କମ୍ଭମପତି ହରି ବାବୁ | |
---|---|
![]() କମ୍ଭମପତି ହରି ବାବୁ | |
ଓଡ଼ିଶାର ୨୭ତମ ରାଜ୍ୟପାଳ | |
Assumed office ୩ ଜାନୁଆରୀ ୨୦୨୫ | |
ଭାରତର ରାଷ୍ଟ୍ରପତି | ଦ୍ରୌପଦୀ ମୁର୍ମୁ |
ଓଡ଼ିଶାର ମୁଖ୍ୟମନ୍ତ୍ରୀ | ମୋହନ ଚରଣ ମାଝୀ |
ପୂର୍ବ ଅଧିକାରୀ | ରଘୁବର ଦାସ |
ମିଜୋରାମର ୧୫ତମ ରାଜ୍ୟପାଳ | |
କାର୍ଯ୍ୟକାଳ ୬ ନଭେମ୍ବର ୨୦୨୧ – ୮ ଜାନୁଆରୀ ୨୦୨୫ | |
ମୁଖ୍ୟମନ୍ତ୍ରୀ | ଜୋରାମଥଙ୍ଗା |
ପୂର୍ବ ଅଧିକାରୀ | ବି ଡ଼ି ମିଶ୍ର |
ପର ଅଧିକାରୀ | ଭି କେ ସିଂହ |
କାର୍ଯ୍ୟକାଳ ୧୯ ଜୁଲାଇ ୨୦୨୧ – ୧୦ ଅଗଷ୍ଟ ୨୦୨୧ | |
ମୁଖ୍ୟମନ୍ତ୍ରୀ | ଜୋରାମଥଙ୍ଗା |
ପୂର୍ବ ଅଧିକାରୀ | ପି ଏସ ଶ୍ରୀଧରନ ପିଲାଇ |
ପର ଅଧିକାରୀ | ବି ଡ଼ି ମିଶ୍ର |
ଆନ୍ଦ୍ରପ୍ରଦେଶ ବିଜେପିର ଦଶମ ଅଧ୍ୟକ୍ଷ | |
କାର୍ଯ୍ୟକାଳ ୨ ଜୁନ ୨୦୧୪ – ୧୩ ମେ ୨୦୧୮ | |
ଜାତୀୟ ଅଧ୍ୟକ୍ଷ | ଅମିତ ଶାହା |
ପୂର୍ବ ଅଧିକାରୀ | କିଶନ ରେଡ଼ି |
ପର ଅଧିକାରୀ | କନ୍ନ ଲକ୍ଷ୍ମୀନାରାୟଣ |
ଲୋକ ସଭା ସାଂସଦ | |
କାର୍ଯ୍ୟକାଳ ୧୬ ମେ ୨୦୧୪ – ୨୭ ମେ ୨୦୧୯ | |
ପୂର୍ବ ଅଧିକାରୀ | ଡୁଗ୍ଗବତି ପୁରନ୍ଦେଶ୍ୱରୀ |
ପର ଅଧିକାରୀ | ଏମ୍ ଭି ଭି ସତ୍ୟନାରାୟଣ |
ନିର୍ବାଚନ ମଣ୍ଡଳୀ | ବିଶାଖାପାଟଣା ଲୋକ ସଭା କ୍ଷେତ୍ର |
ବିଧାନ ସଭା ସଦସ୍ୟ, ଆନ୍ଧ୍ରପ୍ରଦେଶ | |
କାର୍ଯ୍ୟକାଳ ୧୯୯୯ – ୨୦୦୪ | |
ପୂର୍ବ ଅଧିକାରୀ | ଅବଦୂଲ ରେହମାନ ଶେଖ |
ପର ଅଧିକାରୀ | ଦ୍ରୋଣମରାଜୁ ସତ୍ୟନାରାୟଣ |
ନିର୍ବାଚନ ମଣ୍ଡଳୀ | ବିଶାଖାପାଟଣା-୧ ବିଧାସଭା ନିର୍ବାଚନ କ୍ଷେତ୍ର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଥିମ୍ମାସମୁଦ୍ରମ, ପ୍ରକାଶମ ଜିଲ୍ଲା, ଆନ୍ଧ୍ର ପ୍ରଦେଶ, ଭାରତ | ୧୫ ଜୁନ ୧୯୫୩
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | କମ୍ଭପତି ଜୟଶ୍ରୀ |
ବୋଉ | ସୀଥାମ୍ମା |
ବାପା | ଭେଙ୍କଟସ୍ୱରଲୁ |
ଘର | ରାଜଭବନ, ଭୁବନେଶ୍ୱର |
ଶିକ୍ଷାନୁଷ୍ଠାନ | ଆନ୍ଧ୍ର ବିଶ୍ୱବିଦ୍ୟାଳୟ |
ଡା କମ୍ଭମପତି ହରି ବାବୁ (ଜନ୍ମ : ୧୫ ଜୁନ ୧୯୫୩) ଜଣେ ଭାରତୀୟ ରାଜନେତା ଏବଂ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ଅବସ୍ଥାପିତ ।[୧] ସେ ନବନିର୍ମିତ ଆନ୍ଧ୍ର ପ୍ରଦେଶ ଓ ପ୍ରଥମ ତେଲୁଗୁ ଭାଷୀ ବ୍ୟକ୍ତି ଭାବରେ ମିଜୋରାମର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ ।[୨] ୨୦୧୪ ମସିହାରେ ସେ ବିଶାଖାପାଟଣା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ତମ ଲୋକ ସଭାକୁ ଭାରତୀୟ ଜନତା ଦଳର ଟିକେଟରେ ନିର୍ବାଚନ ଲଢି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୩] ୨୦୧୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜେପିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
ହରି ବାବୁ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଥିମ୍ମାସମୁଦ୍ରମଠାରେ ଜନ୍ମଗ୍ରହଣ କରିଥିଲେ । ସେ ବିଶାଖାପାଟଣାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ, ଏମଟେକ ଓ ପିଏଚଡ଼ି ହାସଲ କରିଥିଲେ । ସେ ଜଣେ ପ୍ରଫେସର ଭାବରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦାନ ମଧ୍ୟ କରିଥିଲେ । ୧୯୯୩ ମସିହାରେ ସେ ସକ୍ରୀୟ ରାଜନୀତିକୁ ଆସିଥିଲେ ।[୪][୫]
