କାତିଆ ଶାଙ୍କୁଚ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
Class: | Chondrichthyes |
Order: | Myliobatiformes |
Family: | Dasyatidae |
Genus: | Brevitrygon |
ଜାତି: | B. imbricata |
ବାଇନୋମିଆଲ ନାମ | |
Brevitrygon imbricata ମାର୍କସ୍ ଏଲିଏଜର୍ ବ୍ଲୋଖ୍ ଓ ୟୋହାନ୍ ଗୋଟ୍ଲୋବ୍ ଶ୍ନାଇଡର୍, ୧୮୦୧
| |
Synonyms | |
|
କାତିଆ ଶାଙ୍କୁଚ (ଇଂରାଜୀ ଭାଷାରେ Scaly Whipray, ଜୀବବିଜ୍ଞାନ ନାମ Brevitrygon imbricata) ଶାଙ୍କୁଚ ଜାତୀୟ ଜୀବଙ୍କ ଡାସ୍ୟାଟିଡାଏ ପରିବାରର ଏକ ପ୍ରଜାତି । ବ୍ୟାବସାୟିକ ଦୃଷ୍ଟିରୁ ଏମାନେ ସେତେ ଉପଯୋଗୀ ନୁହଁ ଏବଂ ଏମାନଙ୍କ ବିଷାକ୍ତ ଦଂଶନ ମନୁଷ୍ୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।
ଏମାନେ ମୁଖ୍ୟତଃ ଲୋହିତ ସାଗରରୁ ନେଇ କ୍ରାନ୍ତୀୟ ଅଞ୍ଚଳର ଭାରତୀୟ ମହାସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, ମୌରିସିୟସ୍ରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଜୁଆରିଆ ଅଞ୍ଚଳରେ, ସମୁଦ୍ର ସଂଲଗ୍ନ ହ୍ରଦରେ ଓ ସମୁଦ୍ର କୂଳରେ କାତିଆ ଶାଙ୍କୁଚ ଅଧିକାଂଶରେ ଦେଖାଯାଏ ।[୧][୨] ଏହି ଶାଙ୍କୁଚ ଓ ଧଳା ଶାଙ୍କୁଚକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ଏମାନଙ୍କ ପରିବାସ ଓ ବ୍ୟାପ୍ତି ସମ୍ପର୍କିତ ତଥ୍ୟରେ ଅନିଶ୍ଚିତତା ରହିଛି ।[୧] ଟୁନ୍ଲେ ସାପ୍ ନଦୀ ଓ ହ୍ରଦ ଅଞ୍ଚଳରୁ ମିଳିଥିବା ତଥ୍ୟରୁ ଜଣାଯାଏ ଯେ ସେଠାରେ ଥିବା ଶାଙ୍କୁଚ ଏହି ପ୍ରଜାତିର ନୁହେଁ ବରଂ ମେକଂ ମଧୁରପାଣି ଶାଙ୍କୁଚ ପ୍ରଜାତିର ।[୨] IUCN ସଂସ୍ଥା ଏମାନଙ୍କ ସଂରକ୍ଷଣ ସ୍ଥିତିକୁ ‘‘ତଥ୍ୟ ଅଭାବ (Data Deficient)’’ ଶ୍ରେଣୀରେ ସ୍ଥାନିତ କରିଛି । ଓଡ଼ିଶାର ଚିଲିକା ହ୍ରଦରେ ୧୯୧୬ ମସିହାରେ ପ୍ରଥମେ ରମ୍ଭା ଉପସାଗରରୁ ବି. ଏଲ୍. ଚୌଧୁରୀଙ୍କଦ୍ୱାରା ଏକ କାତିଆ ଶାଙ୍କୁଚ ସଂଗ୍ରହ କରି ଏହା ସମ୍ବନ୍ଧୀୟ ତଥ୍ୟ ଲିପିବଦ୍ଧ କରାଗଲା । ଚିଲିକାରେ ଅଧିକାଂଶରେ ବାହ୍ୟ ଚ୍ୟାନେଲ୍ ଅଞ୍ଚଳ ଓ ବେଳେବେଳେ ମଗରମୁଖ ଓ ନଳବଣରେ ମଧ୍ୟ କାତିଆ ଶାଙ୍କୁଚ ପରିଲକ୍ଷିତ ହୋଇଥାନ୍ତି ।[୩]
ଏମାନଙ୍କ ଶରୀର ପ୍ରାୟ ୨୨ ସେଣ୍ଟିମିଟର ଓସାରିଆ ଓ ଏମାନଙ୍କ ସମ୍ପୂର୍ଣ୍ଣ ଦୈର୍ଘ୍ୟ ପ୍ରାୟ ୬୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ।[୧] ପ୍ରାୟ ଗୋଲାକାର କାତିଆ ଶାଙ୍କୁଚର ଫଳକର ବ୍ୟାସ ପ୍ରସ୍ଥ ଓ ଦୈର୍ଘ୍ୟ ପଟେ ପାଖାପାଖି ସମାନ । ଏହାର ଲାଞ୍ଜର ଦୈର୍ଘ୍ୟ ଶରୀରର ଦୈର୍ଘ୍ୟରୁ କ୍ଷୁଦ୍ରତର । ଏହି ଶାଙ୍କୁଚର ପେଟଟି ସମ୍ପୂର୍ଣ୍ଣ ଧଳା ରଙ୍ଗର । ଅଳ୍ପବୟସ୍କ ଶାଙ୍କୁଚ ହେନ୍ତାଳ ବଣ ନିକଟସ୍ଥ ଜଳରେ ବିଚରଣ କରିବା ଦେଖାଯାଇଛି । ଉଭୟ ପରିପକ୍ୱ ଓ ଅଳ୍ପବୟସ୍କ କାତିଆ ଶାଙ୍କୁଚ ସମୁଦ୍ର ତଳେ ଥିବା ଅମେରୁଦଣ୍ଡୀ ଜୀବମାନଙ୍କୁ ଆହରଣ କରିଥାନ୍ତି ।[୨]
ଏହି ଶାଙ୍କୁଚମାନେ ଆବଶ୍ୟକତା ଅନୁଯାୟୀ ଲୁଣି ପାଣି ଓ ମଧୁର ପାଣିରେ ରହିବା ଦେଖାଯାଏ । ଏମାନେ ଏପରି ପ୍ରବାସ ପ୍ରଜନନ ଉଦ୍ଦେଶ୍ୟରେ କରନ୍ତି ନାହିଁ । ପ୍ରବାସ ପାଇଁ ଏମାନେ ୧୦୦ କିଲୋମିଟରରୁ ଅଧିକ ଦୂର ଯାଆନ୍ତି ନାହିଁ । ଏମାନେ ଅଣ୍ଡା ଦେଇ ପ୍ରଜନନ କରିଥାନ୍ତି ।[୨] ଚିଲିକାରେ ବର୍ଷା ଋତୁ ଓ ମୌସୁମୀ ସରିବା ପରେ କାତିଆ ଶାଙ୍କୁଚ ବାହ୍ୟ ଚ୍ୟାନେଲ୍, ସାତପଡ଼ା ଓ ନଳବଣ ଆଦି ଅଞ୍ଚଳରେ ପ୍ରଜନନ କରିଥାନ୍ତି ।[୩]
{{cite journal}}
: Cite journal requires |journal=
(help)