କାନୁ ଗାନ୍ଧୀ | |
---|---|
ଜନ୍ମ | ୧୯୨୮ |
ମୃତ୍ୟୁ | ୭ ନଭେମ୍ବର ୨୦୧୬ |
ଶିକ୍ଷାନୁଷ୍ଠାନ | ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି |
ପିତାମାତାs |
|
ସମ୍ପର୍କୀୟ | ମହାତ୍ମା ଗାନ୍ଧୀ (ଜେଜେ ବାପା) କସ୍ତୁରବା ଗାନ୍ଧୀ (ଜେଜେ ମାଆ) |
କାନୁ ଗାନ୍ଧୀ (୧୯୨୮[୧] - ୭ ନଭେମ୍ବର ୨୦୧୬) ଜଣେ ଭାରତୀୟ ବୈଜ୍ଞାନିକ ଥିଲେ । ସେ ରାମଦାସ ଗାନ୍ଧୀଙ୍କ ପୁତ୍ର, ତେଣୁ ମହାତ୍ମା ଗାନ୍ଧୀଙ୍କ ନାତି ।
ସେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପଢ଼ୁଥିଲେ ଏବଂ ୧୯୬୩ ମସିହାରେ ସେ ଏହି ଅନୁଷ୍ଠାନରୁ ସଭିଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିଲେ ।[୨] ପରବର୍ତ୍ତୀ ସମୟରେ ସେ ନାସା ଓ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗର ବିମାନ ଡିଜାଇନ୍ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ ଶିବଲାକ୍ସମି ବୋଷ୍ଟନ୍ ବାୟୋମେଟିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଜଣେ ପ୍ରଫେସର ଏବଂ ଗବେଷିକା ଥିଲେ । ସେମାନଙ୍କର କୌଣସି ସନ୍ତାନସନ୍ତତି ନଥିଲେ । ୨୦୧୪ ମସିହାରେରେ ସେମାନେ ଭାରତକୁ ଫେରିଥିଲେ । ସୁରଟର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।[୩][୪]