କୁମାର ଗୋବିନ୍ଦ | |
---|---|
ଜନ୍ମ | ୧୭ ମଇ ୧୯୬୩ |
ବୃତ୍ତି(ସମୂହ) | କଥାଚିତ୍ର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
କୁମାର ଗୋବିନ୍ଦ ଜଣେ ଭାରତୀୟ ଅଭିନେତା ଓ ନିର୍ଦ୍ଦେଶକ । ସେ ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତର କାମ କରନ୍ତି । ସେ ନାୟକ ଭାବରେ ତାଙ୍କ ଅଭିନୀତ ପ୍ରଥମ କନ୍ନଡ଼ କଥାଚିତ୍ର ଶଃ! ଓ ଅନୁରାଗ ସଙ୍ଗମ ଭଳି କଥାଚିତ୍ର ପାଇଁ ଜଣାଶୁଣା ।[୧]
କୁମାର ଗୋବିନ୍ଦ ୧୯୯୩ ମସିହାରେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଶଃ!, ଯାହାର ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର । ସେ ନିଜେ କଥାଚିତ୍ରଟିର ପ୍ରଯୋଜନା ମଧ୍ୟ କରିଥିଲେ । ଏହି କଥାଚିତ୍ରଟିର ସଫଳତା ପାଇଥିଲା ଏବଂ ତାଙ୍କୁ ଲୋକପ୍ରିୟ କରାଇଥିଲା । ଅନୁରାଧା ସଙ୍ଗମରେ ସେ ରମେଶ ଅରବିନ୍ଦ ଓ ସୁଧାରାଣୀଙ୍କ ସହିତ ଅଭିନୟ କରିଥିଲେ, ଯେଉଁଥିରେ ସେ ଇନୋସେଣ୍ଟ ଗୋବିନ୍ଦୁ ଭୂମିକାରେ ଅଭିନୟ କରିଥିଲେ । ଏହି ଚରିତ୍ରଟିର ଦର୍ଶକମାନେ ପସନ୍ଦ କରିଥିଲେ ।[୨] ୧୯୯୫ ମସିହାରେ ତାଙ୍କୁ ଓମ୍ କଥାଚିତ୍ରର ନାୟକ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା, ମାତ୍ର ତାହା ନିର୍ମାଣ ହୋଇ ପାରିନଥିଲା ।[୩][୪]
ବର୍ଷ | କଥାଚିତ୍ର | ମନ୍ତବ୍ୟ |
---|---|---|
୨୦୧୦ | ସତ୍ୟା | |
୨୦୧୫ | ମାଷ୍ଟର୍ ମାଇଣ୍ଡ୍ | [୫] |