ଋତୁ କୁମାର | |
---|---|
![]() କୁମାରଙ୍କ ଫ୍ଲାଗସିପ୍ ଷ୍ଟୋର୍ର ଶୁଭାରମ୍ଭ ସମୟରେ ଋତୁ ,ଅନୁଷ୍କା ଶର୍ମାଙ୍କ ସହିତ | |
ଜାତୀୟତା | ଭାରତୀୟ |
ବୃତ୍ତି | ଫ୍ୟାଶନ୍ ଡିଜାଇନର୍ |
ସନ୍ତାନ | ଅଶ୍ୱିନ କୁମାର, ଅମ୍ରିଶ କୁମାର |
ପୁରସ୍କାର | ପଦ୍ମଶ୍ରୀ ୨୦୧୩ |
ୱେବସାଇଟ | ritukumar |
ଋତୁ କୁମାର ଜଣେ ଭାରତୀୟ ଫ୍ୟାଶନ ଡିଜାଇନର୍ ।
ଅମୃତସରରେ ଶିକ୍ଷାଗତ ସୁଯୋଗର ଅଭାବ ହେତୁ ସେ ନିଜାର ଶିକ୍ଷା ପାଇଁ ସିମଲାକୁ ଚାଲିଆସିଥିଲା । ସେଠାରେ ସେ ଲୋରେଟୋ କନଭେଣ୍ଟରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ । ପରେ ସେ ଲେଡି ଇରୱିନ୍ କଲେଜରେ ଅଧ୍ୟୟନ କରିଥିଲେ । ସେଠାରେ ସେ ଶଶି କୁମାରଙ୍କୁ ଭେଟିଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ । ପରେ ସେ ନ୍ୟୁୟର୍କର ବ୍ରିଆରକ୍ଲିଫ୍ କଲେଜରେ ଛାତ୍ରବୃତ୍ତି ଗ୍ରହଣ କରିବାକୁ ଯାଇ ସେଠାରେ ଇତିହାସରେ ନିଜର ଅଧ୍ୟୟନ ଶେଷ କରିଥିଲେ ।[୧] ସେ ଭାରତକୁ ଫେରିବା ପରେ କଲିକତା ବିଶ୍ୱବିଦ୍ୟାଳୟର ଆସୁତୋଶ ମ୍ୟୁଜିୟମ ଅଫ୍ ଇଣ୍ଡିଆନ୍ ଆର୍ଟରେ ମ୍ୟୁଜିଓଲୋଜି ଅଧ୍ୟୟନ କରିଥିଲେ ।[୨] ତାଙ୍କ ପୁଅ ଅଶ୍ୱିନ କୁମାର ଜଣେ ଓସ୍କାର ମନୋନୀତ ନିର୍ଦ୍ଦେଶକ ଅଟନ୍ତି ।
କୁମାର ଦୁଇଟି ଛୋଟ ଟେବୁଲ୍ ଏବଂ ହ୍ୟାଣ୍ଡ-ବ୍ଲକ୍ ପ୍ରିଣ୍ଟିଂ କୌଶଳ ବ୍ୟବହାର କରି କଲିକାତାରେ ନିଜର ଫ୍ୟାଶନ୍ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୬୦ ଏବଂ ୭୦ ଦଶକରେ ବ୍ରାଇଡାଲ୍ ପୋଷାକଠାରୁ ଆରମ୍ଭ କରି ସେ ପରବର୍ତ୍ତୀ ଦୁଇ ଦଶନ୍ଧି ମଧ୍ୟରେ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ ।[୩] ଭାରତରେ ନିଜାର ବ୍ୟବସାୟ କରିବା ସହିତ କୁମାରଙ୍କ କମ୍ପାନୀ ପ୍ୟାରିସ, ଲଣ୍ଡନ ଏବଂ ନ୍ୟୁୟର୍କରେ ମଧ୍ୟ ଶାଖା ଖୋଲିଛି । ୧୯୯୯ ମସିହାରେ ତାଙ୍କର ଲଣ୍ଡନ ଶାଖା ବନ୍ଦ ହୋଇଗଲା । ସେହି ସମୟରେ ତାଙ୍କ କମ୍ପାନୀର ବାର୍ଷିକ ଆୟ ଭାରତୀୟ ଫ୍ୟାଶନ ଆଉଟଲେଟ ମଧ୍ୟରୁ ସର୍ବାଧିକ ଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ବିଲିୟନ ଥିଲା ।[୪][୫] ୨୦୦୨ ମସିହାରେ ସେ ତାଙ୍କ ପୁଅ ଅମ୍ରିଶଙ୍କ ସହଭାଗିତାରେ "ଲେବଲ୍" ଲାଇନ ଆରମ୍ଭ କରିଥିଲେ ।[୬]
କୁମାରଙ୍କ ଡିଜାଇନ୍ ପ୍ରାକୃତିକ କପଡା ଏବଂ ପାରମ୍ପାରିକ ବୁଣା କୌଶଳ ଉପରେ ଧ୍ୟାନ ଦେଇଥାଏ । ତାଙ୍କ ପୋଷାକ ରାଜକୁମାରୀ ଡାଏନା, ପ୍ରିୟଙ୍କା ଚୋପ୍ରା, ଲାରା ଦତ୍ତ, ଦୀପିକା ପାଦୁକୋନ, ମାଧୁରୀ ଦୀକ୍ଷିତ, ମାଧୁର ଜାଫ୍ରି, କଳ୍କି କୋଏଚଲିନ୍, ଡିଆ ମିର୍ଜା ଏବଂ ସୋହା ଅଲି ଖାନଙ୍କ ପରି ସେଲିବ୍ରିଟିମାନେ ପରିଧାନ କରିଛନ୍ତି ।[୭][୮]
୨୦୧୩ ମସିହାରେ ଋତୁ କୁମାରଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[୯] ସେ ୨୦୧୨ ମସିହାରେ ଲୋରିଅଲ୍ ପ୍ୟାରିସ୍ ଫେମିନା ମହିଳା ପୁରସ୍କାରରେ ଆୱାର୍ଡ ଜିତିଥିଲେ ।[୧୦]