କିଶୋର କୁମାର ଜେନା ଜାତୀୟତା ଭାରତୀୟ ଜନ୍ମ (1995-09-06 ) ୬ ସେପ୍ଟେମ୍ବର ୧୯୯୫ (ବୟସ ୨୯) ଓଡ଼ିଶା ଦେଶ ଭାରତ କ୍ରୀଡ଼ା ଜାଭେଲିନ ଫିଙ୍ଗାଳି Event(s) ଜାଭେଲିନ
କିଶୋର କୁମାର ଜେନା (ଜନ୍ମ: ୬ ସେପ୍ଟେମ୍ବର ୧୯୯୫) ଜଣେ ଭାରତୀୟ ଜାଭେଲିନ ଫିଙ୍ଗାଳୀ । ସେ ୨୦୨୩ ମସିହା ଅକ୍ଟୋବର ମାସ ୪ ତାରିଖରେ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ୮୭.୫୪ ମି ଜାଭେଲିନ ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ, ଭାରତ ପାଇଁ ରୌପ୍ୟପଦକ ହାସଲ କରିଥିଲେ ।[ ୧] ୨୦୨୩ ମସିହା ଜୁଲାଇ ମାସ ୨୮ ତାରିଖରେ ଶ୍ରୀଲଙ୍କାର ମହିନ୍ଦ୍ରା ରାଜପକ୍ଷ ଷ୍ଟାଡ଼ିୟମ ରେ ଅନୁଷ୍ଠିତ ଶ୍ରୀଲଙ୍କା ଜାତୀୟ ଆଥେଲେଟିକ ଚାମ୍ପିୟନସିପରେ ୮୪.୩୮ ମିଟର ଜାଭେଲିନ ଫିଙ୍ଗି ନିଜର ସ୍ୱର୍ଣ୍ଣପଦକ ହାସଲ କରିଥିଲେ । [ ୨]
କିଶୋର ୧୯୯୫ ମସିହାର ସେପ୍ଟେମ୍ବର ୬ ତାରିଖରେ ପୁରୀ ଜିଲ୍ଲା ର କୋଠାସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[ ୩] [ ୪] ତାଙ୍କ ପିତାଙ୍କ ନାମ କେଶବ ଜେନା ଓ ମାତାଙ୍କ ନାମ ହରପ୍ରିୟା ଜେନା । ପରିବାରରେ କିଶୋରଙ୍କଠୁ ବଡ଼ ଆଉ ୭ ଭଉଣୀ ଅଛନ୍ତି । ଅଷ୍ଟମ-ନବମ ଶ୍ରେଣୀରେ ପଢ଼ୁଥିବାବେଳେ କିଶୋର ଖେଳକୁଦପ୍ରତି ଆକର୍ଷିତ ହୋଇଥିଲେ । ଆରମ୍ଭରୁ ବାପା କେଶବ, ପୁଅର ଖେଳ ପ୍ରତି ଆକର୍ଷଣ ଓ ପାଠପଢ଼ାରେ ଅବହେଳେକୁ ନେଇ ପୁଅ ଉପରେ ବିରକ୍ତ ହେଉଥିଲେ ମଧ୍ୟ ପରେ ସେ ପୁଅକୁ ସମର୍ଥନ ଓ ଉତ୍ସାହିତ କରିଥିଲେ । ଅଷ୍ଟମ ଶ୍ରେଣୀରେ ସ୍କୁଲ କ୍ରୀଡ଼ାରେ ଭଲ ଜାଭେଲିନ ଫିଙ୍ଗି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲାସ୍ତରରେ ମଧ୍ୟ ସେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିଲେ । ଭଲିବଲ ଖେଳ ପ୍ରତି ମଧ୍ୟ ସେ ଆକୃଷ୍ଟ ଥିଲେ । +୨ ପଢ଼ିବା ସମୟରେ ତାଙ୍କର ଫିଟନେସକୁ ଲକ୍ଷ କରି ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ ତାଙ୍କୁ କଳିଙ୍ଗ ଷ୍ଟାଡ଼ିଅମରେ ଭଲିବଲ ଅଭ୍ୟାସ କରିବା ପାଇଁ ଉପଦେଶ ଦେଇଥିଲେ । କଳିଙ୍ଗ ଷ୍ଟାଡ଼ିଅମରେ ତାଙ୍କ ଫିଟନେସକୁ ଦେଖି, ସେଠାକାର କୋଚ ତାଙ୍କୁ ଦଳଗତ ଖେଳ ଅପେକ୍ଷା ବ୍ୟକ୍ତିଗତ କ୍ରୀଡ଼ା ଖେଳିବା ପାଇଁ ପ୍ରବର୍ତ୍ତାଇ ଥିଲେ । ବାରବାଟି ଷ୍ଟାଡ଼ିଅମରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ସେ ଲୋକଲୋଚନକୁ ଆସିଥିଲେ ।[ ୫]
୨୦୨୩ ଅକ୍ଟୋବର ୪ ତାରିଖରେ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ୮୭.୫୪ ମି ଜାଭେଲିନ ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଓ ଭାରତ ପାଇଁ ରୌପ୍ୟପଦକ ହାସଲ କରିଥିଲେ । ଏଥି ସହିତ ସେ ୨୦୨୪ ପ୍ୟାରିସ ଅଲିମ୍ପିକ କ୍ରୀଡ଼ାପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ ।[ ୬]
୨୦୨୩ ଅଗଷ୍ଟ ମାସରେ ବୁଦେପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱକରି ପଞ୍ଚମ ସ୍ଥାନରେ ରହିଥିଲେ । ସେ ୮୪.୭୭ ମିଟର ଦୂର ଜାଭେଲିନ ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।[ ୭] [ ୮] ନୀରଜ ଚୋପ୍ରା ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[ ୯]
୨୦୨୩ ଜୁଲାଇ ମାସ ୨୮ ତାରିଖରେ ଶ୍ରୀଲଙ୍କା ଜାତୀୟ ଆଥେଲେଟିକ ଚାମ୍ପିୟନସିପରେ ୮୪.୩୮ ମିଟର ଜାଭେଲିନ ଫିଙ୍ଗିଥିଲେ । ଏହି ପ୍ରଦର୍ଶନଦ୍ୱାରା ସେ ହଙ୍ଗେରୀର ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[ ୧୦]
୨୦୨୩ ମସିହା ମାର୍ଚ୍ଚ ମାସରେ ସେ କର୍ଣ୍ଣାଟକର ବେଲାରୀଠାରେ ଭାରତୀୟ ଥ୍ରୋ କମ୍ପିଟିସନରେ ୭୮.୯୩ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ।
କେରଳର ଥିରୁଅନନ୍ତପୁରମଠାରେ ଭାରତୀୟ ଗ୍ରାଣ୍ଡ ପ୍ରିକ୍ସଠାରେ ସେ ୮୦ ମି ଦୂର ଜାଭେଲିନ ଫିଙ୍ଗିଥିଲେ ।
୨୦୨୩ ଜୁନ ମାସରେ ସେ ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ଆନ୍ତଃରାଜ୍ୟ ଆଥେଲେଟିକ ଚାମ୍ପିୟନସିପରେ ୮୨.୮୭ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ।[ ୧୧] [ ୧୨]
↑ "With one throw Kishore Jena won silver medal, Olympics berth and national recognition" . www.espn.in . ESPN. Retrieved 5 October 2023 .
↑ " 'Keep Going' Neeraj Chopra Lauds Kishore Jena For His Gold Medal Winning Effort in Men's Javelin Throw Event at Sri Lanka Athletics National Championships 2023 (See Post)" . www.latestly.com . latestly.com. Archived from the original on 31 July 2023. Retrieved 31 July 2023 .
↑ Pradhan, Hemanta (August 19, 2023). "Javelin thrower Kishore Jena hopeful for good performance in World Athletics Championships" . Times of India . Archived from the original on 27 August 2023. Retrieved 25 August 2023 .
↑ "ATHLETE NAME : Kishore JENA" . www.worldathletics.org . worldathletics.org. Retrieved 31 July 2023 .
↑ "SambadEpaper" . https://sambadepaper.com/ . 12 November 2018. Retrieved 16 October 2023 .
↑ "ଇତିହାସ ରଚିଲେ କିଶୋର ଜେନା, ଏସୀୟ କ୍ରୀଡ଼ାରେ ଜିତିଲେ ରୌପ୍ୟ, ସ୍ବର୍ଣ୍ଣ ଜିତିଲେ ନୀରଜ୍" . ସମ୍ବାଦ ୦୫ ଅକ୍ଟୋବର . No. ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 5 October 2023 .
↑ Srivastava, Shantanu (August 4, 2023). "Worlds on his mind, Kishore Kumar Jena aims to prolong dream run" . Hindustan Times . Archived from the original on 12 August 2023. Retrieved 25 August 2023 .
↑ "Four Indian javelin throwers qualify for World Cships but not all going as one is injured" . devdiacourse. 2 August 2023. Archived from the original on 25 August 2023. Retrieved 25 August 2023 .
↑ "ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ଶ୍ରେଷ୍ଠ ପ୍ରଦର୍ଶନ ସହ କିଶୋର ପଞ୍ଚମ, ମନୁ ଷଷ୍ଠ" . www.sambad.in . ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 August 2023. Retrieved 28 August 2023 .
↑ "ଆର୍କାଇଭ୍ କପି" . www.dharitri.com . ଧରିତ୍ରୀ. Archived from the original on 7 August 2023. Retrieved 7 August 2023 .
↑ "Kishore Jena registers personal best, wins gold at Sri Lanka Athletics C'ships" . www.thebridge.in . the bridge. Archived from the original on 31 July 2023. Retrieved 31 July 2023 .
↑ "Javelin thrower Kishore Jena gets Hungarian visa, will compete at World Championships" . Deccan Herald . 18 August 2023. Archived from the original on 25 August 2023. Retrieved 25 August 2023 .