କଲ୍ୟାଣ ଚାଟାର୍ଜୀ | |
---|---|
ଜନ୍ମ | ୧୯୪୨ ବରହମପୁର, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା[୧] |
ସକ୍ରିୟ ବର୍ଷ | ୧୯୬୬–୨୦୨୧ |
କଲ୍ୟାଣ ଚାଟାର୍ଜୀ (ବଙ୍ଗଳା: কল্যাণ চ্যাটার্জী), ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରିଥିଲେ ।[୨] ସେ ୪୦୦ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ସାବିତ୍ରୀ ଚାଟାର୍ଜୀ, ରଣଜିତ ମଲ୍ଲିକ, ଉତ୍କଳ କୁମାର, ସୁମିତ୍ରା ଚାଟାର୍ଜୀ, ସାନ୍ତୁ ମୁଖୋପାଧ୍ୟାୟ ଏବଂ ଦୀପକାନ ଦେଙ୍କ ଭଳି ଜଣାଶୁଣା ବଙ୍ଗାଳୀ ଅଭିନେତାଙ୍କ ସହ କାମ କରଛନ୍ତି ।[୩]
କଲ୍ୟାଣ ୧୯୬୮ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥଚିତ୍ର ଥିଲା ଅପଜନ । ସେ ଅଧିକାଂଶ ସାଧାରଣ ବଙ୍ଗୀୟ ବ୍ୟକ୍ତି ଭାବରେ ବିଭିନ୍ନ ଚରିତ୍ରରେ ପାର୍ଶ୍ୱ ଅଭିନେତା ଭାବରେ ୪୦୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି । ସେ ନିର୍ଦ୍ଦେଶକ ଆରବିନ୍ଦ ମୁଖୋପାଧ୍ୟାୟଙ୍କ ପ୍ରିୟ ଅଭିନେତା ଥିଲେ ।[୪]