Monoclonal antibody | |
---|---|
Type | Whole antibody |
Source | Human |
Target | Proprotein convertase subtilisin/kexin type 9 (PCSK9) |
Clinical data | |
Trade names | Praluent |
AHFS/Drugs.com | monograph |
MedlinePlus | a615035 |
data |
|
Pregnancy category |
|
Routes of administration | Subcutaneous |
Legal status | |
Legal status | |
Chemical and physical data | |
Formula | C6472H9996N1736O2032S42 |
Molar mass | ୧,୪୫,୯୮୩.୮0 g·mol−1 |
ଆଲିରୋକୁମାବ, ବେପାର ନାମ ପ୍ରଲୁଏଣ୍ଟ, ଏକ ଔଷଧ ଯାହା ଉଚ୍ଚ କୋଲେଷ୍ଟ୍ରୋଲର ଚିକିତ୍ସା ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିବା ନିମନ୍ତେ ବ୍ୟବହୃତ ହୁଏ । [୧] ଏହା ସାଧାରଣତଃ ଏକ ଷ୍ଟାଟିନ୍ ସହିତ ଦିଆଯାଏ ।[୧] ଏହା ଚର୍ମ ତଳେ ଇଞ୍ଜେକସନଦ୍ୱାରା ଦିଆଯାଏ । [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ପ୍ରବାହ, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଭାସ୍କୁଲାଇଟିସ୍ କିମ୍ବା ଆଞ୍ଜିଓଇଡିମା ସହିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ପ୍ରୋପ୍ରୋଟିନ କନଭର୍ଟେଜ୍ ସବଟିଲିସିନ୍ କେକ୍ସିନ୍ ପ୍ରକାର ୯ (PCSK9) ଇନହିବିଟର ଭାବରେ କାମ କରେ | [୪] [୧]
୨୦୧୫ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଲିରୋକୁମାବ ଅନୁମୋଦିତ ହୋଇଥିଲା ।[୪][୧] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ରେ ୩୪୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୭୦ ଡଲାର ଅଟେ । [୬]