![]() | |
Clinical data | |
---|---|
Trade names | Etolyn, Etopan, Lodine, others |
AHFS/Drugs.com | monograph |
MedlinePlus | a692015 |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 100% |
Metabolism | liver |
Elimination half-life | 7.3 ± 4.0 hours |
Excretion | renal |
Identifiers | |
| |
ECHA InfoCard | 100.157.848 |
Chemical and physical data | |
Formula | C17H21NO3 |
Molar mass | ୨୮୭.୩୬ g·mol−1 |
3D model (JSmol) | |
Melting point | 145 to 148 °C (293 to 298 °F) |
Solubility in water | 3.92e-02 mg/mL [ALOGPS] mg/mL (20 °C) |
| |
| |
(verify) |
ଇଟୋଡୋଲାକ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇଟୋଲିନ, ହେଉଛି ଏକ ଅଣ ଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଓଷ୍ଟିଓଆର୍ଥ୍ରାଇଟିସ କିମ୍ବା ରିଉମାଟିକ ଆର୍ଥ୍ରାଇଟିସ ପରି ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ପେଟ ଯନ୍ତ୍ରଣା, ଖାଦ୍ୟନଳୀ ରକ୍ତସ୍ରାବ, ଅଇ, ବୃକ୍କ ସମସ୍ୟା, ମୁଣ୍ଡ ବୁଲେଇବା, ଫୁଲିଯିବା, ରକ୍ତସ୍ରାବ, କାନନାଦ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ଘାତ, ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭଧାରଣର ପରବର୍ତ୍ତୀ ଅର୍ଦ୍ଧ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା କକ୍ସ୧ ଓ କକ୍ସ୨କୁ (COX1 ଏବଂ COX2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
୧୯୭୧ ମସିହାରେ ଇଟୋଡୋଲାକ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୫ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ୧୯୯୧ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ୧୫ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨ ଡଲାର ଅଟେ ।[୪]