![]() | |
Clinical data | |
---|---|
Trade names | Corvert |
AHFS/Drugs.com | monograph |
MedlinePlus | a601248 |
Pregnancy category |
|
Routes of administration | Intravenous |
Pharmacokinetic data | |
Bioavailability | N/A |
Protein binding | 40% |
Metabolism | Liver oxidation |
Elimination half-life | 6 hours (2-12 hours) |
Excretion | Kidney (82%), fecal |
Identifiers | |
| |
Chemical and physical data | |
Formula | C20H36N2O3S |
Molar mass | ୩୮୪.୫୮ g·mol−1 |
3D model (JSmol) | |
| |
| |
(verify) |
ଇବୁଟିଲାଇଡ (ଇଂରାଜୀ ଭାଷାରେ Ibutilide), କରଭର୍ଟ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସାହାଯ୍ୟରେ ନିକଟ ଅତୀତରେ ଆରମ୍ଭ ହୋଇଥିବା ଆଟ୍ରିଆଲ ଫିବ୍ରିଲେସନ୍ ଏବଂ ଆଟ୍ରିଆଲ ଫ୍ଲଟରକୁ ରୂପାନ୍ତର କରିବାକୁ ଚେଷ୍ଟା କରାଯାଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ଆପେକ୍ଷିକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାଲ୍ପିଟେସନ୍, ନିମ୍ନ ରକ୍ତଚାପ, ବାନ୍ତି, ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ | [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟର୍ସାଡେସ ଡି ପଏଣ୍ଟେସ ଏବଂ ଆଟ୍ରିଓଭେଣ୍ଟ୍ରିକୁଲାର ଅବରୋଧ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ତୃତୀୟ ଶ୍ରେଣୀର ଆଣ୍ଟିଆରିଦମିକ ଏବଂ କାର୍ଯ୍ୟ ସମ୍ଭାବନାକୁ ଦୀର୍ଘ କରି କାର୍ଯ୍ୟ କରେ ।[୧] [୨]
୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇବୁଟିଲାଇଡ ଅନୁମୋଦିତ ହୋଇଥିଲା ।[୧] ଏହା ୟୁରୋପର କିଛି ଅଂଶରେ ଅନୁମୋଦିତ କିନ୍ତୁ ବ୍ରିଟେନ ନୁହେଁ | [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧ ମିଗ୍ରା ମାତ୍ରାର ପାଇଁ ଏହାର ମୂଲ୍ୟ ପ୍ରାୟ ୩୨୫ ଡଲାର ଅଟେ ।[୪]