ ଆଇନ ବଳରେ ସରକାର ଏହାକୁ ବାଧ୍ୟତାମୂଳକ କରୁଛନ୍ତି ବୋଲି ସେ ପଚାରିଥିଲେ ।[୨୪]
୨୫ଟି ଦେଶ ପ୍ରକାଶିତ କୋଭିଡ଼-୧୯ କଣ୍ଟାକ୍ଟ ଟ୍ରାକିଂ ଆପ୍ ବିଶ୍ଳେଷଣ କରିବା ପରେ MIT ଟେକ୍ନୋଲୋଜି ରିଭିଉ ଆରୋଗ୍ୟ ସେତୁକୁ ୫ରୁ ୨ ତାରକା ଦେଇଥିଲା । କେବଳ ବ୍ୟବହାରକାରୀଙ୍କଠାରୁ ମିଳିଥିବା ସଂଗୃହୀତ ଡାଟା ଅଳ୍ପ ଓ ଏହା ସଂଗ୍ରହ ହେବାର କିଛି ସମୟ ପରେ ଲିଭାଇ ଦିଆଯିବ ବୋଲି ଆପର ଉଲ୍ଲିଖିତ ନୀତିରେ ଥିବାରୁ ଯାହା ତାରକା ପାଇଲା । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଜର ଆପ୍ ବାଧ୍ୟତାମୂଳକ କରିବାରେ ଭାରତ ହେଉଛି ଏକମାତ୍ର ଗଣତନ୍ତ୍ର ବୋଲି ମଧ୍ୟ ଏହା ଦର୍ଶାଇଥିଲା ।[୨୫]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite news}}
: CS1 maint: others (link)