ଓପିଅଏଡ ବ୍ୟବହାର ବେମାରୀ (Opioid use disorder) | |
---|---|
ଓପିଅଏଡ ନିଶା (Opioid addiction),[୧] problematic opioid use,[୧] opioid abuse,[୨] opioid dependence[୩] | |
![]() Molecular structure of ଅଫିମର ମଲିକୁଲାର ଗଠନ (morphine) | |
ବିଭାଗ | ମାନସିକ ଚିକିତ୍ସା ବିଜ୍ଞାନ (Psychiatry) |
ଲକ୍ଷଣ | ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସହନଶୀଳତା (tolerance), କର୍ତ୍ତବ୍ୟ ସମ୍ବାଦନରେ ତୃଟି, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) [୪][୫] |
ଅବଧି | ଦୀର୍ଘକାଳୀନ[୬] |
କାରଣ | ଓପିଅଏଡ (Opioids)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | DSM-5ରେ ପ୍ରଦତ୍ତ ନିୟମାବଳି ଅନୁସାରେ[୪] |
ସଠିକ ରୋଗ ନିର୍ଣ୍ଣୟ | ମଦ୍ୟାତ୍ୟୟ (Alcoholism) |
ଔଷଧ | ବୁପ୍ରେନର୍ଫିନ, ମେଥାଡନ, ନାଲଟ୍ରେକ୍ସୋନ[୭][୮] |
ଚିକିତ୍ସା | Opioid replacement therapy, behavioral therapy, twelve-step programs, take home naloxone[୭][୯][୧୦] |
ପୁନଃପୌନିକ | c. ୦.୪%[୪] |
ମୃତ୍ୟୁ ସାନ୍ଦ୍ରତା | ୧୨୨,୦୦୦ (୨୦୧୫)[୧୧] |
ଓପିଅଏଡ ବ୍ୟବହାର ବେମାରୀ (ଇଂରାଜୀ ଭାଷାରେ Opioid use disorder) ଓପିଅଏଡ (opioid) ବ୍ୟବହାର କରିବାଦ୍ୱାରା ହୁଏ ଯାହା ଅନେକ ଅସୁବିଧା ଓ ସଙ୍କଟ ଆଣିଥାଏ ।[୩] ଓପିଅଏଡ ସେବନ କଲେ ଅତ୍ୟଧିକ ଓପିଅଏଡ ସେବନ ଇଚ୍ଛା, ଓପିଅଏଡ ପ୍ରତି ଅଧିକ ସହନଶୀଳତା (tolerance), ଦାୟିତ୍ୱ ତୁଲେଇବାର ଅସାମର୍ଥ୍ୟ, ମାତ୍ରା କମେଇବାର ସମସ୍ୟା ଓ ବନ୍ଦ କରିବା ପରବର୍ତ୍ତୀ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ଆଦି ଲକ୍ଷଣ ଦେଖାଯାଏ ।[୫] ଓପିଅଏଡ ବନ୍ଦ କରିଦେଲେ ଅଇ, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ନିଦ୍ରା ସମସ୍ୟା ଓ କମ୍ ମନୋଭାବ (low mood) ରହେ ।[୫] ସବସ୍ଟାନ୍ସ ବ୍ୟବହାର ବେମାରୀରେ (substance use disorder) ନିଶାଗ୍ରସ୍ତ (Addiction) ଓ ନିର୍ଭରଶୀଳତା (dependence) ଆଦି ଲକ୍ଷଣ ଥାଏ ।[୧୨] ଜଟିଳ ଅବସ୍ଥା ହେଲେ ମାତ୍ରାଧିକ ଓପିଅଏଡ, ଆତ୍ମହତ୍ୟା, ଏଚଆଇଭି/ଏଡସ, ହେପାଟାଇଟିସ ସି, ବିବାହ ସମସ୍ୟା ଓ ବେକାରୀ ହୋଇପାରେ । [୪][୫]
ଓପିଅଏଡ ମଧ୍ୟରେ ହିରୋଇନ , ମର୍ଫିନ, ଫେଣ୍ଟାନିଲ , କୋଡିନ , ଅକ୍ସିକୋଡୋନ (oxycodone) ଓ ହାଇଡ୍ରୋକୋଡୋନ (hydrocodone) ଇତ୍ୟାଦି ପଦାର୍ଥମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ । [୫][୬] ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ପ୍ରେସକ୍ରିପସନ ନେଇ ଅନେକ ଲୋକ ବ୍ୟବହାର ଆରମ୍ଭ କରନ୍ତି ।