୧୯୭୨ ମସିହାରେ ହରିବାବୁ ନିଜ ଛାତ୍ରଜୀବନରେ ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶ ନିର୍ମାଣ ଦିଗରେ ଚାଲିଥିବା ଜୟ ଆନ୍ଧ୍ର ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ଜଣେ ଛାତ୍ର ନେତା ହିସାବରେ ସେ ଟେନେଟି ବିସ୍ୱନନ୍ଧମ, ଗୌଥୁ ଲଟଚନ୍ନା, ଭେଙ୍କେୟା ନାଇଡ଼ୁ ଆଦି ଛାତ୍ରନେତାମାନଙ୍କ ସହିତ କାମ କରିଥିଲେ । ୧୯୭୨ରୁ ୧୯୭୩ ପର୍ଯ୍ୟନ୍ତ ସେ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଇଞ୍ଜିନିୟରିଂ କଲେଜର ଛାତ୍ର ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
୧୯୭୪ରୁ ୧୯୭୫ ପର୍ଯ୍ୟନ୍ତ ହରିବାବୁ, ଭାରତରେ ଲାଗୁହୋଇଥିବା ଏମରଜେନ୍ସି ବିରୋଧରେ, ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଚାଲିଥିବା ଲୋକ ସଂଘର୍ଷ ସମିତି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ମିସା ଅଧିନିୟମ ଅନୁସାରେ ସେ ୬ ମାସ ପାଇଁ ଜେଲ ଦଣ୍ଡରେ ମଧ୍ୟ ଦଣ୍ଡାୟତ ହୋଇ ବିଶାଖାପାଟଣା କେନ୍ଦ୍ରୀୟ ଜେଲ ଓ ମୁସିରାବାଦ ଜେଲରେ ରହିଥିଲେ ।
୧୯୭୭ ମସିହାରେ ସେ ଜନତା ଦଳର ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟକାରିଣୀ ସମିତିରେ ଜଣେ ସଭ୍ୟଭାବରେ ଯୋଗ ଦେଇଥିଲେ ଓ ୧୯୭୮ ମସିହାରେ ଆନ୍ଧ୍ରପ୍ରଦେଶ ଜନତା ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୯୦ ଦଶକର ପ୍ରାରମ୍ଭରେ ସେ ଭାରତୀୟ ଜନତା ଦଳରେ ଯୋଗଦେଇ ୧୯୯୧ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ଭାଜଦର ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ଏବଂ ୧୯୯୩ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ଭାଜଦ ଆନ୍ଧ୍ରପ୍ରଦେଶ ରାଜ୍ୟ ସାଧାରନ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ ।
୧୯୯୯ ମସିହାରେ ହରିବାବୁ ବିଶାଖାପାଟଣା-୧ ବିଧାନ ସଭା ନିର୍ବାଚନ ମଣ୍ଡଳିରୁ ଭାରତୀୟ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୨୦୦୩ ମସିହାରେ ବିଧାନ ସଭାରେ ଭାଜଦର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ ମସିହାରେ ସେ ଆନ୍ଧ୍ରପ୍ରଦେଶ ରାଜ୍ୟ ଭାଜଦର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । [୬] ୨୦୧୪ ମସିହାରେ ସେ ବିଶାଖାପାଟଣା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ଦଳର ପାର୍ଥୀ ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ୱାଇଏସଆର କଂଗ୍ରେସ ଦଲର ୱାଇ ଏସ ବିଜୟଆମ୍ମାଙ୍କୁ ୯୦,୪୮୮ ଭୋଟରେ ପରାସ୍ତ କରିଥିଲେ ।
୨୦୨୧ ମସିହାରେ ଜୁଲାଇ ୧୯ ତାରିଖରେ ହରିବାବୁଙ୍କୁ ମିଜୋରାମର ରାଜ୍ୟପାଳ ଭାବରେ ଓ ୨୦୨୪ ଡିସେମ୍ବର ୨୬ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା ।
ହରିବାବୁ ନିଜର ଏମପିଲାଡ୍ସ ଅର୍ଥକୁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ କୌଶଳ ବିକାଶ ଦିଗରେ ଖର୍ଛ କରିଛନ୍ତି ।[୭][୮][୯] ସେ ଜଣେ ସାଂସଦ ଓ ଗୋଟିଏ ବିଚାର ପରିଯୋଜନାରେ ଜନସାଧାରଣଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେଇଛନ୍ତି ।[୧୦]