ଶ୍ରୀକର ପ୍ରସାଦ | |
---|---|
ଜନ୍ମ | ଅକ୍କିନେନି ଶ୍ରୀକର ପ୍ରସାଦ |
ବୃତ୍ତି | ଭାରତୀୟ କଥାଚିତ୍ର ସଂପାଦକ |
ସକ୍ରିୟ ବର୍ଷ | ୧୯୮୩- ଏପର୍ଯ୍ୟନ୍ତ |
ୱେବସାଇଟ | www |
ଏ ଶ୍ରୀକର ପ୍ରସାଦ ଜଣେ ଜାତୀୟ ପୁରସ୍କର ପ୍ରାପ୍ତ କଥାଚିତ୍ର ସଂପାଦକ ।[୧] ସେ ହିନ୍ଦୀ, ମଲାୟଲମ, ତାମିଲ, ତେଲୁଗୁ, ଇଂରାଜୀ, କନ୍ନଡ଼, ନେପାଳୀ, ପଞ୍ଜାବୀ ଓ ଓଡ଼ିଆ କଥାଚିତ୍ର ସଂପାଦନା କରନ୍ତି । ସେ ୩୫ ବର୍ଷରେ ୬୦୦ରୁ ଅଧିକ କଥାଚିତ୍ରର ସମ୍ପାଦନା କରିଛନ୍ତି ।[୨] ସେ ଅନେକ ଫିଲ୍ମ ଫେୟାର ପୁରସ୍କାର ସହିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।
ଏକାଧିକ ଭାରତୀୟ ଭାଷାର ଚଳଚ୍ଚିତ୍ରରେ କାମ କରିଥିବାରୁ ୨୦୧୩ ମସିହାରେ ସେ ଲିମ୍କା ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନିତ ହୋଇଥିଲେ ।[୩][୪] ସେ ସର୍ବାଧିକ ଭାଷାରେ ସମ୍ପାଦନା କରି ଏହି ରେକର୍ଡ଼ କରିଛନ୍ତି । ସେ ୧୭ଟି ଭାଷାର କଥାଚିତ୍ରରେ ସମ୍ପାଦକ ଭାବରେ କାମ କରିଛନ୍ତି ।[୫]