କୁଡମାଲି ବା କୁର୍ମାଲି (kur(a)mālī,ଦେବନାଗରୀ : कुड़मालि, ବଙ୍ଗାଳୀ : কুর্মালী, কুড়মালি) ହେଉଛି ହିନ୍ଦୁ-ଆର୍ଯ୍ୟ ଭାଷା ଅଧୀନସ୍ଥ ବିହାରୀ ଭାଷା ଗୋଷ୍ଠିର ଏକ ଭାଷା । [୧] ଯାହାକି ଭାରତର ପୂର୍ବାଞ୍ଚଳ ରାଜ୍ୟ ଯଥା; ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ତତ୍ସହିତ ଭୁଟାନ ଏବଂ ବାଂଲାଦେଶରେ ବ୍ୟବହାର କରାଯାଇଥାଏ। [୨] ଆଞ୍ଚଳିକ ଭାବରେ ଏହି ଭାଷାକୁ ପଞ୍ଚପରଗନିଆ ଓ ତମଳିଆ ମଧ୍ୟ କୁହାଯାଏ।
କୁଡମାଲି ଭାଷାଟି ପୁରୁଣା ଛାୟାପ୍ରଦ ଭାଷାରୁ ଉଦୃତ ହୋଇଥିବା ଅନୁମାନ କରାଯାଏ। ଯାହାକି ମୁଖ୍ୟତ କୁଡମି ମହାତୋ ଜନଗୋଷ୍ଟି ମାନଙ୍କରଦ୍ୱାରା ବ୍ୟବହାର କରାଯାଏ। ଏହି ଭାଷାଟି ବିଭିନ୍ନ ଅଞ୍ଚଳ ଓ ଜନଗୋଷ୍ଟି ମାନଙ୍କଦ୍ୱାରା ମଧ୍ୟ ବ୍ୟବହାର କରାଯାଉଥିବାରୁ ଏହାର ଉପଭାଷା (dialect) ରହିଛି ଏବଂ ସେହି ଉପଭାଷାର ନାମ ସେହି ଜନଗୋଷ୍ଟି ନାମରେ ନାମିତ ହୋଇଛି। ଯେମିତିକି ବେଡିଆ ଜାତିରୁ ବେଡିଆ ଭାଷା, ଧାରୁଆ ଜାତିରୁ ଧାରୁଆ ଭାଷା, ସେହିପରି ଖୋଟା, ପାନ୍ ସାୱାସୀ, ତାନ୍ତି, ତଇର, ଏବଂ ଚିକ୍ ବାରିକ୍ ଇତ୍ୟାଦି। [୩] ୨୦୧୧ ଜନଗଣନା ଅନୁସାରେ କୁଡମାଲି ଥାର ଭାଷା (ଯାହାକି କୁଡମାଲି ଭାଷାର ଏକ ଉପଭାଷା)କୁ ଭାରତର ୩,୧୧,୧୭୫ ଲୋକ ଏକ ମାତୃଭାଷା ଭାବରେ ବ୍ୟବହାର କରିଥାନ୍ତି। [୪] ଯାହାକି ମୁଖ୍ୟତଃ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁଆର, ଝାଡଗ୍ରାମ, ପଶ୍ଚିମ ମେଦିନୀପୁର, ମଲ୍ଡ଼ା, ପୂର୍ବ ଦିନାଜପୁର, ପଶ୍ଚିମ ଦିନାଜପୁର, ଜଲପାଇଗୁରି, ଦାର୍ଜିଲିଂ, ଓଡ଼ିଶାରେ ମୟୂରଭଞ୍ଜ, କେନ୍ଦୁଝର, ଏବଂ ଆସାମରରେ ବ୍ୟବହାର କରାଯାଇଥାଏ। କୁଡମାଲି ଭାଷା କୁଡୁମି ମହାତୋ ଜନଗୋଷ୍ଟି ବ୍ୟତୀତ ବଗାଳ, ଧାରୁଆ, ଚିକ୍ ବାରିକ୍, ଘାସି, କାର୍ଗା ଏବଂ ରାଉତିଆ ଜନଗୋଷ୍ଠିଦ୍ୱାରା ମଧ୍ୟ ମାତୃଭାଷା ଭାଷା ଭାବରେ ବ୍ୟବହୃତ ହୋଇଥାଏ।[୫]
ଏହି ଭାଷା ବାନ୍ଦନା, ଟୁସୁ, କରମ ପର୍ବ ମାନଙ୍କରେ ଝୁମର ଗୀତ ଭାବରେ ପରିଚୟ ସୃଷ୍ଟି କରିଛି।
ଓଡ଼ିଆ ଭାଷା | ଝାଡ଼ଖଣ୍ଡି କୁଡମାଲି | କୁଡମାଲି ଥାର[୬] |
