ମହୀଶୁର ନରଶିଂହଚାର ଶ୍ରୀନିବାସ (୧୯୧୬-୧୯୯୯)[୧] ଜଣେ ଭାରତୀୟ ସମାଜବିଜ୍ଞାନୀ । .[୨] ସେ ତାଙ୍କର ଭାରତୀୟ ଜାତି ବ୍ୟବସ୍ଥା ଉପରେ କାମ ପାଇଁ ପରିଚିତ । ସେ ଭାରତୀୟ ସମାଜ ବିଜ୍ଞାନକୁ ସଂସ୍କୃତକରଣ ଓ ପ୍ରଧାନ ଜାତି (ଡମିନାଣ୍ଟ୍ କାଷ୍ଟ୍) ଆଦି ଧାରଣା ଦେଇଅଛନ୍ତି ।
ଶ୍ରୀନିବାସ ଜନ୍ସରେ ଜାତି ଦୃଷ୍ଟିରୁ ବ୍ରାହ୍ମଣ । ବମ୍ବେ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିସାରିଲା ପରେ ସେ ଇଂଲଂଡ୍ର ଅକ୍ସଫର୍ଡ୍ ବିଶ୍ୟବିଦ୍ୟାଳୟକୁ ଶିକ୍ଷାଳାଭ ପାଇଁ ଗଲେ । ଅକ୍ସଫର୍ଡ୍ରେ ପ୍ରଶିକ୍ଷଣ ତାଙ୍କର ବିଚାର ଓ ମାନସର ବିକାଶରେ ଗୁରୁତ୍ତ୍ୱୁ୍ପୂର୍ଣ ଭୂମିକା ତୁଲାଇଲା । ଶ୍ରୀନିବାସ ଅନେକ ଗୁରୁତ୍ତ୍ୱପୂର୍ଣ ଅନୁଷ୍ଠାନ ଯଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବରୋଦାର ମହାରାଜା ସୟାଜୀରାଓ ବିଶ୍ସବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ୍ ଫର୍ ସୋସାଲ୍ ଆଣ୍ଡ୍ ଇକନମିକ୍ ଚେଞ୍ ଓ ନାଶନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଆଦିରେ କାମ କରିଥିଲେ । [୩]
ଫ୍ରଣ୍ଟଲାଇନ୍ ପତ୍ରିକାରେ ସେ ଚାଲି ଗଲା ପରେ ସ୍ମୃତିଚାରଣରେ ତାଙ୍କୁ ଭାରତର ସବୁଠାରୁ ବିଶିଷ୍ଟ ସମାଜ ବିଜ୍ଞାନୀ ଓ ନୃତତ୍ତ୍ୱ ବିଜ୍ଞାନୀ ଭାବରେ ବର୍ଣ୍ଣନା କରାଯାଇଥିଲା । [୩] ତାଙ୍କର ବିଜ୍ଞାନୀ ମାନସିକତା ଆଦର୍ଶବାଦୀ ଓ କଳ୍ପନାପ୍ରବଣ ନ ଥିଲା । ନ୍ୟାୟ ଓ ସମାନତା ଆଦି ବିଷୟରେ ତାଙ୍କର ଅବଧାରଣା ଥିଲା ଭୂମିଜ । ସଂସ୍କୃତକରଣ ଓ ପ୍ରଧାନ ଜାତି (ଡମିନାଣ୍ଟ୍ କାଷ୍ଟ୍)ଆଦି ଧାରଣାଦ୍ୱାରା ଶ୍ରୀନିବାସ ଗୋଟିଏ ସାମାଜିକ ଅନୁଷ୍ଠାନ ଭାବରେ ଜାତିର ତରଳ ଓ ଗତିଶୀଳ ମୂଳସୂତ୍ରକୁ ବୁଝିବାକୁ ଚେଷ୍ଟା କରିଥିଲେ । [୪]