Clinical data | |
---|---|
Trade names | Idhifa |
Synonyms | Enasidenib mesylate, AG-221 |
AHFS/Drugs.com | monograph |
MedlinePlus | a617040 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Chemical and physical data | |
Formula | C19H17F6N7O |
Molar mass | ୪୭୩.୩୮ g·mol−1 |
3D model (JSmol) | |
| |
|
ଏନାସିଡେନିବ (ଇଂରାଜୀ ଭାଷାରେ Enasidenib), ଇଧିଫା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଆଇସୋସାଇଟ୍ରେଟ୍ ଡିହାଇଡ୍ରୋଜେନେଜ୍ ୨ (IDH2) ଜିନର ମ୍ୟୁଟେସନ ସହିତ ତୀବ୍ର ମାଇଲୋଏଡ୍ ଲ୍ୟୁକେମିଆ (AML) ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଉଚ୍ଚ ବିଲିରୁବିନ ସ୍ତର ଏବଂ ଅରୁଚି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରେଟିନୋଇକ ଏସିଡ ସିଣ୍ଡ୍ରୋମ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ଫୁସଫୁସ ସମସ୍ୟା, ଅନୁର୍ବରତା ଏବଂ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ପରିବର୍ତ୍ତିତ ଆଇଡିଏଚ ୨ର (IDH2) କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏନାସିଡେନିବ ଅନୁମୋଦିତ ହୋଇଥିଲା ।[୧] ପର୍ଯ୍ୟାପ୍ତ ଉପକାରର ପ୍ରମାଣ ଅଭାବ ହେତୁ ୨୦୧୯ ମସିହାରେ ୟୁରୋପରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୯,୫୦୦ ଡଲାର ଥିଲା ।[୪]