Clinical data | |
---|---|
Trade names | Ixempra |
Synonyms | Azaepothilone B,[୧] BMS-247550 |
AHFS/Drugs.com | monograph |
MedlinePlus | a608042 |
data |
|
Pregnancy category |
|
Routes of administration | Intravenous infusion |
Legal status | |
Legal status |
|
Pharmacokinetic data | |
Bioavailability | N/A |
Protein binding | 67 to 77% |
Metabolism | Extensive, hepatic, CYP3A4-mediated |
Elimination half-life | 52 hours |
Excretion | Fecal (mostly) and renal |
Identifiers | |
| |
ECHA InfoCard | 100.158.736 |
Chemical and physical data | |
Formula | C27H42N2O5S |
Molar mass | ୫୦୬.୭0 g·mol−1 |
3D model (JSmol) | |
| |
| |
(verify) |
ଇକ୍ସାବେପିଲୋନ (ଇଂରାଜୀ ଭାଷାରେ Ixabepilone), ଯାହାକୁ ଆଜାଇପୋଥିଲୋନ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ଏହା ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ନିଉରୋପାଥି, ଥକାପଣ, ମାଂସପେଶୀ ଯନ୍ତ୍ରଣା, କେଶହାନୀ, ଅଇ, ପାଟିରେ ପ୍ରଦାହ, ତରଲ ଝାଡ଼ା ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ହୃଦ୍ଘାତ ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ଅନ୍ତର୍ଭୁକ୍ତ ହୋଇପାରେ ।[୩] [୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଏ ।[୩] ଏହା ଏକ ଇପୋଥିଲୋନ୍ ଏବଂ ମାଇକ୍ରୋଟ୍ୟୁବୁଲ୍ ଇନହିବିଟର ।[୨]
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଇକ୍ସାବେପିଲୋନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୪୫ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୫୨୦୦ ଡଲାର୍ ଥିଲା ।[୪] ଏହା ଇକ୍ସେମ୍ପ୍ରା (Ixempra) ନାମରେ ବିକ୍ରି ହୁଏ ।[୩]