ଉପେନ୍ଦ୍ର କୁମାର | |
---|---|
ଜନ୍ମ | ଉପେନ୍ଦ୍ର କୁମାର ୧୮ ଜୁଲାଇ ୧୯୪୧ |
ମୃତ୍ୟୁ | ୨୪ ଜାନୁଆରୀ ୨୦୦୨ | (ବୟସ ୬୦)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ |
ବୈବାହିକ-ସାଥୀ | ଏଚ ପି ଗୀତା |
ଉପେନ୍ଦ୍ର କୁମାର ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ସେ ଓଡ଼ିଆ ଓ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।[୨] ସେ ୧୯୪୧ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଦିଗପହଣ୍ଡିରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କର ନିର୍ଦ୍ଦେଶିତ ଗୀତ ମଧ୍ୟରୁ "ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି", "ଇନ୍ଦ୍ରଧରୁର ସପ୍ତ ରଙ୍ଗ", "ପୀରତି ତୋର ଦୁରୁ ଜୁହାର", "ସପନର ପଥେ ପଥେ", "ସମୀର ସୁରେ", "ସ୍ୱର୍ଗାଦପୀ ଗରିୟସୀ" ଆଦି ଅନ୍ୟତମ ।