ଇନ୍ଦ୍ରାଣୀ ରହମାନ | |
---|---|
![]() | |
ଜନ୍ମ | ଇନ୍ଦ୍ରାଣୀ ବାଜପାଇ ୧୯ ସେପ୍ଟେମ୍ବର ୧୯୩୦ |
ମୃତ୍ୟୁ | ୫ ଫେବୃଆରୀ ୧୯୯୯ | (ବୟସ ୬୮)
ବୃତ୍ତି(ସମୂହ) | ଭାରତୀୟ କ୍ଲାସିକାଲ ନର୍ତ୍ତକୀ, ନୃତ୍ୟ ନିର୍ଦ୍ଦଶିକା, |
ବୈବାହିକ-ସାଥୀ(s) | ହବିବ ରହମନ, ଭାରତ ସରକାରଙ୍କ ମୂଖ୍ୟ ସ୍ଥପତି (Chief Architect) |
ପୁରସ୍କାର | ୧୯୬୯: ପଦ୍ମଶ୍ରୀ ୧୯୮୧:ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ଇନ୍ଦ୍ରାଣୀ ରହମାନ (ସେପ୍ଟେମ୍ବର ୧୮, ୧୯୩୦, ଚେନ୍ନଇରୁ ଫେବ୍ରୁଆରୀ ୫, ୧୯୯୯ ନିଉ ୟୋର୍କ) ଜଣେ ଭାରତୀୟ କ୍ଲାସିକାଲ ନର୍ତ୍ତକୀ ଥିଲେ ଯେ ଭାରତ ନାଟ୍ୟମ, କୁଚିପୁଡ଼ି, କଥାକଲି ଓ ଓଡ଼ିଶୀ ନୃତ୍ୟରେ ପ୍ରବୀଣା ଥିଲେ ଓ ପଶ୍ଚିମ ଦେଶମାନଙ୍କରେ ଏହାକୁ ଲୋକପ୍ରିୟ କଲାପରେ ୧୯୭୬ରେ ନିଉୟୋର୍କରେ ବାସ କଲେ ।
ସନ ୧୯୫୨ରେ ସେ ମିସ୍ ଇଣ୍ଡିଆ ହୋଇଥିଲେ । ପରବର୍ତ୍ତୀ କାଳରେ ସେ ତାଙ୍କର ମାତା ରାଗିଣୀ ଦେବୀଙ୍କ କମ୍ପାନୀରେ ଯୋଗଦାନ କଲେ । ଆନ୍ତର୍ଜାତୀୟ ପରିଭ୍ରମଣ ସମୟରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରେଇଥିଲେ । ଇନ୍ଦ୍ରାଣୀ ସନ ୧୯୬୯ରେ ପଦ୍ମଶ୍ରୀ ପାଇଥିଲେ ଓ କଳା ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତଥା ତାରକନାଥ ପୁରସ୍କାର ପାଇଥିଲେ ।
ଇନ୍ଦ୍ରାଣୀ ରହମାନ ଉକ୍ତ ସମୟର ମାଡ୍ରାସ ଓ ବର୍ତ୍ତମାନର ଚେନଇର ଜଣେ ଭରତୀୟ ଜାତୀୟତାବାଦୀ ଓ ଇଣ୍ଡୋ-ଆମେରିକାନ ଲିଗର ପ୍ରେସିଡେଣ୍ଟ ରାମଲାଲ ବଳରାମ ବାଜପାଇ (୧୮୮୦-୧୯୬୨) ଓ ଲୁଏଲା ସରମ୍ୟାନଙ୍କ (ପେଟସ୍କି, ମିସିଗାନ) ଔରସରୁ ସନ ୧୮୯୩ରେ ଜନ୍ମଗ୍ରହଣ କରିଥିଲେ ,[୧] (ମୃତ୍ୟୁ ୧୯୮୨),[୨] ଯିଏ ସନ ୧୯୨୦ରେ ଭାରତକୁ ଆସି ନାମକୁ ରାଗିଣୀ ଦେବୀରେ ପରିବର୍ତ୍ତନ କରିଥିଲେ, [୩] ଯେତେବେଳେ କେମିଷ୍ଟ ରାମଲାଲ ବାଜପାଇ ଆମେରିକାର ଜଣେ ସଫଳ ଆମଦାନୀକାରୀ ହୋଇପାରିଥିଲେ ଓ ଭାରତକୁ ଫେରି ଲାଲା ଲଜପତ ରାଏଙ୍କଦ୍ୱାରା ସ୍ଥାପିତ ୟଙ୍ଗ ଇଣ୍ଡିଆର ସହକାରୀ ସମ୍ପାଦକ ହେଲେ ଓ ଭାରତ ସ୍ୱାଧୀନ ହେବା ପରେ ଆମେରିକାରେ ଭାରତର କନସୁଲେଟ ଜେନେରାଲ ହେଲେ । [୪] ରାଗିଣୀ ମଧ୍ୟ ସନ ୧୯୩୦ ସୁଦ୍ଧା ସାରା ପୃଥିବୀରେ ଭାରତୀୟ କ୍ଲାସିକାଲ ନାଚ ନିମନ୍ତେ ତାଙ୍କର ଅବଦାନ ଯୋଗୁ ବିଖ୍ୟାତ ହୋଇପାରିଥିଲେ, ବିଶେଷତଃ କଥାକଲି ଓ ଭାରତ ନାଟ୍ୟମ୍ ଯାହା ସେ କର୍ଣ୍ଣାଟକର ରାଜଦାସୀ ଓ ଜେଟ୍ଟୀ ତୟାମ୍ମାଙ୍କଠାରୁ ଶିଖିଥିଲେ ଓ ପରେ ଚେନ୍ନଇର ଗଉରୀ ଆମ୍ମାଙ୍କଠାରୁ ଶିଖିଥିଲେ । [୫][୬][୭]
ଇନ୍ଦ୍ରାଣୀ ତାଙ୍କ ମାତାଙ୍କ ଗହଣରେ ତାଙ୍କ କମ୍ପାନୀରୁ ୯ ବର୍ଷ ବୟସରୁ ନାଚ ଶିକ୍ଷା ଆରମ୍ଭ କରିଥିଲେ ଓ ତାଙ୍କ ସହିତ ଆମେରିକା, ୟୁରୋପ ଆଦି ବୁଲିଥିଲେ । ବୃତ୍ତି ହିସାବରେ ସେ ପ୍ରଥମେ ଗୁରୁ ଚୋକ୍କଲିଙ୍ଗମ ପିଲ୍ଲାଇଙ୍କଠାରୁ(୧୮୯୩ରୁ ୧୯୬୮) ଭାରତ ନାଟ୍ୟମର ପାଣ୍ଡାନାଲୁର ପଦ୍ଧତି ସନ ୧୯୪୦ରେ ଶିଖିଥିଲେ । ଅଳ୍ପ ସମୟ ମଧ୍ୟରେ ସେ କୋରଡ଼ ନରସିମହା ରାଓଙ୍କଠାରୁ କୁଚିପୁଡ଼ି ଶିଖି ତାଙ୍କ ସହିତ ପୃଥିବୀର ଅନେକ ଦେଶ ଭ୍ରମଣ କରିଥିଲେ ।[୮]
ସନ ୧୯୪୭ରେ ବିଖ୍ୟାତ ନୃତ୍ୟ ଓ କଳା ସମାଲୋଚକ ଡଃ ଚାର୍ଲ୍ସ୍ ଇନ୍ଦ୍ରାଣୀଙ୍କୁ ସେତେବେଳର ସାମାନ୍ୟ ଜଣାଶୁଣା ଓଡ଼ିଶୀ ନାଚ ଶିଖିବାକୁ ପ୍ରବର୍ତ୍ତେଇଥିଲେ । ଇନ୍ଦ୍ରାଣୀ ପ୍ରଥମ ବ୍ୟବସାୟୀକ ନୃତ୍ୟାଙ୍ଗନା ଭାବରେ ଓଡ଼ିଶୀର ବିଦ୍ୟାର୍ଥୀ ହୋଇଥିଲେ । ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ତିନି ବର୍ଷ ଶିକ୍ଷା ଲାଭ ପରେ ଭାରତ ତଥା ପୃଥିବୀର ବିଭିନ୍ନ ସ୍ଥାନରେ ବୁଲି ଓଡ଼ିଶୀକୁ ଲୋକପ୍ରିୟ କରିଥଲେ । [୯][୧୦]
