କାଲକାନିଆଲ ଅସ୍ଥି ଭଗ୍ନ (Calcaneal fracture) | |
---|---|
Heel bone fracture,[୧] lover's fracture, Don Juan fracture | |
ବିଭାଗ | ଅସ୍ଥିଶଲ୍ୟ ବିଭାଗ (Orthopedics), ଆଶୁ ଚିକିତ୍ସା ବିଭାଗ (emergency medicine) |
ଲକ୍ଷଣ | ଯନ୍ତ୍ରଣା, ବ୍ରୁଇସିଙ୍ଗ, ଚାଲିବାରେ ଅସୁବିଧା, କୁରୁପ ଗୋଇଠି (heel)[୧] |
କାରଣ | ଉଚ୍ଚତାରୁ ପାଦ ଉପରେ ପତନ, ମୋଟୋର ଗାଡ଼ି ଧକ୍କା (motor vehicle collision)[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ।, ଏକ୍ସ-ରେ (X-ray), ସିଟି ସ୍କାନ (CT scan)[୧] |
ଔଷଧ | ଏନଏସଏଆଇଡି (NSAIDs), ଓପିଓଏଡ (opioids)[୧] |
ଚିକିତ୍ସା | ପ୍ଲାସ୍ଟର କାଷ୍ଟ (Casting), ଅପରେଶନ[୧] |
Prognosis | ସୁସ୍ଥା ହେବାକୁ ୩ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଲାଗିପାରେ ।[୧] |
ପୁନଃପୌନିକ | ~ସମୁଦାୟ ଅସ୍ଥି ଭଙ୍ଗାର ୨% [୨] |
କାଲକାନିଆଲ ଅସ୍ଥି ଭଗ୍ନ (calcaneal fracture) ନାମ ଦିଆଯାଏ ଯେତେବେଳେ କାଲକାନିଅସ (calcaneus) ବା ଗୋଇଠି ଅସ୍ଥି ଭାଙ୍ଗିଯାଏ (break) ।[୧] ଏହି ଭଙ୍ଗା ହେଲେ ଯନ୍ତ୍ରଣା, ବ୍ରୁଇସିଙ୍ଗ, ଚାଲିବାରେ ଅସୁବିଧା, କୁରୁପ ଗୋଇଠି (heel) ଆଦି ଲକ୍ଷଣ ଦେଖାଯାଏ ।[୧] ଏହା ଭଙ୍ଗା ସହିତ ହିପ ଅସ୍ଥି ଭାଙ୍ଗିବା (hip) ବା ମେରୁ ଅସ୍ଥି ଭାଙ୍ଗିବା (back) ସମ୍ଭାବନା ମଧ୍ୟ ଥାଏ ।[୧]
ଆଘାତ ପ୍ରାପ୍ତ ଲୋକର ଉଚ୍ଚତାରୁ ପାଦ ଉପରେ ପତନ, ମୋଟୋର ଗାଡ଼ି ଧକ୍କା (motor vehicle collision) ହୋଇଥିବା ଇତିହାସ ଥିଲେ ଏହି ଭଙ୍ଗା ସନ୍ଦେହ କରାଯାଏ ।[୨][୧] ରୋଗୀର ଲକ୍ଷଣ ଦେଖି ସନ୍ଦେହ କରାଯାଏ ଓ ଏକ୍ସ-ରେ (X-ray) ବା ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ ।[୧]
ଅସ୍ଥି ଆଲାଇନମେଣ୍ଟ ବା ସଠିକ ଲାଇନରେ ଥିଲେ ପ୍ଲାସ୍ଟର କାଷ୍ଟ (Casting) ଦିଆଯାଏ ଓ ସେହି ଗୋଡ଼ ଉପରେ ୮ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ବା ଓଜନ ରଖିବାକୁ ମନା କରାଯାଏ ।[୧] ସଠିକ ଆଲାଇନମେଣ୍ଟ ନଥିଲେ ଅପରେଶନ କରିବା ଆବଶ୍ୟକ ହୁଏ ।[୧] ଅସ୍ଥି ତା ପୂର୍ବାବସ୍ଥାକୁ ଫେରିଲେ ଫଳାଫଳ ଉତ୍ତମ ହୁଏ ।[୨] ସେଠାର ଚର୍ମ ଅବସ୍ଥା ଠିକ ଥିଲେ ଅଳ୍ପ କିଛି ଦିନ ଡେରିରେ ଅପରେଶନ କରାଯାଇପାରେ ।[୧]
ଦେହର ସମୁଦାୟ ଅସ୍ଥି ଭଙ୍ଗାର ପ୍ରାୟ ୨% ଓ ଟାର୍ସାଲ ଅସ୍ଥି ଭଙ୍ଗାର (mid foot bones) ପ୍ରାୟ ୬୦% କେବଳ ଏହି କାଲକାନିଆଲ ଭଙ୍ଗା ହୁଏ ।[୨] ସ୍ଥାନ ଚ୍ୟୁତ ହୋଇନଥିଲେ ୩ ମାସ ମଧ୍ୟରେ ଏହା ଭଲ ହୋଇଯାଏ ଓ ସ୍ଥାନ ଚ୍ୟୁତ ହୋଇଥିଲେ ଭଲ ହେବାକୁ ପ୍ରାୟ ୨ ବର୍ଷ ଲାଗେ ।[୧] ଆର୍ଥ୍ରାଇଟିସ, ଗୋଇଠିରେ ଚଳନ ସୀମା ହ୍ରାସ ମଧ୍ୟ ଚିକିତ୍ସା ପରେ ରହିପାରେ ।[୧]
{{cite book}}
: Invalid |ref=harv
(help)ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |