Monoclonal antibody | |
---|---|
Type | Fab fragment |
Source | Humanized (from mouse) |
Target | Dabigatran |
Clinical data | |
Trade names | Praxbind |
Synonyms | BI-655075 |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C2131H3299N555O671S11 |
Molar mass | ୪୭,୭୮୨.୭୧ g·mol−1 |
ଇଡାରୁସିଜୁମାବ, ପ୍ରକ୍ସବିଣ୍ଡ ଏକ ବେପାର ନାମ, ଏକ ଔଷଧ ଯାହା ଡାବିଗାଟ୍ରାନର ପ୍ରଭାବକୁ ଓଲଟାଇବା ପାଇଁ ବ୍ୟବହୃତ ହୁଏ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯଦି ପ୍ରବଳ ରକ୍ତସ୍ରାବ କିମ୍ବା ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଡାବିଗାଟ୍ରାନ୍ ସହିତ ସଂଲଗ୍ମ ହୋଇ ତାହାକୁ ନିଷ୍କ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୨] [୧]
୨୦୧୫ ମସିହାରେ ଆମେରିକାରେ ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଇଡାରୁସିଜୁମାବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧର ମୂଲ୍ୟ ୨୪୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ଡଲାର ।[୪]