କିଶୋରୀ ଚରଣ ଦାସ | |
---|---|
![]() | |
ଜନ୍ମ | ଖଟବିନ ସାହି, କଟକ | ୧ ମାର୍ଚ୍ଚ ୧୯୨୪
ମୃତ୍ୟୁ | ୧୭ ଅଗଷ୍ଟ ୨୦୦୪ | (ବୟସ ୮୦)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | କେନ୍ଦ୍ରାପଡ଼ା ହାଇସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ |
ଉଲ୍ଲେଖନୀୟ କୃତି | ଠାକୁର ଘର |
ପିତାମାତା | ବିପ୍ର ଚରଣ ଦାସ, ସୀତାମଣି ଦେବୀ |
କିଶୋରୀ ଚରଣ ଦାସ (୧ ମାର୍ଚ୍ଚ ୧୯୨୪[୧] - ୧୭ ଅଗଷ୍ଟ ୨୦୦୪[୨] ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ ।[୩]
କିଶୋରୀ ଚରଣ, କଟକର ଖଟବିନ ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବିପ୍ର ଚରଣ ଦାସ ଓ ମାତା ସୀତାମଣି ଦେବୀ । ସେ ସମୟ ପୂର୍ବରୁ ଜନ୍ମ ହୋଇଥିବା ଜଣେ ଶିଶୁ ଥିଲେ । ଅତ୍ୟଧିକ ମୋଟା ହୋଇଯିବାରୁ ଶୈଶବରେ ୪ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କର ଶାରୀରିକ ବିକାଶ ସ୍ୱଭାବିକ ନଥିଲା । ଗୋଟିଏ 'କେଶବ କଣ୍ଢେଇ' ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିବା ଯୋଗୁ, ଜେଜେବାପା ନାମ ଦେଇଥିଲେ 'କେଶବ' । କେଶବରୁ ଗ୍ଲେହାନାମ କେଶ ଓ ପରେ 'କିଶୋରୀ ଚରଣ' ହୋଇଥିଲା ।[୪] ତାଙ୍କର ପିତା ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଥିଲେ ଓ ବଦଳି ଚାକିରି ଯୋଗୁଁ, କିଶୋରୀଙ୍କ ପିଲାଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିତିଥିଲା । ସେ କେନ୍ଦ୍ରାପଡ଼ା ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ ପଢ଼ିଥିଲେ ।
ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କିଶୋରୀ ଚରଣ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଇଣ୍ଡିଆନ ଅଡିଟ ଆଣ୍ଡ ଆକାଉଣ୍ଟସ ସର୍ଭିସରେ ଯୋଗ ଦେଇଥିଲେ । ଚାକିରି ଜୀବନର କୋଡ଼ିଏ ବର୍ଷ ବିତିଥିଲା କଲିକତା ଓ ନୂଆ ଦିଲ୍ଲୀରେ । ବିଦେଶରେ ମଧ୍ୟ କିଛି କାଳ ରହିଥିଲେ ।
ଜୀବନର ବହୁ ବର୍ଷ ଓଡ଼ିଶା ବାହାରେ ବିତାଇଥିଲେ ମଧ୍ୟ, କିଶୋରୀଙ୍କର ସାହିତ୍ୟରେ ଓଡ଼ିଆ ଜୀବନର ପ୍ରତିଛବି ଦେଖିବାକୁ ମିଳୁଥିଲା । ସେ ସାତ ଖଣ୍ଡ ଉପନ୍ୟାସ ଓ କୋଡ଼ିଏ ଖଣ୍ଡ ଗଳ୍ପ ସଂକଳନ ରଚନା କରିଛନ୍ତି । 'ନବୀନ' ପତ୍ରିକାରେ ପ୍ରକାଶିତ 'ପରଦା ତଳେ' ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା । ପ୍ରଥମେ କବିତା ଓ ପରେ ଗଳ୍ପ ଏବଂ ଉପନ୍ୟାସକୁ ଓହ୍ଲାଇଥିଲେ କିଶୋରୀ ଚରଣ । ମଧ୍ୟବିତ ଶ୍ରେଣୀର ଜୀବନ ସଂଗ୍ରାମ ତାଙ୍କ ରଚନାରେ ବିଶେଷ ଭାବରେ ଦେଖିବାକୁ ମିଳେ ।[୫] "ଲେଖିବାକୁ ଭଲଲାଗେ; ତେଣୁ, ସେ ଲେଖୁଥିଲେ" ବୋଲି କହିଥିଲେ କିଶୋରୀ ଚରଣ ।
|
ଉପନ୍ୟାସ[ସମ୍ପାଦନା]
★ ନେତା ଓ ନେତ୍ରମଣି ★ ତମ ଆମ ସମୟର ଶତାବ୍ଦୀ ଭ୍ରମଣ କାହାଣୀ[ସମ୍ପାଦନା]
ଅନ୍ୟାନ୍ୟ[ସମ୍ପାଦନା]
ଆତ୍ମଚରିତ[ସମ୍ପାଦନା]
|
କିଶୋରୀ ଚରଣ ୨୦୦୪ ଅଗଷ୍ଟ ୧୭ତାରିଖରେ ମୃତ୍ୟୁବରଣ କରିଥିଲେ । ଶେଷଜୀବନ ସେ ନିଜ ଜନ୍ମସ୍ଥାନ ଖଟବିନ ସାହିରେ ହିଁ ବିତେଇଥିଲେ । ତାଙ୍କ ସ୍ମୃତିରେ କିଶୋରୀ ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ "କିଶୋରୀ ଚରଣ ଦାସ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଏ ।[୧୩]
{{cite web}}
: |first=
missing |last=
(help)
{{cite web}}
: Check date values in: |accessdate=
(help)