ଇବ ନଦୀ ,ମହାନଦୀର ଏକ ଉପନଦୀ ।[୧] ଏହା ଉତ୍ତର ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପ୍ରବାହିତ ହୋଇ ହୀରାକୁଦ ଜଳଭଣ୍ଡାରରେ ପତିତ ହୁଏ । ଏହାର ଉତ୍ପତ୍ତି ପାଣ୍ଡରାପେଟ ପାଖ ପାହାଡ଼ର[୨] ୭୬୨ ମିଟର ଉଚ୍ଚତାରୁ ହୋଇଛି । ଏହା ଛତିଶଗଡ଼ ରାଜ୍ୟର ରାୟପୁର ଓ ଜଶପୁର ଜିଲ୍ଲା ଦେଇ ପ୍ରବାହିତ ହୋଇ ଆସି ଓଡ଼ିଶା ରାଜ୍ୟର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରି ପରିଶେଷରେ ହୀରାକୁଦ ବନ୍ଧର ଜଳଭଣ୍ଡାରରେ ପତିତ ହୁଏ ।
ଇବ ଉପତ୍ୟକାର ବହୁତ ଅଞ୍ଚଳ କୋଇଲା ଖଣିଦ୍ୱାରା ସମୂର୍ଦ୍ଧ । ଝାରସୁଗୁଡ଼ା ନିକଟସ୍ଥ ମହାନଦୀ କୋଇଲାଖଣିର ଅଧିକାଂଶ ଅଞ୍ଚଳ ଏହି ଇବ ନଦୀ ସମୀପରେ ଅବସ୍ଥିତ ।[୩] କୋଇଲା ଓ ହୀରାକୁଦ ଜଳଭଣ୍ଡାରର ଜଳ ଉପଲବ୍ଧ ହେଉଥିବାରୁ ଇବ ନଦୀର ତଟବର୍ତୀ ଅଞ୍ଚଳରେ ବହୁ ପରିମାଣରେ କଳ କାରଖାନା ଗଢ଼ି ଉଠିଛି ।
ଇବ ନଦୀ ସନ୍ନିକଟ ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଶୋଭା ରାଜି ଥିବା ଅଞ୍ଚଳ ରହିଛି । ଇବ ନଦୀ ସହ ପୌରଣିକ ସଂଯୋଗ ଥିବା ମଧ୍ୟ କୁହାଯାଏ ।