ଆଦୃତି ଲକ୍ଷ୍ମୀବାଇ | |
---|---|
ଉପ-ବାଚସ୍ପତି: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୯ ମଇ ୧୯୪୬ – ୨୦ ଫେବୃଆରୀ ୧୯୫୨ | |
ପୂର୍ବ ଅଧିକାରୀ | ନନ୍ଦକିଶୋର ଦାସ |
ପର ଅଧିକାରୀ | ମୌଲବୀ ମହମ୍ମଦ ହନିଫ୍ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର ସଦର |
ବିଧାୟିକା: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଅକ୍ଟୋବର ୧୮୯୯ |
ମୃତ୍ୟୁ | ୨୭ ଜାନୁଆରୀ ୧୯୮୬ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ସମ୍ପର୍କ | ବରାହଗିରି ଭେଙ୍କଟଗିରି |
ବାପା/ବୋଉ | ବରାହଗିରି ଭେଙ୍କଟ ଯୋଗେଶ (ବାପା) ବରାହଗିରି ସୋଭମା (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଆଦୃତି ଲକ୍ଷ୍ମୀବାଇ (୧୨ ଅକ୍ଟୋବର ୧୮୯୯ - ୨୭ ଜାନୁଆରୀ ୧୯୮୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞା ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ସେ ଏକାଧିକ ବାର କାରାବରଣ କରିଥିଲେ ।[୧] ସେ ବ୍ରହ୍ମପୁର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୩୭ ଓ ୧୯୪୬ରେ ସ୍ୱାଧୀନତା ପୂର୍ବର ୧ମ[୨] ଓ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ୧୯୪୬ ମସିହାରେ ସେ ଉପ-ବାଚସ୍ପତି ହୋଇଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଉପବାଚସ୍ପତି ଅଟନ୍ତି ।[୧]
ଏ. ଲକ୍ଷ୍ମୀ ବାଈ ୧୮୯୯ ମସିହାର ଅକ୍ଟୋବର ୧୨ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବରାହଗିରି ଭେଙ୍କଟ ଯୋଗେଶ ଓ ମାଆଙ୍କ ନାମ ବରାହଗିରି ସୋଭମା । ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ବରାହଗିରି ଭେଙ୍କଟଗିରିଙ୍କ ଭଉଣୀ ।[୧]
ଲକ୍ଷ୍ମୀ ବାଈ ତାଙ୍କର ମାଧ୍ୟମିକ ଶିକ୍ଷା ବ୍ରହ୍ମପୁରେ ଶେଷ କରିବା ପରେ କାଶୀର ଥିଓସୋଫିକାଲ୍ ସୋସାଇଟିରେ ଯୋଗ ଦେଇଥିଲେ । ଏହାପରେ ସେ କଲିକତାର ଦୟାଚ୍ଚିଆନ୍ କଲେଜ୍ରୁ ସ୍ନାତକ କରିଥିଲେ ଏବଂ ମେଡିସିନ୍ ପାଠ ଅଧ୍ୟୟନ ପାଇଁ ଭେଲୋର୍ର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜରେ ଯୋଗ ଦେଇଥିଲେ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହ ଭୋଲୋର୍ରୁ ପାଠପଢ଼ା ଅଧାରେ ଛାଡ଼ି ବ୍ରହ୍ମପୁର ଫେରି ଆସିଥିଲେ ଏବଂ ଫେରିବା ପରେ ସେ ଆଦୃତି ଭେଙ୍କଟେଶ୍ୱର ରାଓଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କର ଶଶୁର ଘର ରାଜମହେନ୍ଦ୍ରୀ ଚାଲିଯାଇଥିଲେ । ତାଙ୍କ ବିବାହର ୧ ବର୍ଷ ପରେ ତାଙ୍କ ପତିଙ୍କର ଦେହାନ୍ତ ହୋଇଯାଇଥିଲା ଏବଂ ସେ ତାଙ୍କର ପୈତୃକ ଘର ବ୍ରହ୍ମପୁରକୁ ଫେରି ଆସିଥିଲେ ।[୪]
୧୯୨୧-୧୯୨୨ ମସିହାର ଅସହଯୋଗ ଆନ୍ଦୋଳନରେ ସେ ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଯୋଗଦ ଦେଇଥିଲେ ।[୩] ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ସେ ମହାତ୍ମା ଗାନ୍ଧିଙ୍କଦ୍ୱାରା ମନୋନୀତ ହୋଇଥିଲେ । ୧୯୪୦ ମସିହା ଡିସେମ୍ବର ୪ ତାରିଖ ଦିନ ବ୍ରିଟିଶ ସରକାର ବିରୁଦ୍ଧରେ ଭାଷଣ ଦେଇ ସେ ବ୍ରହ୍ମପୁରଠାରେ ଗିରଫ ହୋଇ କାରାବରଣ କରିିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଏକ ବର୍ଷ କାରାବରଣ କରିଥିଲେ ।[୧]
ଏ. ଲକ୍ଷ୍ମୀ ବାଈ ଓଡ଼ିଶା ରାଜନୀତିରେ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜଣେ ବିଧାୟିକା ଭାବରେ ଦୁଇଥର ନିର୍ବାଚିତ ହୋଇଥିଲେ । ୧୯୪୬ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୫][୩] ସେ ପ୍ରଥମେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ମହିଳାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେ ଲଢ଼େଇ ଜାରି ରଖିଥିଲେ ।[୧]
ଏ. ଲକ୍ଷ୍ମୀ ବାଈ ୧୯୮୬ ମସିହାର ଜାନୁଆରୀ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩]
{{cite book}}
: CS1 maint: unrecognized language (link)
{{cite web}}
: CS1 maint: unrecognized language (link)