ଉମା ଆନନ୍ଦ | |
---|---|
ଜନ୍ମ | ୧୯୨୩ ଲାହୋର, ବ୍ରିଟିଶ ଭାରତ |
ମୃତ୍ୟୁ | ୧୩ ନଭେମ୍ବର ୨୦୦୯ | (ବୟସ ୮୫–୮୬)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ପତ୍ରକାର, ଅଭିନେତ୍ରୀ, ବ୍ରଡକାଷ୍ଟର |
ବୈବାହିକ-ସାଥୀ |
ଚେତନ ଆନନ୍ଦ
(m. ୧୯୪୩; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ | ୨; କେତନ ଆନନ୍ଦ ଓ ବିବେକ ଆନନ୍ଦ |
ଉମା ଆନନ୍ଦ (୧୯୨୩ – ୧୩ ନଭେମ୍ବର ୨୦୦୯) ଜଣେ ଭାରତୀୟ ପତ୍ରକାର ଓ ଅଭିନେତ୍ରୀ ଥିଲେ ।
ସେ ୧୯୨୩ ମସିହାରେ ବ୍ରିଟିଶ ଭାରତ ଅଧିନସ୍ଥ ଲାହୋରରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ଇନ୍ଦୁ ମିଠା ଜଣେ ଭାରତନାଟ୍ୟମ ନୃତ୍ୟାଙ୍ଗାନା ଥିଲେ, ଯିଏକି ପାକିସ୍ତାନରେ ରହିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କୁ ୧୯୪୩ ମସିହାରେ ବିବାହ କରିଥିଲେ ।[୧] ତାଙ୍କ ପୁଅ ହେଉଛନ୍ତି କେତନ ଆନନ୍ଦ ଓ ବିବେକ ଆନନ୍ଦ । ୧୯୪୬ ମସିହାରେ ସେ ନୀଚ ନଗର କଥାଚିତ୍ରରେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨] ଅଭିନେତା ଦେବ ଆନନ୍ଦ ହେଉଛନ୍ତି ତାଙ୍କ ସମ୍ପର୍କୀୟ ।[୩] ସେ ୧୩ ନଭେମ୍ବର ୨୦୦୯ରେ ମୃତ୍ୟୁବରଣ କରିଥିଲେ ।[୪]
୧୯୬୫ ମସିହାରୁ ୧୯୮୧ ମସିହା ପର୍ଯ୍ୟନ୍ତ ସେ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରକାଶିତ ଏକ ପତ୍ରିକା ସଙ୍ଗୀତ ନାଟକର ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ଶିଶୁ ପୁସ୍ତକ ରଚନା କରିଥିଲେ, ଯାହାକି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟଦ୍ୱାରା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି ।[୫]