Vaccine description | |
---|---|
Type | Attenuated virus |
Clinical data | |
Trade names | Imvanex, Imvamune, Jynneos |
Synonyms | Live modified Vaccinia virus Ankara,[୧] modified vaccinia Ankara - Bavarian Nordic smallpox vaccine[୨] |
AHFS/Drugs.com | monograph |
Routes of administration | Subcutaneous injection |
Legal status | |
Legal status |
ଏମଭିଏ-ବିଏନ ବସନ୍ତ ଟିକା (MVA-BN smallpox vaccine) ହେଉଛି ଏକ ପ୍ରକାର ବସନ୍ତ ଟିକା ଯାହା ଯାହା ବସନ୍ତ ରୋଗ ଓ ମଙ୍କିପକ୍ସକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] [୨] ସଂସ୍ପର୍ଶରେ ଆସିବା ପରେ ଏହି ରୋଗ ହେବାର ଆଶଙ୍କା ଥିବା ଲୋକଙ୍କଠାରେ ଏହା ଦିଆଯାଏ ।[୩] [୪] ଏହା ପୂର୍ବରୁ ମଙ୍କିପକ୍ସ ବିରୁଦ୍ଧରେ ୮୫%ରୁ ଅଧିକ ପ୍ରଭାବଶାଳୀ ବୋଲି ଆକଳନ କରାଯାଇଥିଲା ।[୩] ୪ ସପ୍ତାହ ଅନ୍ତରରେ ପୃଥକ ଭାବରେ ଏହାର ଦୁଇଟି ମାତ୍ରା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୋଇଥାଏ ।[୧] ସାଧାରଣତଃ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ ଏବଂ ଅଇ ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏକଜିମା କିମ୍ବା ଦୁର୍ବଳ ପ୍ରତିରକ୍ଷା ଥିବା ଲୋକଙ୍କ ପାଇଁ ଏସିଏଏମ ୨୦୦୦ ଅପେକ୍ଷା ଏମଭିଏ-ବିଏନ ସୁରକ୍ଷିତ ଅଟେ ।[୬] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିଲେ ମଧ୍ୟ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୭] ଏହା ଏକ ଜୀବନ୍ତ ଟିକା ଯାହା ନିଜକୁ ନକଲ କରିପାରିବ ନାହିଁ ।[୫]
୨୦୧୩ରେ କାନାଡା ଏବଂ ୟୁରୋପରେ ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏମଭିଏ-ବିଏନ ଅନୁମୋଦିତ ହୋଇଥିଲା ।[୬] ଏହା ଜିନ୍ନେଓସ, ଇମଭାମୁନ, ଏବଂ ଇମଭାନେକ୍ସ ନାମରେ ବିକ୍ରି ହୁଏ । [୨] ୨୦୨୨ ସୁଦ୍ଧା ବିଶ୍ୱରେ ପ୍ରାୟ ୧୬ ନିୟୁତ ମାତ୍ରା ଉପଲବ୍ଧ ଅଛି, ଯେଉଁଥିରୁ କେବଳ ଆମେରିକା ୧୪ ନିୟୁତ ପାଇବ । [୮] [୯] ୨୦୦୦ ଦଶକରେ ସରକାର ଏକ ମାତ୍ରା ବାବଦ ପ୍ରାୟ ୨୯ ଡଲାର ଖର୍ଚ୍ଚ କରିଥିଲେ । [୧୦] ବାଭାରିଆନ ନର୍ଡିକ୍ (Bavarian Nordic) ଏହି ପେଟେଣ୍ଟର ମାଲିକ ଅଟନ୍ତି; ଯଦିଓ ଏହାର ବିକାଶ ପାଇଁ ଆମେରିକା ସରକାରଙ୍କଠାରୁ ୨୦୦ ନିୟୁତ ଡ଼ଲାର ପାଇଛି ।[୯]
{{cite web}}
: CS1 maint: url-status (link)