Monoclonal antibody | |
---|---|
Type | Whole antibody |
Source | Human |
Target | CGRPR |
Clinical data | |
Trade names | Aimovig |
Synonyms | AMG-334, erenumab-aooe |
AHFS/Drugs.com | monograph |
MedlinePlus | a618029 |
data | |
Pregnancy category | |
Routes of administration | Subcutaneous injection |
Legal status | |
Legal status |
|
Pharmacokinetic data | |
Bioavailability | 82% (estimated) |
Metabolism | Proteolysis |
Elimination half-life | 28 days |
Chemical and physical data | |
Formula | C6472H9964N1728O2018S50 |
Molar mass | ୧,୪୫,୮୭୧.୯୮ g·mol−1 |
ଏରେନୁମାବ, ଏକ ବିକ୍ରୟ ନାମ ଏମୋଭିଗ, ଏକ ଔଷଧ ଯାହାଅଧକପାଳି ମୁଣ୍ଡବିନ୍ଧାକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୨] ଯେଉଁମାନଙ୍କ ମାସରେ ଅତି କମରେ ୪ ଥର ମୁଣ୍ଡବିନ୍ଧା ହୁଏ ସେମାନଙ୍କ ନିମନ୍ତେ ଏହା ବ୍ୟବହୃତ ହୁଏ ।[୩] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ଏବଂ ମାଂସପେଶୀର ଅନିୟନ୍ତ୍ରିତ ସଙ୍କୋଚନ (ସ୍ପାଜ୍ମ) ହୁଏ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶରୀରରେ ତରଳ ପଦାର୍ଥ ରହିବାରୁ ଫୁଲା ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର ଜନିତ କୌଣସି କ୍ଷତି ହେବାର ପ୍ରମାଣ ମିଳିନି କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲସିଟୋନିନ ଜିନ- ସମ୍ବନ୍ଧୀୟ ପେପ୍ଟାଇଡ୍ ରିସେପ୍ଟର (CGRPR) ସହିତ ଅନୁବନ୍ଧିତ ହୋଇ ତାକୁ ଅବରୋଧ କରେ ।[୪]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏରେନୁମାବ ଅନୁମୋଦିତ ହୋଇଥିଲା ।[୨][୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪ ସପ୍ତାହରେ ଏହାର ଚିକିତ୍ସା ନିମନ୍ତେ ପ୍ରାୟ ୩୯୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଔଷଧର ମୂଲ୍ୟ ପ୍ରାୟ ୬୩୦ ଡଲାର ।[୬]