---|---|---|
ମୋର ନାମ ଅଘୁନ ଅଟେ। | ମୋର୍ ନାମ୍ ଅଘୁନ ହେକେଇକ। | ଆମାର୍/ ହାମାର୍ ନାମ୍ ଅଘୁନ ବଠେ। |
ତୁମେ କେମିତି ଅଛ? | ତୟଂ କେସନ୍ ଆହିସ୍? | ତୁଇଁ କେମନ୍ ଅଛିସ୍? |
ମୁଁ ଠିକ୍ ଅଛି। | ମୟଂ ବେଶ୍ ଅହେ। | ଅମି/ ହାମି ଭାଲୋ ଆଛି। |
କଣ? | କିନା? | କି? |
କିଏ? | କନ? | କେ? |
କାହିଁକି? | କିନା ଲାଗି? | କେନେ? |
କେମିତି? | କେସନ୍? | କେମନ୍? |
ଏଇଠିକୁ ଆ' । | ଇହାଂ ଆଉଏଁ। | ଏଇଠିନ ଆୟ-। |
ମୁଁ ଘରକୁ ଯାଉଛି। | ମୟଂ ଡିଡ଼ା ସଝାଁ। | ଆମି/ ହାମି ଘର୍ ଯାଛି। |
ମୁଁ ଖାଇଛି। | ମୟଂ ଖାଇଲଂ। | ଆମି/ ହାମି ଖାୟାଁଛି। |
ମୁଁ ଖାଇଥିଲି। | ମୟଂ ଖାଇ ରହଲି। | ଆମି/ ହାମି ଖାୟାଁ ରହି। |
ମୁଁ ଯିବି। | ମୟଂ ଜାମ୍/ ଯାବ। | ଆମି/ ହାମି ଯାମୁ। |
ଆମେ ଦିଜଣ ଯାଉଛେ। | ହାମରା ଦୁଇଓ ଯାଇହଁ। | ଆମ-ରା/ ହାମ-ରା ଦୁଲୋକ ଯାଛି। |
ତୁମେ ଯାଉଛ। | ତୟଂ ଯାଇସ। | ତୋର-ହା ଯାଛ। |
ତୁମେ ଲେଖିଛ। | ତୟଂ ଚିସ ଅହିସ। | ତୋରହା ଲେଖଛ। |
ତୁମେ ଆସିବ। | ତୟଂ ଆବେ। | ତୋର-ହା ଆସବେ। |
ଆମେ ଲେଖୁଛୁ। | ହମେ ଚିସ ଅହିସ। | ଆମ-ରା/ ହାମ-ରା ଲେଖଛି। |
ଆମେ ଲେଖିଛୁ। | ହମେ ଚିସଲ ଆଇହେ। | ଆମ-ରା/ ହାମ-ରା ଲେଖିୟାଁଛି। |
ସେମାନେ ଆସୁଛନ୍ତି। | ଅଂଇ ଆଉଇକ। | ଅରାହ୍ ଆସ୍-ଛେନ୍। |
ସେମାନେ ଯାଉଛନ୍ତି। | ଅୟଂ ଝାଇସ। | ଅରାହ୍ ଯାଛେନ୍। |
ସେମାନେ ଆସୁଛନ୍ତି। | ଅୟଂ ଆଉଅ। | ଅରାହ୍ ଆସ୍-ତେ ରହେନ୍। |
ସେମାନେ ଲେଖିବେ। | ଅୟଂ ଖେଲତଉ। | ଅରାହ୍ ଖୁଲବେନ୍। |
ସେ ରୋଟି ଖାଇଛନ୍ତି। | ଅୟଂ ରଟି ଖାଇଲ ଆହେଇକ। | ଉ ରୁଟି ଖାୟାଁଛେ। |
ସେ ଗଲେ। | ଆଖରା ଗେଲା। | ଉ ଗେଲ। |
ସେ ଘରକୁ ଯିବେ। | ଅୟଂ ଘାର୍ ଡହରତଉ । | ଉ ଘର୍ ଜବେକ୍। |
ଭାରତରେ କୁଡମାଲି ଭାଷାର ଲୋକ ସାହିତ୍ୟର ପ୍ରସାର ନିମନ୍ତେ କିଛି ଅନୁଷ୍ଠାନ, କୁଡମାଲି ଭାଷାକୁ ଉଚ୍ଚଶିକ୍ଷାର ଏକ ବିଷୟ ଭାବରେ ଶିକ୍ଷା ଦିଆାଇଥାଏ ।
{{cite journal}}
: Cite journal requires |journal=
(help)