ଓଲଟ ଜରାୟୁ (Uterine inversion) | |
---|---|
![]() ସମ୍ପୁର୍ଣ୍ଣ ଓଲଟ ଜରାୟୁ (Complete inverted uterus) | |
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Obstetrics) |
ଲକ୍ଷଣ | ପ୍ରସବପର ରକ୍ତସ୍ରାବ (Postpartum bleeding), ଉଦର ଯନ୍ତ୍ରଣା, ଯୋନୀପଥରେ ଗୋଟାଳି, ନିମ୍ନ ରକ୍ତଚାପ (low blood pressure)[୧] |
ବିପଦ କାରକ | ପ୍ଲାସେଣ୍ଟା ବିଚ୍ୟୁତ ହେବା ପୂର୍ବରୁ ନାହି ନାଡ଼କୁ (umbilical cord) ଟାଣିଲେ ବା ଜରାୟର ଉପର ଭାଗକୁ ଠେଲିଲେ, ଜରାୟୁ ଆଟୋନି (uterine atony), ପ୍ଲାସେଣ୍ଟା ପ୍ରିଭିଆ (placenta previa), କନେକ୍ଟିଭ ତନ୍ତୁ ବେମାରୀ (connective tissue disorders) [୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଜରାୟୁ ଭିତର ପାଖ ଦୃଷ୍ଟି ଗୋଚର ହେଲେ [୨] |
ସଠିକ ରୋଗ ନିର୍ଣ୍ଣୟ | ଜରାୟୁ ଫାଇବ୍ରଏଡ (Uterine fibroid), ଜରାୟୁ ଆଟୋନି (uterine atony), ରକ୍ତସ୍ରାବ ବେମାରୀ (bleeding disorder), retained placenta[୧] |
ଔଷଧ | ଅକ୍ସିଟୋସିନ (Oxytocin), ଆଣ୍ଟିବାୟୋଟିକ (antibiotics)[୧] |
ଚିକିତ୍ସା | ମାନକ ରିସସିଟେସନ (resuscitation), ଜରାୟୁର ଦୃତ ପୁନଃସ୍ଥାପନ [୧] |
Prognosis | ~୧୫% ମୃତ୍ୟୁ ସଙ୍କଟ[୩] |
ପୁନଃପୌନିକ | ୬,୦୦୦ ପ୍ରସବରେ ଜଣକୁ [୧] |
ଓଲଟ ଜରାୟୁ (ଇଂରାଜୀ ଭାଷାରେ Uterine inversion) ନାମ ଦିଆଯାଏ ଯେତେବେଳେ ପ୍ରସବ (childbirth) ସମୟରେ ଜରାୟୁର (uterus) ଭିତର ପାଖ ବାହାରକୁ ଆସିଯାଏ ।[୧] ଏପରି ହେଲେ, ପ୍ରସବପର ରକ୍ତସ୍ରାବ (Postpartum bleeding), ଉଦର ଯନ୍ତ୍ରଣା, ଯୋନୀପଥରେ ଗୋଟାଳି, ନିମ୍ନ ରକ୍ତଚାପ (low blood pressure) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ଗର୍ଭ ସହିତ କୌଣସି ସମ୍ପର୍କ ନଥାଇ କ୍ୱଚିତ ଓଲଟ ଜରାୟୁ ଥାଇପାରେ ।[୪]
ପ୍ଲାସେଣ୍ଟା ଜରାୟୁରୁ ବିଚ୍ୟୁତ ହେବା ପୂର୍ବରୁ ନାହି ନାଡ଼କୁ (umbilical cord) ଟାଣିଲେ ବା ଜରାୟର ଉପର ଭାଗକୁ ଠେଲିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧] ଅନ୍ୟାନ୍ୟ ସଙ୍କଟ କାରକ ମଧ୍ୟରେ ଜରାୟୁ ଆଟୋନି (uterine atony), ପ୍ଲାସେଣ୍ଟା ପ୍ରିଭିଆ (placenta previa), କନେକ୍ଟିଭ ତନ୍ତୁ ବେମାରୀ (connective tissue disorders) ଯୋଗୁ ମଧ୍ୟ ଏହା ହୋଇପାରେ ।[୧] ଯୋନୀପଥ (vagina) ମଧ୍ୟରେ ବା ବାହାରେ ଜରାୟୁର ଅଭ୍ୟନ୍ତର ଦୃଷ୍ଟି ଗୋଚର ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨][୫]
ପ୍ରଥମେ ମାନକ ରିସସିଟେସନ (resuscitation) ଓ ଜରାୟୁର ଦୃତ ପୁନଃସ୍ଥାପନ କରିବାକୁ ଅଗ୍ରାଧିକାର ଦିଆଯାଏ ।[୧] ହାତ ସାହାଯ୍ୟରେ ପୁନଃସ୍ଥାପନ ନହୋଇପାରିଲେ ଅପରେଶନ କରାଯାଏ ।[୧] ଜରୟୁର ପୁନଃସ୍ଥାପନ ହୋଇସାରିଲେ ଅକ୍ସିଟୋସିନ (Oxytocin) ଓ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୧] ପ୍ଲାସେଣ୍ଟ ଲାଗିରହିଥିଲେ କାଢ଼ିଦିଆଯାଏ ।[୧]
<ref>
ଚିହ୍ନ;
Gan2016
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।