କାଇରା ଦତ୍ତ | |
---|---|
![]() ୨୦୧୫ ମସିହାରେ କାଇରା | |
ଜନ୍ମ | ଦେବୀ ଦତ୍ତ କଲିକତା, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜାଭିଅର୍ କଲେଜ, ମୁମ୍ବାଇ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୯ - ଏବେଯାଏଁ |
ବୈବାହିକ-ସାଥୀ | ସୋନମ ମକ୍କାର |
କାଇରା ଦତ୍ତ (ଜନ୍ମ ନାମ: ଦେବୀ ଦତ୍ତ) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍, ଯିଏକି ମୁଖ୍ୟତଃ ହିନ୍ଦୀ, ତେଲୁଗୁ, ତାମିଲ ଓ ବଙ୍ଗାଳୀ କଥାଚିତ୍ର ଜଗତରେ କାମ କରନ୍ତି ।[୧] ୨୦୧୩ ମସିହାରେ କିଙ୍ଗ୍ଫିସର୍ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଥିବା ମଡେଲ୍ମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ।[୨]
୨୦୦୯ ମସିହାରେ ରଣବୀର କପୁରଙ୍କ ଅଭିନୀତ କଥାଚିତ୍ର ରକେଟ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇଅର୍ରେ ଏକ ଛୋଟ ଭୂମିକାରେ ଅଭିନୟ କରି ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତା'ପରେ ସେ ୨୦୧୧ ମସିହାରେ ମେରେ ବ୍ରଦର୍ କି ଦୁଲ୍ହନିଆରେ କରିଥିଲେ ଏବଂ ୨୦୧୫ ମସିହାରେ କ୍ୟାଲେଣ୍ଡର ଗାର୍ଲ କଥାଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ତେଲୁଗୁ କଥାଚିତ୍ର ରେସ୍ ଗୁରମ୍ରେ ଏକ ଗୀତ ବୂଚାଡ଼େ ବୂଚାଡ଼େ ପାଇଁ ସେ ଜଣାଶୁଣା ।[୩]
କାଇରା କଲିକତାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲା ମାର୍ଟିନିଏରେ କଲିକତାରୁ ତାଙ୍କ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶେଷ କରିଥିଲେ । ସେ ମୁମ୍ବାଇର ସେଣ୍ଟ ଜାଭିଅର୍ କଲେଜରେ ମଧ୍ୟ ଅଧ୍ୟୟନ କରିଛନ୍ତି ।
ଜଣେ ମଡେଲ୍ ଭାବରେ ସେ କିଙ୍ଗ୍ଫିସର୍, ମର୍ସିଡିଜ୍, ଥମ୍ପସ୍ ଅପ୍, କ୍ଲୋଜ୍-ଅପ୍, ଏଚ୍ସିଏଲ୍ ଲ୍ୟାପଟପ୍, ୱାଲ୍ଡି ଷ୍ଟୋନ୍ ଡିଓ ଭଳି ବ୍ୟବସାୟିକ ସଂସ୍ଥାର ବିଜ୍ଞାପନରେ କାମ କରିଛନ୍ତି ।
୨୦୦୯ ମସିହାରେ ରକେଟ୍ ସିଂହ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିବା ପରେ, ସେ ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରର ଗୀତରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର କ୍ୟାଲେଣ୍ଡର ଗାର୍ଲରେ ସେ ମୁଖ୍ୟ ନାୟିକା ଶାରନ ପିଣ୍ଟୋ ଭୂମିକାରେ ଅଭିନୟ କରିଥିଲେ । ଏହାପରେ, ସେ ବାଲାଜୀ ଟେଲିଫିଲ୍ମ ଅଧିନରେ ନିର୍ମିତ ୱେବ୍ ସିରିଜ୍ ଟ୍ରିପଲ୍ ଏକ୍ସ (XXX)ରେ କାମ କରିଥିଲେ ।[୪][୫][୬]
୨୦୧୬ ମସିହାରେ, ଟି-ସିରିଜ୍ର ଏକ ଆଲବମ୍ ଗୀତ ପାର୍ଟି ଆନିମାଲ୍ସରେ ସେ କାମ କରିଥିଲେ ।[୭][୮] ୨୦୧୭ ମସିହାରେ, ଲୋନ୍ଲି ଗାର୍ଲ ନାମକ ତାଙ୍କର ଏକ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ୟୁ-ଟ୍ୟୁବ୍ରେ ମୁକ୍ତିଲାଭ କରିଥିଲା ।[୯] ଜୁନ ୨୦୧୭ରେ, ସେ ପୁରୀ ଜଗନ୍ନାଧଙ୍କ ତେଲୁଗୁ କଥାଚିତ୍ର ପଇସା ଅସୁଲ୍ରେ ଏସିପି କିରଣମୟୀ ଭୂମିକାରେ ଅଭିନୟ କରିଥିଲେ ।[୧୦]
ବର୍ଷ | କଥାଚିତ୍ର | ଭୂମିକ | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୯ | ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇଅର୍ | ଅପର୍ଣ୍ଣା | ହିନ୍ଦୀ | |
୨୦୧୦ | ବାନା କାତାଦି | ତାମିଲ | ଅତିଥି କଳାକାର | |
୨୦୧୧ | ଉଦୟନ୍ | |||
ମନକଥା | ||||
ମେରେ ବ୍ରଦର୍ କି ଦୁଲ୍ହନିଆ | ହିନ୍ଦୀ | |||
୨୦୧୨ | ତଦୈୟାରା ଥାକ୍କା | ତାମିଲ | ||
ଏପ୍ପାଡ଼ି ମନସୁକ୍କୁଲ ବଣ୍ଟାଇ | ||||
୨୦୧୪ | ରେସ୍ ଗୁରମ୍ | ତେଲୁଗୁ | ||
୨୦୧୫ | କ୍ୟାଲେଣ୍ଡର ଗାର୍ଲ୍ସ୍ | ଶାରୋନ ପିଣ୍ଟୋ | ହିନ୍ଦୀ | |
୨୦୧୬ | ଜୁଲ୍ଫିକାର୍ | ଅଲବୀନା ଅହମ୍ମଦ | ବଙ୍ଗଳା | |
୨୦୧୭ | ଲୋନ୍ଲି ଗାର୍ଲ | ହିନ୍ଦୀ | କ୍ଷୁଦ୍ର ଚଳଚ୍ଚିତ୍ର | |
ପଇସା ଅସୁଲ୍ | ଏସିପି କିରଣମୟୀ | ତେଲୁଗୁ | ||
୨୦୧୮ | ଟ୍ରିପଲ୍ ଏକ୍ସ (XXX) | କାଇରା/ମାଇରା | ହିନ୍ଦୀ | ୱେବ୍ ସିରିଜ୍ |
ଇଗୋ | ତେଲୁଗୁ | ଅତିଥି କଳାକାର |
ସଂଖ୍ୟା | ଆଲବମ୍ | ଲାବେଲ୍ | ମୁକ୍ତିଲାଭ |
---|---|---|---|
୧ | ପାର୍ଟି ଆନିମାଲ୍ସ | ଟି-ସିରିଜ୍ | ୯ ମଇ ୨୦୧୬[୧୧][୧୨] |