କାମିନୀ କଦମ | |
---|---|
ଜନ୍ମ | ମାଣିକ କଦମ ୩ ଅଗଷ୍ଟ ୧୯୩୩ ବମ୍ବେ ରାଜ୍ୟ, ବ୍ରିଟିଶ ଭାରତ |
ମୃତ୍ୟୁ | ୧୮ ଜୁନ ୨୦୦୦ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୬୬)
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୫–୧୯୬୭ |
ବୈବାହିକ-ସାଥୀ | ଅନୀଲ ଜି. କଦମ |
ମାଣିକ କାମିନୀ କଦମ (୧୯୩୩ – ୨୦୦୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କାମିନୀ କଦମ ଭାବରେ ଜଣାଶୁଣା । ସେ ୧୯୫୦ ଓ ୧୯୬୦ ଦଶକରେ ମରାଠୀ, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।
୧୯୫୫ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ୟେରେ ମାଜିଆ ମାଗାଲିଆ । ତାଙ୍କ ଅଭିନୀତ ଏହି ମରାଠୀ କଥାଚିତ୍ରରେ ତାଙ୍କ ସ୍କ୍ରିନ୍ ନାମ ଥିଲା ସ୍ମିତା, ଯେଉଁ ମାନରେ ସେ କିଛି ମରାଠୀ କଥାଚିତ୍ରରେ କାମ କରିଥିଲେ । ୧୯୫୮ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ଏହା ପୂର୍ବରୁ ସେ ତାଙ୍କ ସ୍ମିତାରୁ କାମିନୀକୁ ବଦଳେଇ ଥିଲେ । ଅଭିନେତା ରାଜେନ୍ଦ୍ର କୁମାରଙ୍କ ନାୟିକା ଭାବରେ ତାଲାକ (୧୯୫୮) ଜରିଆରେ ସେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୧] ତାଙ୍କ ଶ୍ରେଷ୍ଠ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଉଛି ସନ୍ତାନ (୧୯୫୯), ସ୍କୁଲ୍ ମାଷ୍ଟର (୧୯୫୯) ଏବଂ ସପ୍ନେ ସୁହାନେ (୧୯୬୧) । ୨୦୦୦ ମସିହାର ଜୁନ ୨୯ ତାରିଖରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏବଂ ଆହୁରି ଅନେକ
{{cite news}}
: CS1 maint: unrecognized language (link)