Keonjhar State କେନ୍ଦୁଝର | |||||
ଗଡ଼ଜାତ ରାଜ୍ଯ of ବ୍ରିଟିଶ ଭାରତ | |||||
| |||||
Flag | |||||
![]() | |||||
History | |||||
• | Established | 12th century | |||
• | Accession to the Union of India | 1948 | |||
Area | |||||
• | 1931 | ୮,୦୧୯ km2 (୩,୦୯୬ sq mi) | |||
Population | |||||
• | 1931 | ୪,୬୦,୬୦୯ | |||
Density | ୫୭.୪ /km2 (୧୪୮.୮ /sq mi) |
କେନ୍ଦୁଝର ବା କେଉଁଝର ବ୍ରିଟିଶ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ ।[୧] ତତ୍କାଳୀନ ଓଡ଼ିଶାର ଦେଶୀୟ ବା ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ଏହା ଥିଲା ଦ୍ୱିତୀୟ ବୃହତ୍ତମ ରାଜ୍ୟ ।[୨] ଅଧୁନାତନ ଓଡୀଶାର କେନ୍ଦୁଝର ଜିଲ୍ଲାରେ ଏହା ଅବସ୍ଥିତ । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା ।
କେନ୍ଦୁଝର ଗଡଜତ ରାଜ୍ୟ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାଜା ଜତି ସିଂ (ଜ୍ୟୋତି ଭଞ୍ଜ)ଙ୍କଦ୍ୱାରା ପ୍ରତିଷ୍ଠିତ । ଜତି ସିଂ (ଜ୍ୟୋତି ଭଞ୍ଜ)ଙ୍କ ଭାଇ ଆଦି ସିଂ (ଆଦି ଭଞ୍ଜ) ଥିଲେ ମୟୁରଭଞ୍ଜ ଗଡଜାତ ରାଜ୍ୟର ପ୍ରତିଷ୍ଠାତା ।
ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଜୟପୁର (ରାଜପୁତାନା)ର ମହାରାଜା ମାନ ସିଂଙ୍କ ପୁତ୍ର ଜୟ ସିଂ ପୁରୀକୁ ତୀର୍ଥାଟନ ସମୟରେ ଉତ୍କଳର ଗଜପତି ପ୍ରତାପେନ୍ଦ୍ର ଦେବଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଯୌତୁକ ଭାବେ ସେ ହରିହରପୁର ରାଜ୍ୟ ଲାଭ କରିଥିଲେ । ଏହି ରାଜ୍ୟ ମୟୁରଭଞ୍ଜ ଏବଂ କେନ୍ଦୁଝର ଦୁଇ ରାଜ୍ୟକୁ ନେଇ ଗଠିତ ଥିଲା । ଜୟ ସିଂଙ୍କ ଔରସରୁ ପଦ୍ମାବତୀ ଆଦି ସିଂ ଏବଂ ଜୋତି ସିଂ ନାମକ ଦୁଇ ସନ୍ତାନର ଜନନୀ ହେଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସୀମାରେ କୌଣସି ଏକ ଅଞ୍ଚଳ ବିଜୟ କରନ୍ତେ, ଗଜପତି ମହାରାଜା ଅଦ୍ଦି ସିଂଙ୍କୁ ଭଞ୍ଜ ଉପାଧୀ ପ୍ରଦାନ କରିଥିଲେ ।.[୩]
କେନ୍ଦୁଝର ଗଡଜାତର ଶାସକମାନେ ରାଜା ଉପାଧିରେ ଭୂଷିତ ହୋଇଥିଲେ । ଏହି ଗଡଜାତର ରାଜକୀୟ ପ୍ରତୀକ (emblem) ଭାବେ ପଡୋଶୀ ରାଜ୍ୟ ମୟୁରଭଞ୍ଜର ରାଜକୀୟ ପ୍ରତୀକ ହିଁ ଗୃହୀତ ହୋଇଥିଲା [୪] ପ୍ରାକ୍ ସ୍ୱାଧୀନତା କାଳରେ ଏହି ଗଡଜାତର ରାଜାମାନେ ହେଲେ: