![]() | |
Clinical data | |
---|---|
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C274H411N65O81S6 |
Molar mass | ୬,୧୦୪.୦୪ g·mol−1 |
(verify) |
ଇନସୁଲିନ ଡିଗ୍ଲୁଡେକ, ଅନେକ ବେପାର ନାମ ମଧ୍ୟରୁ ଗୋଟିଏ ନାମ ଟ୍ରେସିବା, ହେଉଛି ଏକ ଦୀର୍ଘକାଳୀନ କାର୍ଯ୍ୟ କରୁଥିବା ଇନସୁଲିନ ଯାହା ମଧୁମେହ ଟାଇପ୧ ଏବଂ ମଧୁମେହ ଟାଇପ-୨ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପ୍ରତିଦିନ ଥରେ ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨] ୯୦ ମିନିଟ ମଧ୍ୟରେ ପ୍ରଭାବ ଆରମ୍ଭ ହୁଏ ଏବଂ ୪୨ ଘଣ୍ଟାରୁ ଅଧିକ ସମୟ ଧରି ରହିଥାଏ ।[୨] କିଛି ଦିନ ପରେ ଏହାର ସବୁ ସମୟରେ ସ୍ଥିର ପ୍ରଭାବ ରହିଥାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା, ଆଲର୍ଜି ପ୍ରତିକ୍ରିୟା, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା, ଗଲୁ, ରାସ, ଓଜନ ବୃଦ୍ଧି ଏବଂ ଲାଇପୋଡିଷ୍ଟ୍ରୋଫି ହୋଇପାରେ ।[୨] ଲମ୍ବା ଆକ୍ଟିଂ ଇନସୁଲିନ ଡିଟେମିର ଏବଂ ଇନସୁଲିନ ଗ୍ଲାର୍ଜିନ୍ ତୁଳନାରେ ଏହାର ରକ୍ତ ଶର୍କରା କମିବା ଆଶଙ୍କା କମ୍ ଥାଏ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କମ ପୋଟାସିଅମ ହୋଇପାରେ ।[୨] ଗର୍ଭାବସ୍ଥାରେ ଏନପିଏଚ ଇନସୁଲିନ ଅଧିକ ପସନ୍ଦ କରାଯାଏ ।[୫] ଏହା ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ନିର୍ମିତ ଏକ ଇନସୁଲିନ ଯାହାକୁ ଅଧିକ ରୂପାନ୍ତରିତ କରାଯାଇପାରେ ।[୫] [୨]
୨୦୧୩ ମସିହାରେ ୟୁରୋପରେ ଏବଂ ୨୦୧୫ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଇନସୁଲିନ୍ ଡିଗ୍ଲୁଡେକ ଅନୁମୋଦିତ ହୋଇଥିଲା ।[୬][୨] ଯୁକ୍ତରାଜ୍ୟରେ ଏହାର ୩୦୦ ୟୁନିଟ ନିମନ୍ତେ ମୂଲ୍ୟ ୨୦୨୧ ମସିହାରେ ୯ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୦୦ ଡଲାର ଥିଲା ।[୭] ୨୦୧୯ରେ ଏହା ଯୁକ୍ତରାଷ୍ଟ୍ରରେ ୧୬୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ୩ ନିୟୂତରୁ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା । [୮] [୯] ଏହା ଲିରାଗ୍ଲୁଟାଇଡ୍ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ।[୨]