ବିବାହିତା ଓ ଗୋଟିଏ ଛୁଆ ଥିବା ସତ୍ତ୍ୱେ ସେ ସନ ୧୯୫୨ରେ ହୋଇଥିଲେ ପ୍ରଥମ ମିସ୍ ଇଣ୍ଡିଆ,[୧୧][୧୨] ଓ ଲଙ୍ଗ୍ ବିଚ୍, କାଲିଫର୍ନିଆରେ ଅନଷ୍ଠିତ ହୋଇଥିବା ମିସ ୟୁନିଭର୍ସ୍ ୧୯୫୨ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । [୧୩] ଏହା ପରେ ସେ ତାଙ୍କ ମାତାଙ୍କ ସହିତ ସମୁଦାୟ ପୃଥିବୀରେ ନୃତ୍ୟ ପ୍ରଦର୍ଶନ କରିଥିଲେ । [୧୪] ସନ ୧୯୬୧ରେ ପ୍ରଥମ ନର୍ତ୍ତକୀ ଭାବରେ ତାଙ୍କୁ ଏସିଆଟିକ ସୋସାଇଟିର ଜାତୀୟ ଭ୍ରମଣରେ ନୃତ୍ୟ ପ୍ରଦର୍ଶନ କରିବାକୁ ଉପସ୍ଥାପନ କରାଯାଇଥିଲା ଓ ଭାରତର ପ୍ରଧାନ ମନ୍ତ୍ରୀ ଜୱାହରଲାଲ ନେହରୁଙ୍କ ଅଫିସିଆଲ ଗସ୍ତ ସମୟରେ ତାଙ୍କର ଓ ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି ଜନ୍ ଏଫ୍ କେନେଡ଼ିଙ୍କ ସମ୍ମୁଖରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ,[୧୫] ଓ ତା ପର ବର୍ଷ ସମ୍ରାଟ ହେଲେ ସେଲାସିଏ, ରାଣୀ ରାଣୀ ଏଲିଜାବେଥ ୨, ମାଓ ସେ ତୁଙ୍ଗ, ନିକିତା କୃଶ୍ଚେଭ୍ ଓ ଫିଡେଲ୍ କାଷ୍ଟ୍ରୋଙ୍କ ସମ୍ମୁଖରେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । [୩][୧୬] ସନ ୧୯୭୬ରେ ନିଉୟୋର୍କସ୍ଥିତ ଲିଙ୍କନ ସେଣ୍ଟର୍ ଫର ଦି ପର୍ଫର୍ମିଙ୍ଗ ଆର୍ଟସର ନୃତ୍ୟ ବିଭାଗରେ ସେ ଫ୍ୟାକଲ୍ଟି ମେମ୍ବର ହୋଇ ହାର୍ଭାର୍ଡ଼ ସହିତ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦାନ କରିଥିଲେ । ଆମେରିକାରେ ସେ ଶେଷ ଦୁଇ ଦଶନ୍ଧି ବ୍ୟାପକ ଗସ୍ତ କରିଥିଲେ ।
ସେ ହବିବ୍ ରହମାନ (୧୯୧୫-୧୯୯୫), ଜଣେ ସୁପରିଚିତ ସ୍ଥପତିଙ୍କୁ ସନ ୧୯୪୫ରେ ବିବାହ କରିଥିଲେ, ତାଙ୍କର ଗୋଟିଏ ପୁଅ ରାମ ରହମାନ(କଳାକାର) ଓ ଗୋଟିଏ ଝିଅ ସୁକନ୍ୟା ରହମାନ ଥିଲେ,[୧୭] ଯିଏ ତାଙ୍କ ମାତା ଓ ଜେଜେମାଆଙ୍କ ସହିତ ମଧ୍ୟ ନୃତ୍ୟ କରିଥିଲେ ।
ନିଉ ୟୋର୍କର ମାନହାଟାନରେ ଇନ୍ଦ୍ରାଣୀ ରହମାନ ଫେବୃଆରୀ ୫, ୧୯୯୯ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
{{cite web}}
: CS1 maint: bot: original URL status unknown (link)