କାଞ୍ଜିଆ ହ୍ରଦ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ଦିଗରେ ନିକଟସ୍ଥସ୍ଥିତ ଏକ ପ୍ରାକୃତିକ ହ୍ରଦ । ଏହାର ଆୟତନ ପ୍ରାୟ ୭୫ହେକ୍ଟର ବା ୧୯୦ ଏକର । ତେବେ ଏହା ସମୁଦାୟ ୨୬୦ ଏକର ପରିମିତ ସ୍ଥାନ ଆର୍ଦ୍ର ଭୂମି ହିସାବରେ ପରିବ୍ୟାପ୍ତ କରିଥାଏ ।
ଏହି ହ୍ରଦରେ ୩୭ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ସରୀସୃପ, ୪୬ ପ୍ରକାର ମାଛ ଓ ଚିଙ୍ଗୁଡି ସହ ଅନ୍ୟ ସବୁ ପ୍ରକାର ଜଳ ଜନ୍ତୁ ରହିଥାନ୍ତି । ଏହା ସହ ଏଠାରେ ୨୪ ପ୍ରକାରର ମାଇକ୍ରୋଫାଇଟ[୧] ଜାତୀୟ ପ୍ରାଣୀ ମଧ୍ୟ ରହନ୍ତି ।
ଏହି ହ୍ରଦ ସହରର ପରିବେଶ ସନ୍ତୁଳନ[୨] ପାଇଁ ବହୁତ ଅବଦାନ ଦେଇଥାଏ ।
ଏହି ହ୍ରଦ ନିକଟରେ ଅବାରିତ ପ୍ରସ୍ତରଖନନ ହୋଇ ଏହାର ପରିବେଶକୁ ନଷ୍ଟ କରୁଛି । ପୁଣି ସହରରୁ ନିଷ୍କାସିତ ମଇଳା ଏହି ହ୍ରଦ ନିକଟରେ ପକାଯାଉଥିବାରୁ ଏବଂ ଏହା ନିକଟରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦର ଅବସ୍ଥିତି ସଂକଟାପନ୍ନ ଅବସ୍ଥାକୁ ଆସିଗଲାଣି ।[୩][୨][୪]
ଏହି ହ୍ରଦ ନନ୍ଦନକାନନ ବନ୍ୟା ଜନ୍ତୁ ପାର୍କର ଏକ ଅଂଶ ଭାବରେ ପରିଚାଳିତ ହୁଏ । ଏଠାରେ ସ୍କୁବା-ଡାଇଭିଙ୍ଗର ମଧ୍ୟ ବ୍ୟବସ୍ଥା ରହିଛି ଓ ମୋଟର ବୋଟ ଯୋଗେ ପର୍ଯ୍ୟଟକମାନେ ଭ୍ରମଣ କରିବା ସୁବିଧା ଉପଲବ୍ଧ ।[୨]
{{cite news}}
: More than one of |accessdate=
and |access-date=
specified (help)
{{cite news}}
: More than one of |accessdate=
and |access-date=
specified (help)
{{cite news}}
: More than one of |accessdate=
and |access-date=
specified (help)