ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ଜାତୀୟତା | ଭାରତୀୟ | ||||||||||||||
ଜନ୍ମ | ମୁମ୍ବାଇ, ଭାରତ | ୨୩ ସେପ୍ଟେମ୍ବର ୧୯୯୨||||||||||||||
ଉଚ୍ଚତା | 163 cm (5 ft 4 in) | ||||||||||||||
Sport | |||||||||||||||
ଦେଶ | ଭାରତ | ||||||||||||||
କ୍ରୀଡ଼ା | ବନ୍ଧୁକଚାଳନା | ||||||||||||||
Event(s) | ୧୦ ମିଟର୍ ଏୟାର୍ ରାଇଫଲ୍ | ||||||||||||||
Coached by | ଥୋମାସ୍ ଫାରନିକ୍ | ||||||||||||||
Medal record
| |||||||||||||||
Updated on 26 July 2014. |
ଆୟୋନିକା ପୌଲ (ଜନ୍ମ: 23 ସେପ୍ଟେମ୍ବର 1992; ମୁମ୍ବାଇ) ଜଣେ ଭାରତୀୟ ମହିଳା ବନ୍ଧୁକ ଚାଳକ ଅଟନ୍ତି , ଯିଏ କମନବ୍ଲେଥ ଗେମ, ଗ୍ଲାସ୍ଗୋରେ 10 ମିଟର ଏୟାର ରାଇଫଲ୍ସ ଶୁଟିଂ ଇଭେଣ୍ଟରେ ଜିତି ଭାରତକୁ ରଜତ ପଦକ ଦେଇଥିଲେ । [୧]ସେ ସ୍ଲୋଭେନିଆରେ ଆଇ.ଏସ.ଏସ.ଏଫ ୱାର୍ଲଡ କପ 2014ରେ ବ୍ରୋଞ୍ଜ ଜିତିଥିଲେ । [୨] 2016 ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଓଲିଓମ୍ପିକ କ୍ୱାଲିଫାଇ ପ୍ରତିଯୋଗିତାରେ ସିଲଭର ମେଡାଲ ଜିତିଥିଲେ । ପରେ ସେ ଏନଜିଓ ମାଧ୍ୟମରେ ରିଓ ପାଇଁ ଓଲିଓମ୍ପିକ ଗୋଲ୍ଡର ଅନୁସନ୍ଧାନ କରିଥିଲେ । [୩][୪][୫]
ସେ ମୁମ୍ବାଇର ଚେମ୍ବୁରଠାରେ ଅବସ୍ଥିତ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ । ସେ ପାନଭେଲସ୍ଥିତ ପିଲାଇ ବୈଷୟିକ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ ଓ ବର୍ତ୍ତମାନ ଇଲେକ୍ଟ୍ରୋନିକସ୍ ଇଞ୍ଜିନିୟରିଂରେ ସ୍ନାତ୍ତକୋତ୍ତର ପଢ଼ୁଛନ୍ତି । ଆୟୋନିକା ପଲ୍ ଦିନେ ଦକ୍ଷ ସନ୍ତରଣକାରୀ ଥିଲେ ମାତ୍ର ଧୀରେ ଧୀରେ ବନ୍ଧୁକଚାଳନା ପ୍ରତି ତାଙ୍କର ଇଚ୍ଛା ବଢ଼ିଥିଲା ।[୬] ଆୟୋନିକା ପଲ୍ ରିଓ ଅଲିମ୍ପିକ୍ସ ୨୦୧୬କୁ ମନୋନୀତ ହୋଇଥିଲେ, ମାତ୍ର ସେ ୫୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୪୭ତମ ସ୍ଥାନରେ ରହିଥିଲେ ।[୭]
{{cite web}}
: Check date values in: |accessdate=
and |date=
(help)
{{cite news}}
: Check date values in: |accessdate=
and |date=
(help)