![]() | |
Clinical data | |
---|---|
Pronunciation | Striverdi Respimat /ˈstrɪvərdi ˈrɛspɪmæt/ STRIV-ƏR-dee-_-RES |
Trade names | Striverdi Respimat |
AHFS/Drugs.com | monograph |
Pregnancy category | |
Routes of administration | Inhalation (MDI) |
Legal status | |
Legal status | |
Pharmacokinetic data | |
Bioavailability | ~30% (inhalation)[୧] |
Protein binding | ~60% |
Metabolism | Liver |
Elimination half-life | 7.5 hours |
Excretion | Feces (53%), urine (38%) — following IV administration |
Identifiers | |
| |
ECHA InfoCard | 100.245.535 |
Chemical and physical data | |
Formula | C21H26N2O5 |
Molar mass | ୩୮୬.୪୫ g·mol−1 |
3D model (JSmol) | |
| |
|
ଓଲୋଡାଟେରୋଲ (ଇଂରାଜୀ ଭାଷାରେ Olodaterol), ଷ୍ଟ୍ରିଭେର୍ଡି ଏହାର ଏକ ବେପାର ନାମ, ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ β ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଔଷଧ ଯାହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଆଜ୍ମା ରୋଗରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଫୁସଫୁସ ଭିତରକୁ ଏହା ପ୍ରଶ୍ୱାସ ମାଧ୍ୟମରେ ଗ୍ରହଣ କରାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା, ରାସ ଏବଂ ନାକରୁ ସ୍ରାବ ହୁଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[୨] ଆଜ୍ମା ରୋଗ ଥିଲେ ମୃତ୍ୟୁ ଆଶଙ୍କା ରହିବ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲୋଡାଟେରୋଲକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଏକକ ଇନହେଲର୍ ଭାବରେ ଟିଆଟ୍ରୋପିୟମ ବ୍ରୋମାଇଡ ସହିତ ମିଳିତ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହି ଔଷଧ ପିଛା ୨୬ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୩୦ ଆମେରିକୀୟ ଡଲାର ଅଟେ ।[୫]