କଳାହାଣ୍ଡି ରାଜ୍ୟ | |
---|---|
![]() | |
![]() {{cite encyclopedia}} : Invalid |ref=harv (help) |
କଳାହାଣ୍ଡି ରାଜ୍ୟ (ଓଡ଼ିଆ: କଳାହାଣ୍ଡି; ହିନ୍ଦୀ : कालाहंडी), କାରୋଣ୍ଡ ରାଜ୍ୟ ନାମ ମଧ୍ୟ ପରିଚିତ, ବ୍ରିଟିଶ ଶାସନ ସମୟରେ ଏକ ଗଡଜାତ ରାଜ୍ୟ ଥିଲା । ଏହା ୧୮୭୪ [୧]ମସିହାରେ ଏକ ରାଜ୍ୟ ହିସାବରେ ମାନ୍ୟତା ପାଇଥିଲା । ଏହାର ରାଜଧାନୀ ଭବାନୀପାଟଣାଠାରେ ଥିଲା । ଏହାର ଶେଷ ଶାସକ ଏହାକୁ ୧ ଜାନୁୟାରୀ , ୧୯୪୮ରେ ଭାରତୀୟ ରାଜ୍ୟସଙ୍ଘକୁ ସମର୍ପଣ କରିଥିଲେ । ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟର ଅନ୍ତର୍ଭୁକ୍ତ ।
କଳାହାଣ୍ଡି ଓଡ଼ିଶାରେ ଥିବା ୨୬ଟି ଅଧୀନ ରାଜ୍ୟ ମଧ୍ୟରୁ ସର୍ବବୃହତ ଥିଲା । ଲୋକବାଦ ଅନୁସାରେ ନାଗ ବଂଶର ରାଜା ରଘୁନାଥ ରାଇ ଏହି ଅଞ୍ଚଳକୁ ପ୍ରଥମେ ୧୦୦୫ ମସିହାରୁ ରାଜୁତି କରୁଥିଲେ । ଏଥିପାଇଁ ରାଜ୍ୟର ପତାକାରେ ଦୁଇଟି ନାଗ ସାପ ପରସ୍ପରକୁ ସାମ୍ନା କରିଥିବାର ଚିତ୍ର ରହିଥାଏ । [୨]
ଅଗଷ୍ଟ ୧୯୪୭ରେ କଳାହାଣ୍ଡି ରାଜପୁରଠାରେ ଗଠିତ ହେଇଥିବା ପୂର୍ବାଞ୍ଚଳ ରାଜ୍ୟ ସମୂହର ଏକ ଅଂଶ ହେଲା । ଏହି ସଂଗଠନ ଓଡ଼ିଶା ଓ ଛତିଶଗଡ଼ର ଅନେକ ରାଜକୀୟ ରାଜ୍ୟ ରହିଥିଲେ । ଏହି ସଂଗଠନକୁ ୧୯୪୮[୩]ରେ ଭଗ୍ନ କରାଗଲା । ପୂର୍ବତନ କଳାହାଣ୍ଡି ରାଜକୀୟ ରାଜ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ନାମରେ ଥିଲା । ପରେ ତାହାକୁ ଭାଙ୍ଗି ୪ଟି ଜିଲ୍ଲାରେ ପରିଣତ କରାଗଲା ।
କଳାହାଣ୍ଡି ରାଜକୀୟ ରାଜ୍ୟରେ ନାଗବଂଶୀ ରାଜପୁତ[୪] ରାଜାମାନେ ଶାସନ କରୁଥିଲେ । [୫]