[୧୩][୧୪] କେତେକ ଲୋକ ପ୍ରେସକ୍ରିପସନ ନେଇ ଓ କେତେକ ବେନିୟମ ଭାବରେ କିଣନ୍ତି । [୧୩] ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ର (DSM-5) ଅନୁସାରେ ଆମେରିକାଲ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ପ୍ରଦତ୍ତ ନିୟମାବଳି ଅନୁସରଣ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଏଗାରଟି ମାନଦଣ୍ଡରୁ ଗୋଟିଏ ବର୍ଷରେ ଦୁଇଟିରୁ ଅଧିକ ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[୪] ଡାକ୍ତରୀ ପ୍ରେସକ୍ରିପସନ ଅନୁସାରେ ଔଷଧ ସେବନ କଲେ ଉଇଥଡ୍ରଆଲ ଓ ସହନଶୀଳତା ଭଳି ସମସ୍ୟା ଉପୁଜେ ନାହିଁ । [୪]
ଅଧିକାଂଶ ସମୟରେ ଓପିଅଏଡ ବ୍ୟବହାର ବେମାରୀର ଚିକିତ୍ସା ନିମନ୍ତେ ବୁପ୍ରେନର୍ଫିନ ଓ ମେଥାଡନ ଭଳି ଓପିଅଏଡ ରିପ୍ଲେସମେଣ୍ଟ ଥେରାପି (Opioid replacement therapy) ଦିଆଯାଏ ।[୭] ଏହି ଚିକିତ୍ସାରେ ମୃତ୍ୟୁ ସଙ୍କଟ ଟଳିଯାଏ ।[୭] ଅଧିକନ୍ତୁ ରୋଗୀ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy), ଇଣ୍ଡିଭିଜୁଆଲ ବା ଗୃପ ଥେରାପି, ଟୁଏଲଭ୍-ସ୍ଟେପ ପ୍ରୋଗ୍ରାମ (twelve-step program) ଓ ସାହାଯ୍ୟକାରୀ ଥେରାପିରେ ଉପକୃତ ହୁଅନ୍ତି ।[୯] ରିଲାପ୍ସ ନହେବା ନିମନ୍ତେ ନାଲଟ୍ରେକ୍ସୋନ ଦିଆଯାଇପାରେ ।[୮] ମାତ୍ରାଧିକ ଓପିଅଏଡ ସେବନ ଚିକିତ୍ସା ନିମନ୍ତେ ନାଲୋକ୍ସୋନ (Naloxone) ଉପକାର କରେ । [୧୦]
ସନ ୨୦୧୩ରେ ଓପିଅଏଡ ବ୍ୟବହାର ବେମାରୀ ପ୍ରାୟ ୦.୪% ଲୋକଙ୍କୁ ହୋଇଥିଲା ।[୪] ସନ ୨୦୧୫ରେ ୧୫ ନିୟୁତ ଲୋକ ଏହି ରୋଗର ଶିକାର ହୋଇଥିଲେ ।[୧୫] ଯନ୍ତ୍ରଣା ନିବାରଣ ନିମନ୍ତେ ୪% ଲୋକ ଓପିଅଏଡ ବ୍ୟବହାର କରନ୍ତି ।[୧୬] ଅଳ୍ପ ବୟସର ଯୁବକମାନେ ଏହା ସେବନ କରିବା ଆରମ୍ଭ କରନ୍ତି ।[୪] ମହିଳାଙ୍କ ଅପେକ୍ଷ ପୁରୁଷମାନେ ଅଧିକ ସେବନ କରନ୍ତି ।[୪] ସନ ୨୦୧୫ରେ ଏହା ଯୋଗୁ ପୃଥିବୀରେ ୧୨୨,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ, [୧୧] ଯାହା ସନ ୧୯୯୦ର ୧୮,୦୦୦ ମୃତ୍ୟୁ ଅପେକ୍ଷା ବହୁତ ଅଧିକ ଥିଲା ।[୧୭] ମାତ୍ରାଧିକ ଓପିଅଏଡ ଯୋଗୁ ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୨,୦୦୦ରୁ ଅଧିକ ମୃତ୍ୟୁ ହୋଇଥିଲା ଓ ଏଥିରୁ କେବଳ ହିରୋଇନ ଯୋଗୁ ୧୫,୦୦୦ ମୃତ୍ୟୁ ହୋଇଥିଲା ।[୧୮]
{{cite journal}}
: |author1=
has generic name (help)CS1 maint: numeric names: authors list (link)
Addiction: A term used to indicate the most severe, chronic stage of substance-use disorder, in which there is a substantial loss of self-control, as indicated by compulsive drug taking despite the desire to stop taking the drug. In the DSM-5, the term addiction is synonymous with the classification of severe substance-use disorder.
{{cite journal}}
: |author1=
has generic name (help)CS1 maint: numeric names: authors list (link)
ଶ୍ରେଣୀବିଭାଗ |
---|