![]() | |
Clinical data | |
---|---|
Trade names | Osphena; Senshio |
Synonyms | Deaminohydroxytoremifene |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Identifiers | |
| |
ECHA InfoCard | 100.190.672 |
Chemical and physical data | |
Formula | C24H23ClO2 |
Molar mass | ୩୭୮.୯0 g·mol−1 |
3D model (JSmol) | |
| |
|
ଓସପେମିଫେନ, ଓସଫେନା ଏବଂ ସେନସିଓ ନାମକ ଦୁଇ ବେପାର ନାମ, ହେଉଛି ଏକ ପ୍ରକାର ଔଷଧ ଯାହା ମହିଳାମାନଙ୍କର ଋତୁବନ୍ଦ ପରେ ହେଉଥିବା ଆଟ୍ରୋଫିକ ଭାଜିନାଇଟିସ ଅବସ୍ଥାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଇଷ୍ଟ୍ରୋଜେନ ପ୍ରୟୋଗ ସମ୍ଭବ ନ ହେଲେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀପଥ ଇଷ୍ଟ ସଂକ୍ରମଣ, ମୁହଁ ଲାଲ ପଡ଼ିଯିବା, ମୁଣ୍ଡବିନ୍ଧା, ଅନିଚ୍ଛାକୃତ ମାଂସପେଶୀ ସଂଙ୍କୋଚନ, ରାସ ବା ଚର୍ମ ଦାଗ ଏବଂ ଯୋନୀ ରକ୍ତସ୍ରାବ ହୋଇପାରେ ।[୧] ସ୍ତନ କର୍କଟ କିମ୍ବା ଶିରାଳ ଥ୍ରୋମ୍ବୋଏମ୍ବୋଲିଜ୍ମ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [୨] ଏହା ଏକ ପସନ୍ଦ ଯୋଗ୍ୟ ଇଷ୍ଟ୍ରୋଜେନ୍ ରିସେପ୍ଟର ମୋଡ୍ୟୁଲେଟର (SERM) ।[୧] ଏହା ଯୋନୀ ଉପରେ ଇଷ୍ଟ୍ରୋଜେନ୍ ଭଳି ସମରୂପ ଭାବରେ କାର୍ଯ୍ୟ କରେ ।[୧]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଓସପେମିଫେନ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୪୦ ପାଉଣ୍ଡ ହୁଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୧୦ ଡଲାର ଅଟେ ।[୪]